ରାଜ୍ୟରେ ବୁଲା କୁକୁର ନେବେ ଟିକା: ସ୍ୱାସ୍ଥ୍ୟମନ୍ତ୍ରୀ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟରେ ଯେପରି ବୁଲା କୁକରଙ୍କ ସଂଖ୍ୟା ବଢୁଛି ଠିକ୍ ସେହିପରି ଭାବେ ଦୌରତ୍ମ୍ୟ ମଧ୍ୟ ବଢିବାରେ ଲାଗିଛି । ଅନେକ ବ୍ୟକ୍ତି ବୁଲା କୁକୁରଙ୍କ ଆକ୍ରମଣର ଶିକାର ହେଉଛନ୍ତି । କୁକୁର କାମୁଡା କାରଣରୁ ଅନେକ ଲୋକ ହସ୍ପିଟାଲ ଆସୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ଛୋଟ ପିଲା ଏବଂ ମହିଳାମାନେ ବୁଲା କୁକୁର କାମୁଡାର ଶିକା ହେଉଥିବା ଖବର ଆସୁଛି । ଅନେକ ଲୋକ ଜଳାନ୍ତକ ରୋଗର ଶିକାର ହେଉଛନ୍ତି । ଖାଲି ସେତିକି ନୁହେଁ, ବୁଲା କୁକୁରଙ୍କ କାରଣରୁ ଦୁଃର୍ଘଟଣା ଘଟୁଥିବା ଖବର ସାମ୍ନାକୁ ଆସୁଛି । ତେବେ ବୁଲା କୁକୁରଙ୍କୁ ନେଇ ରାଜ୍ୟ ସରକାର ଏକ ନୂଆ ପଦକ୍ଷପ ନେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ବୁଲା କୁକୁରଙ୍କ ଆକ୍ରମଣ ସମ୍ପର୍କରେ ଗଣମାଧ୍ୟମ ସାମ୍ନାରେ ତଥ୍ୟ ରଖି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ୬ ବର୍ଷ ମଧ୍ୟରେ ଅର୍ଥାତ ୨୦୩୦ ସୁଦ୍ଧା ରାଜ୍ୟରୁ ଜଳାନ୍ତକ ରୋଗ ଦୂର କରିବାକୁ ସରକାର ଲକ୍ଷ ରଖିଛନ୍ତି । ଅର୍ବାନ ହାଉସିଂ ଡେଭଲପମେଣ୍ଟ ସହାୟତାରେ ବୁଲା କୁକୁରଙ୍କ ଟିକାକରଣ କରିବା ନେଇ ଆଲୋଚନା କରାଯାଇଛି ବୋଲି ଶ୍ରୀମହାଲିଙ୍ଗ ସୂଚନା ଦେଇଛନ୍ତି ।


Reporterspen

Leave a Reply