ଅବକାରୀ ବିଭାଗର ଜଏଣ୍ଟ କମିଶନରଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆୟ ବହିର୍ଭୂତ ସମ୍ପତ୍ତିି ଠୁଳ ଅଭିଯୋଗରେ ଭୁବନେଶ୍ୱର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ତାଙ୍କ ଅଫିସ, ଭଡାଘର ସମେତ ମୋଟ ୧୦ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଛି । ଇତି ମଧ୍ୟରେ ରାମଚନ୍ଦ୍ରଙ୍କ ମାଳ ମାଳ ଘର ଓ ଫ୍ଲାଟ୍ ଠାବ ହୋଇ ସାରିଲାଣି । ଏହାବାଦ ଘରୁ ବିଡ଼ା ବିଡ଼ା ଟଙ୍କାକୁ ପୁଳା ପୁଳା ସୁନା ଅଳଙ୍କାର ବି ଜବତ ହୋଇଛି । ଠାବ ହୋଇଥିବା ସଂପତ୍ତିର ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି । ରାମଚନ୍ଦ୍ର ମିଶ୍ରଙ୍କର ୩୦ରୁ ଅଧିକ ପ୍ଲଟ୍ ଠାବ ହୋଇଥିବା ସୂଚନା ମିଳିଛି । ବଲାଙ୍ଗିର ଠିକାଦାରପଡ଼ା, ସମ୍ବଲପୁର ଅଇଁଠାପାଲି, ବୁର୍ଲା, ତରଭାରେ ରାମଚନ୍ଦ୍ର ମିଶ୍ରଙ୍କ ଘର ରହିଛି ।

ସେହିପରି ବରଗଡ଼ ବଦ୍ରିପ୍ରସାଦ ଆପାର୍ଟମେଂଟରେ ଫ୍ଲାଟ୍‌, ସମ୍ବଲପୁର ମୟୂର ରେସିଡେନ୍ସିରେ ଫ୍ଲାଟ, ଭୁବନେଶ୍ୱର ଖାରବେଳନଗର ଚନ୍ଦ୍ରମା କେଂପ୍ଲକ୍ସରେ ମଧ୍ୟ ଏକ ଫ୍ଲାଟ ରହିଛି । ସୋନପୁରର ତରଭାରେ ରାଇସ୍ ମିଲ୍ ଓ ସୋନପୁରରେ ଫାର୍ମ ହାଉସ୍ ରହିଛି । ଏସବୁ ସ୍ଥାନ ସମେତ ଭୁବନେଶ୍ୱର ଧର୍ମବିହାର ଭଡ଼ା ଘରୁ ମଧ୍ୟ ବହୁ ସମ୍ପତ୍ତି ଠାବ ହୋଇଛି । ଭୁବନେଶ୍ୱର, ସୋନପୁର, ବରଗଡ଼, ବଲାଙ୍ଗୀର ସମେତ ରାଜ୍ୟର ୧୦ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି ।

ଚଢ଼ାଉରେ ଭିଜିଲାନ୍ସର ୧୦ ଡିଏସପିଙ୍କ ସମେତ ୧୫ ଜଣ ଇନ୍ସିପେକ୍ଟର ଓ ଅନ୍ୟାନ୍ୟ ର୍କମଚାରୀ ସାମିଲ ଅଛନ୍ତି । ତେବେ ରାମଚନ୍ଦ୍ର ଖୁବ୍ ସାଧାସିଧା ହୋଇଥିବା ବେଳେ ଏପର୍ଯ୍ୟନ୍ତ ଭଡ଼ାଘରେ ରହୁଥିବାରୁ ସେ ଅମାପ ସଂପତ୍ତି ଠୁଳ କରିଥିବା ବିଶ୍ୱାସ କରି ପାରୁ ନାହାନ୍ତି ପଡ଼ୋଶୀ । ଏପରିକି ଭିଜିଲାନ୍ସ ଭୁଲ୍ ସୂଚନା ପାଇ ତାଙ୍କ ଘର ଉପରେ ଚଢାଉ କରୁଥିବା ସେମାନେ କହିଛନ୍ତି ।

ରାମଚନ୍ଦ୍ର ଅବକାରୀ ବିଭାଗର ସବ୍‌ଇନ୍ସପେକ୍ଟର ପଦବୀରେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଏବେ ସେ ଜଏଂଟ କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ଆସନ୍ତା ବର୍ଷ ସେ ଅବସର ନେଇଥାନ୍ତେ । ହେଲେ ଏହା ପୂର୍ବରୁ ତାଙ୍କ ସଂପତ୍‌ତି ଦେଖି ଭିଜିଲାନ୍ସ ଅଧିକାରୀ ତାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।


Reporterspen

Leave a Reply