ସଜନା ଶାଗରୁ ମିଳିଥାଏ ୫ଟି ବଡ଼ ଫାଇଦା

Reporterspen

ସଜନା ଗଛର ପ୍ରତ୍ୟେକ ଅଂଶ ଯଥା ଫୁଲ, ପତ୍ର ଏବଂ ଛୁଇଁ  ଶରୀର ପାଇଁ  ଅତ୍ୟନ୍ତ ଉପଯୋଗୀ ଅଟେ । ପାରମ୍ପରିକ ଔଷଧରେ ସଜନା ଛୁଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି । ଏହାର ଉଭୟ ଫୁଲ ଓ ପତ୍ର ଅନେକ ରୋଗର ଚିକିତ୍ସାରେ ଲାଭଦାୟକ ହୋଇଥାଏ। ଅଧିକାଂଶ ଦକ୍ଷିଣ ଭାରତୀୟଙ୍କ ରୋଷେଇ ଘରେ ଆମେ ସଜନା ଛୁଇଁ ଏବଂ ପତ୍ର ରେ ରୋଷେଇ ଦେଖିବାକୁ ମିଳିଥାଏ। ଏହାର ପତ୍ରକୁ ଡାଲି, ସାମ୍ବର ଓ ସଜନା ତରକାରୀରେ ବ୍ୟବହାର କରାଯାଇଥାଏ। ସଜନା ପତ୍ରରେ ଭିଟାମିନ, ଆଣ୍ଟିଅକ୍ସିଡାଣ୍ଟ ଓ ମିନେରାଲ୍ସ ଭରପୂର ମାତ୍ରାରେ ରହିଥାଏ। ଏହି ପତ୍ରରେ ଭିଟାମିନ୍ ଏ, ବି୧, ବି୨, ବି୬, ସି ଓ ଫୋଲେଟ୍ ଭରପୂର ମାତ୍ରାରେ ରହିଥାଏ।  ଏଥିରେ ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଜିଙ୍କ୍, ଆଇରନ୍ ଏବଂ ଫସଫରସ୍ ମଧ୍ୟ ରହିଛି, ଏହିସବୁ ଭିଟାମିନ୍ ଏବଂ ମିନେରାଲ୍ସର ଅନେକ ସ୍ୱାସ୍ଥ୍ୟ ଉପକାରିତା ରହିଛି, ଆସନ୍ତୁ ଜାଣିବା।

୧- ଯଦି ଆପଣ ଶରୀରରେ ମୋଟାପଣ ଚାହୁଁନାହାଁନ୍ତି ତେବେ ଏହି ପତ୍ରର କାଢ଼ା ପିଇବା ଆରମ୍ଭ କରିଦିଅନ୍ତୁ। ତା’ପରେ ଦେଖନ୍ତୁ ଚର୍ବି କେମିତି ତରଳିବା ଆରମ୍ଭ କରିବ । ସଜନା ଛୁଇଁ ର କାଢ଼ା କାରଣରୁ ହାଡ଼କୁ ଶକ୍ତି ମିଳିଥାଏ। ଏହାର ପତ୍ରରେ କ୍ୟାଲସିୟମ ଓ ଫସଫରସ ରହିଥାଏ ଯାହା ଅଷ୍ଟିଓପୋରୋସିସ୍ ସମସ୍ୟାରୁ ମୁକ୍ତି ଦେଇଥାଏ।

୨- ମଧୁମେହ ରୋଗୀଙ୍କ ପାଇଁ ସଜନା ଛୁଇଁ ଲାଭଦାୟକ ହୋଇଥାଏ। ଏଥିରେ ଆଣ୍ଟି-ଡାଇବେଟିସ୍ ଗୁଣ ରହିଛି, ଯାହା ଆମ ଶରୀରରେ ସୁଗାର ବା ଶର୍କାର ସ୍ତରକୁ ବଜାୟ ରଖିଥାଏ। ମଧୁମେହ ରୋଗୀ ମାନେ ଏହାର ପତ୍ରକୁ ସାଲାଡ ଭାବରେ ଖାଇପାରିବେ । ଏହା ବ୍ୟତୀତ ରକ୍ତହୀନତାରେ ପୀଡ଼ିତ ବ୍ୟକ୍ତିମାନେ ଏହାର ପନିପରିବା ଖାଇବା ନିହାତି ଆବଶ୍ୟକ । ଏହା ରକ୍ତର ଅଭାବକୁ ପୂରଣ କରିଥାଏ।

୩- ସଜନା ଛୁଇଁର ବ୍ୟବହାର ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ। ଯଦି କାହାର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେଉଛି, ତେବେ ସେ ସଜନା ଛୁଇଁ ଓ ପତ୍ର ଖାଇବା ଆରମ୍ଭ କରନ୍ତୁ, ଏହା ବ୍ୟକ୍ତିକୁ ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ସାବ୍ୟସ୍ତ ହେବ।

୪- ଯଦି ଆପଣଙ୍କର ମସ୍ତିଷ୍କ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି, ତେବେ ସଜନା ଛୁଇଁ ସେବନ କେବଳ ମସ୍ତିଷ୍କକୁ ସୁସ୍ଥ କରିବ ନାହିଁ ବରଂ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି କରିବ। ଆପଣ ତରକାରୀ ତିଆରି କରି ଖାଇପାରିବେ କିମ୍ବା ସୁପ ତିଆରି କରି ପିଇପାରିବେ । ସଜନା ଛୁଇଁ ସେବନ କରିବା ଦ୍ୱାରା ଶାରୀରିକ ଦୁର୍ବଳତା ଦୂର ହେବା ସହ ବିପଜ୍ଜନକ ସଂକ୍ରମଣରୁ ମଧ୍ୟ ରକ୍ଷା ମିଳିଥାଏ।

୫- ଏହା ବ୍ୟତୀତ ସଜନା ଶାଗ ଓ ଛୁଇଁର ସେବନ ଦ୍ୱାରା ପେଟ ଯନ୍ତ୍ରଣା, ଅଲସର ଇତ୍ୟାଦି ମଧ୍ୟ ଦୂର ହୋଇପାରିବ । ଏଥିସହିତ ଏହି ପନିପରିବା ଯକୃତ ଓ କିଡନୀକୁ ଡିଟକ୍ସିଫାଇଡ କରିବା, ମାନସିକ ଚାପ, ଚିନ୍ତାରୁ ମୁକ୍ତି, ଥାଇରଏଡ କାର୍ଯ୍ୟରେ ଉନ୍ନତି ଆଣିବା ଏବଂ ମା’ କ୍ଷୀର ଉତ୍ପାଦନ ବୃଦ୍ଧି କରିବା ରେ ମଧ୍ୟ ଭଲ କାମ କରିଥାଏ ।

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।


Reporterspen