ଓଡ଼ିଶାକୁ ମିଳିବ ୧୦ହଜାର ୫୮୬ କୋଟି ଅନୁଦାନ – ରେଳମନ୍ତ୍ରୀ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରେଳ ପାଇଁ ରାଜ୍ୟକୁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ ମିଳିବ । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୟୁପିଏ ସରକାର ସମୟରେ ବର୍ଷକୁ ୮୩୮ କୋଟି ଟଙ୍କା ମିଳୁଥିବା ସମୟରେ ବର୍ତ୍ତମାନ ତାହା ୧୨ ଗୁଣ ଅଧିକ ମିଳୁଛି । ଓଡ଼ିଶାରେ ଶତ ପ୍ରତିଶତ ବିଦ୍ୟୁତ୍‌କରଣ ହୋଇଯାଇଛି। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ୪୦ଟି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ୧୦ ବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ୪୨୭ଟି ଫ୍ଲାଇଓଭର ତଥା ଅଣ୍ଡର ପାସ୍‌ ନିର୍ମାଣ କରାଯାଇଛି । ରାଜ୍ୟର ୫୯ ଷ୍ଟେସନକୁ ଅମୃତଭାରତ ଷ୍ଟେସନରେ ପରିଣତ କରାଯାଉଛି ବୋଲି ରେଳମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି, ଅମୃତ ଭାରତ ଷ୍ଟେସନ୍‌ରେ ଯୋଜନାରେ ସାମିଲ୍‌ ହୋଇଥିବା ଷ୍ଟେସନ୍‌ ଗୁଡ଼ିକ ହେଲା ଅନୁଗୋଳ, ବାଦାମ ପାହାଡ଼, ବଲାଙ୍ଗିର, ବାଲେଶ୍ୱର, ବାଲୁଗାଁ, ବଡ଼ବିଲ୍‌, ବରଗଡ଼ ରୋଡ୍‌, ବାରିପଦା, ପରବାଲି, ବେଲପାହାଡ଼, ବେତନଟୀ, ଭଦ୍ରକ, ଭବାନୀପେଟଣା, ଭୁବନେଶ୍ୱର, ନୂଆ ଭୁବନେଶ୍ୱର, ବିମଳାଗଡ଼, ବ୍ରହ୍ମପୁର, ବ୍ରଜରାଜ ନଗର, ଛତ୍ରପୁର, କଟକ, ଦାମନ ଯୋଡ଼ି, ଢେଙ୍କାନାଳ, ଗୁଣୁପୁର, ହରିଶଙ୍କର ରୋଡ୍‌, ହିମ୍‌ଗିରି, ହୀରାକୁଦ, ଯାଜପୁର-କେନ୍ଦୁଝର ରୋଡ୍‌, ଜଳେଶ୍ୱର, ଜରୁଲି, ଜୟପୁର, ଝାରସୁଗୁଡ଼ା ଜଂସନ୍‌, ଝାରସୁଗୁଡ଼ା ରୋଡ୍‌, କଣ୍ଟାବାଞ୍ଜି, କେନ୍ଦୁଝର ଗଡ଼, କେସିଙ୍ଗା, ଖରିଆଳ ରୋଡ୍‌, ଖୋର୍ଦ୍ଧାରୋଡ୍‌ ଜଂସନ୍‌, କୋରାପୁଟ ଜଂସନ୍‌, ଲିଙ୍ଗରାଜ, ମଞ୍ଚେଶ୍ୱର, ମେରାମଣ୍ଡଳୀ, ମୁନିଗୁଡ଼ା, ପାନ୍‌ପୋଷ୍‌, ପାରାଦୀପ,ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢ଼ାଖୋଲ, ରାଇରଙ୍ଗପୁର,ରାଜଗାଙ୍ଗପୁର, ରାୟଗଡ଼ା, ରାଉରକେଲା,ସାକ୍ଷୀଗୋପାଳ, ସମ୍ୱଲପୁର, ସମ୍ୱଲପୁର ସିଟି, ତାଳଚେର ରୋଡ୍‌, ସୋର ଓ ଟିଟିଲାଗଡ଼ ଜଂସନ୍‌। ଏଥିରୁ କିଛି ଷ୍ଟେସନ୍‌ର ନବୀକରଣ କାମ ଚାଲିଥିବା ବେଳେ ଆଉ କେତେକ ଷ୍ଟେସନ୍‌ର କାମ ଆରମ୍ଭ ହେବ। କିଛି ଷ୍ଟେସନ୍‌ର ସ୍ଥିତି ଅନୁଧ୍ୟାନ ମଧ୍ୟ କରିଛି। ୨୦୧୪ରୁ ଆଜି ପର୍ଯ୍ୟନ୍ତ ୪୨୭ଟି ଫ୍ଲାଏଓଭର ଓ ଅଣ୍ଡରପାସ୍‌ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ।


Reporterspen

Leave a Reply

!-- afp header code starts here -->