ଅବଦୁଲ କଲାମଙ୍କ ନବମ ଶ୍ରାଦ୍ଧବାର୍ଷିକୀ ପାଳିତ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୂର୍ବତନ ରାଷ୍ଟ୍ରପତି ଏ ପି ଜେ ଅବଦୁଲ କାଲାମ ସ୍ମୃତି ସଂସଦ ଓ ଚେତନା ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟ ମିଳିତ ଅନୁକୁଲ୍ୟରେ କଲାମଙ୍କ ନବମ ଶ୍ରlଦ୍ଧବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏ ପି ଜେ ଅବଦୁଲ କଲାମ ସ୍ମୃତି ସଂସଦର ଚେୟାରମ୍ୟାନ ଶ୍ରୀ ମନୋଜ କୁମାର ମହାପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ମୁଖ୍ୟ ଅତିଥି ପ୍ରଫେସର ଜ୍ଞାନଦେବ ମହାରଣା କଲାମଙ୍କ ଜୀବନଚର୍ଯ୍ୟା ବିଷୟରେ କହିଥିଲେ ।

ସମ୍ମାନିତ ଅତିଥି ଅବସରପ୍ରାପ୍ତ ଜେନେରାଲ ମ୍ୟାନେଜର ନାଲକୋ ଡ଼ ଚିତ୍ତରଞ୍ଜନ ମିଶ୍ର ଏବଂ ଚେତନା ଅନୁଷ୍ଠାନର ପ୍ରତିଷ୍ଠତା ତଥା ସାଧାରଣ ସମ୍ପାଦକ ଡ଼ଃ ନାରୟଣ ଚନ୍ଦ୍ର ପତି କଲାମଙ୍କ ଜୀବନ ଦର୍ଶନ, ସଫଳତା ଓ ଶିଶୁମାନଙ୍କ ପ୍ରତି ଥିବା ସ୍ନେହ ସମ୍ପର୍କରେ କହିଥିଲେ । ମୁଖ୍ୟ ବକ୍ତା ଡ଼ ଅଶୋକ ମହାପାତ୍ର କଲାମଙ୍କ ଦେଶପ୍ରେମ, ଦେଶପ୍ରତି ଅବଦାନ ସହ ମିସାଇଲ ମ୍ୟାନ ପରିଚୟ ସୃଷ୍ଟିର ବିଶେଷତ୍ୱ ଉପରରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଓପିଟିସିଏଲ ର ପିଆରଓ ଶ୍ରୀ ମନୋଜ କୁମାର ପଣ୍ଡା ଙ୍କ ତରଫରୁ ଜଣେ ଦୃଷ୍ଟି ବାଧିତ ଛାତ୍ରୀ ରିଙ୍କିଙ୍କୁ ଆର୍ଟିଫିସିଆଲ ଇଣ୍ଟେଲଲିଜେନ୍ସର ଏକ ପୁରସ୍କାର ପ୍ରଦାନ କରିଥିଲେ ।

ଏହି ଅବସରରେ ଏକ ବୈଜ୍ଞାନିକ ଦୃଷ୍ଟି କୋଣରୁ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରଖାଯାଇଥିଲା । ପରିଶେଷରେ ଚେତନା ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଚେତନା ଅନୁଷ୍ଠାନର ଭିନ୍ନକ୍ଷମ ଛାତ୍ରଛାତ୍ରୀ, ସ୍ୱତନ୍ତ୍ର ଶିକ୍ଷା ତାଲିମ ନେଉଥିବା ଛାତ୍ରଛାତ୍ରୀ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ସହ ଅନେକ ଜ୍ଞାନୀ ଗୁଣି ବ୍ୟକ୍ତି ଯୋଗ ଦେବା ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଗଠର ସଂପାଦକ ଭରତ ବେହେରା ଚେତନା କଲେଜର ଭାଇସ ପ୍ରିନସିପାଲ ଲଲାଟେନ୍ଦୁ କର ସୂଚlରୁ ରୂପେ ପରିଚଳନା କରିଥିଲେ ।


Reporterspen

Leave a Reply