ନୂଆଦିଲ୍ଲୀ: ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନାଗରର ରାଓ ଆଇଏଏସ୍ ଏକାଡେମୀର ବେସମେଂଟରେ ବର୍ଷା ଜଳ ପଶିବା କାରଣରୁ ଏକ ଦୁର୍ଘଟଣା ଘଟିଛି । କୋଚିଂ ସେଂଟରର ବେସମେଂଟ ପାଣିରେ ବୁଡ଼ିଯିବା କାରଣରୁ ଦୁଇ ବାଳିକା ଛାତ୍ରଙ୍କର ମୃତ୍ୟୁ ଘଟିଛି । ଜଣେ ଛାତ୍ର ସେଠାରେ ଫଶି ରହିଛନ୍ତି ।
ଘଟଣା ସଂପର୍କରେ ସୂଚନା ପାଇବା ମାତ୍ରେ ଦିଲ୍ଲୀ ପୋଲିସ, ଅଗ୍ନିଶମ ବିଭାଗ ଏବଂ ଏନଡିଆରଏଫର ଅନେକ ଟିମ୍ ଘଟଣାସ୍ଥଳରେ ପହଂଚିଛନ୍ତି । ଘଟଣାର ଗମ୍ଭୀରତା ଦେଖି ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲେ । ଦିଲ୍ଲୀ ମେୟର ଶୈଲି ଓବରୋଇ ଏବଂ ସ୍ଥାନୀୟ ବିଧାୟକ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି । ଛାତ୍ରୀଛାତ୍ରଙ୍କ ସନ୍ଧାନରେ ସର୍ଚ୍ଚ ଅପରେସନ ଚାଲିଛି ବୋଲି ଦିଲ୍ଲୀ ପୋଲିସ କହିଛି ।
ଅନୁସନ୍ଧାନରୁ ଜଣାପଡିଛି ଯେ, ତଳ ମହଲାରେ ଏକ ଲାଇବ୍ରେରୀ ଅଛି । ଲାଇବ୍ରେରୀରେ ସାଧାରଣତ ୩୦ ୩୦ ରୁ ୩୫ ପିଲା ଥିଲେ । ହଠାତ୍ ବେସମେଂଟ୍ ଶୀଘ୍ର ପାଣିରେ ଭରିବା ଆରମ୍ଭ କଲା । ଛାତ୍ରମାନେ ବେସମେଂଟରେ ଥିବା ବେଂଚ ଉପରେ ଠିଆ ହୋଇଥିଲେ । ଜଳର ଚାପ ଯୋଗୁଁ ତଳ ମହଲାରେ ଥିବା ଗ୍ଲାସ୍ ଫାଟିଯିବା ଆରମ୍ଭ କଲା ।
ମାଜିଷ୍ଟ୍ରେଟ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି
ଦିଲ୍ଲୀ ମନ୍ତ୍ରୀ ଆତିଶ ସୋସିଆଲ ମିଡିଆ ଏକ୍ସରେ ଏହି ଘଟଣା ବିଷୟରେ ଲେଖିଛନ୍ତି, ସନ୍ଧ୍ୟାରେ ଦିଲ୍ଲୀରେ ପ୍ରବଳ ବର୍ଷା ହେତୁ ଦୁର୍ଘଟଣାର ଖବର ଆସିଛି । ରାଜେନ୍ଦ୍ର ନଗରର ଏକ କୋଚିଂ ପ୍ରତିଷ୍ଠାନର ତଳ ମହଲାରେ ପାଣି ଭରିବାର ଖବର ରହିଛି । ଦିଲ୍ଲୀ ଅଗ୍ନିଶମ ବିଭାଗ ଏବଂ ଏନଡିଆରଏଫ ଘଟଣାସ୍ଥଳରେ ଅଛନ୍ତି ।
ସେ ଆହୁରି କହିଛନ୍ତି, “ଦିଲ୍ଲୀ ମେୟର ଏବଂ ସ୍ଥାନୀୟ ବିଧାୟକ ମଧ୍ୟ ସେଠାରେ ଅଛନ୍ତି । ମୁଁ ପ୍ରତି ମିନିଟରେ ଘଟଣାର ଖବର ନେଉଛି । ଏହି ଘଟଣା କିପରି ଘଟିଲା ସେନେଇ ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣା ପାଇଁ ଯିଏ ଦାୟୀ, ସେ ରକ୍ଷା ପାଇବ ନାହିଁ ।
ପୋଲିସ କ’ଣ କହିଲା?
ଏହି ମାମଲାରେ ପୋଲିସ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ମହିଳାଙ୍କ ମୃତଦେହ ମିଳିଛି । ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ । ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି । ଘଊଜୠ ଏବଂ ଅଗ୍ନିଶମ ଦଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଜି ସନ୍ଧ୍ୟାରେ ବର୍ଷା ହୋଇଥିଲା । ସନ୍ଧ୍ୟାରେ ଆମେ ସୂଚନା ପାଇଲୁ ।