ଭୁବନେଶ୍ୱର, (ରିପୋଟର୍ସ ପେନ୍): ଭୁବନେଶ୍ୱରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ମାମଲାରେ ପୋଷ୍ଟମଟର୍ମ ରିପୋର୍ଟ ଆସିଛି । ମୃତ୍ୟୁ ପୂର୍ବରୁ ମଧୁମିତାଙ୍କ ଦେହରେ ଏକାଧିକ କ୍ଷତ ରହିଛି । ଟ୍ରେନ୍ ଆଗକୁ ଡେଇଁବା ପରେ କିଛି ବାଟ ଘୋଷାଡ଼ି ହେବା ପରେ କିଛି ସମୟ ପାଇଁ ସେ ବଞ୍ଚିଥିଲେ । ଏକାଧିକ କ୍ଷତ ପାଇଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ମଧୁମିତାଙ୍କ ମୃତ୍ୟୁ ମାମଲାରେ ଧଉଳି ଥାନା ପୁଲିସ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି । ସ୍ୱାମୀର ପରକୀୟା ସଂପର୍କରୁ ମଧୁମିତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଗତ ୨୪ ବୁଧବାର ରାତିରେ ମଧୁମିତା ଟ୍ରେନ୍ ଲାଇନ୍କୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଟ୍ରେନ୍ ଲାଇନ୍କୁ ଡେଇଁବା ପୂର୍ବରୁ ସେ ନିଜର ଇନ୍ଷ୍ଟାରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଆତ୍ମହତ୍ୟାର କାରଣ କହିଥିଲେ । ସେହି ଭିଡିଓ ସାମ୍ନାକୁ ଆସିବା ପରେ ମଧୁମିତାଙ୍କ ପରିବାର ଲୋକ ଓ ସାଙ୍ଗ ସାଥୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।
ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଥିଲା ।