ଭୁବନେଶ୍ୱର, (ରିପୋଟର୍ସ ପେନ୍): ବିଜେଡି ସରକାରରେ ଥିବା ବେଳେ ମନ୍ତ୍ରୀ, ବିଧାୟକ ଓ ୫ଟି-ଅଧ୍ୟକ୍ଷ ହେଲିକପ୍ଟରେ ବୁଲି ଜନସାଧାରଣଙ୍କ ଟଙ୍କାକୁ ବର୍ବାଦ କରିଛନ୍ତି । ଏହାର ତଦନ୍ତ କରାଯିବ । ବିଶେଷ କରି ତତକାଳୀନ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଜଣେ ବ୍ୟକ୍ତି ଯଦି ସର୍ବ ସମ୍ମୁଖରେ ରାଜକୋଷକୁ ଲୁଣ୍ଠନ କରିବେ, ଏହା କେବେ ଗ୍ରହଣୀୟ ନୁହେଁ। ଆମ ସରକାର ଏ କଥାକୁ ପୁରା ନଜର ରଖିଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ହେଲିକପ୍ଟର କିଏ ନେଇ ପାରିବ ଏହା ଏକ ପ୍ରକ୍ରିୟା। ଆମ ସରକାର ଏ ନେଇ ପ୍ରତିଶ୍ରୁତି ବଦ୍ଧ । ଯିଏ ଦୋଷ କରିଛି ତା ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ସମ୍ପୂର୍ଣ୍ଣ ବିଧିର ଯେ ଉଲ୍ଲଂଘନ କରେ ତା ଉପରେ ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ। ଏ ଘଟଣାର ଆଉ ପୁନରାବୃତ୍ତି ନହେଉ ବୋଲି କହିଛନ୍ତି।
ଅନ୍ୟପଟେ ନିୟମର ଉଲଂଘନ ହୋଇଥିଲେ ତାଙ୍କ ସରକାର ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହି ପରିବହନ ମନ୍ତ୍ରୀ ରାଜ୍ୟ ରାଜନୀତିକୁ ସରଗରମ କରି ଦେଇଛନ୍ତି। ପାଣ୍ଡିଆନ କୋଟି କୋଟି ଟଙ୍କା ହେଲିକପ୍ଟରରେ ଯିବା ଆସିବା କରିବା ତଥା ଗସ୍ତ ସମୟରେ ବର୍ଷା ଭଳି ଉଡାଇଛନ୍ତି। ବିଭିନ୍ନ ସ୍ଥାନରେ ସେ ସଭାର ଆୟୋଜନ କରୁଥିଲେ ଓ ହେଲିକପ୍ଟରେ ଯାଉଥିଲେ। ପ୍ରାୟ ୫୦୦ କୋଟି ଟଙ୍କା ଉଡ଼ିବା ପାଇଁ ଉଡାଇଛନ୍ତି। ୨୦୧୩-୨୦୨୪ ମସିହାର ଏକ ଆକଳନ ଏହା କହୁଛି। ୧୦/୧୫ କିଲୋମିଟର ଯିବା ପାଇଁ ବି ଭି କେ ପାଣ୍ଡିଆନ ହେଲିକପ୍ଟରର ବ୍ୟବହାର କରୁଥିଲେ।