ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହ ‘କ୍ରିସ୍‌’ର ମୃତ୍ୟୁ

Reporterspen

ବାରଙ୍ଗ, (ଟୁଲୁ ପାତ୍ର): ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ସଂହ କ୍ରିସ୍‌ର ମୃତ୍ୟୁ ଘଟିଛି । କିଛିିଦିନ ହେଲା କ୍ରିସ୍ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲା । ତେବେ କ୍ରିସର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି । ୨୦୦୪ ମସିହା ଜୁନ ୧୬ ତାରିଖରେ ହାଇବ୍ରିଡ ସିଂହ କ୍ରିସ୍‌ର ଜନ୍ମ ହୋଇଥିଲା । ପରେ ସେ ଜନ୍ମଦାତା ପିତା ଭାବେ ଦୁଇଟି ଶିଶୁଙ୍କୁ ଜନ୍ମ ଦେଇଥିଲେ, ସେମାନେ କଳ୍ପନା (୨୩-୦୭-୨୦୧୫) ଓ ଜିତ (୦୬-୦୩-୨୦୧୭) ଜୀବିତ ଅଛନ୍ତି ।

ବୟସାଧିକ କାରଣରୁ କ୍ରିସ୍ ଗତ ଜଲାଇ ୨୬ତାରିଖରୁ ଶରୀରିକ ଦୃଢତା ହରାଇବାକୁ ଲାଗିଥିଲେ, ଯେଉଁଥିରୁ ଦୁର୍ବଳତା, ଆମ୍ବଳତା ଏବଂ ଖାଦ୍ୟରୁଚି କମି ଯାଇଥିଲା । ସେବେଠାରୁ ସେ ଲଗାତାର ଚିକିତ୍ସାଧିନ ଅବସ୍ଥରେ ଥିଲେ । ଗତ ଏକ ସପ୍ତାହ ଧରି ସେ ଉଠିପାରୁ ନଥିଲେ । ନନ୍ଦନକାନନର ଏକତ୍ରିତ ଚିକିତ୍ସିତ ଟିମ୍ ସର୍ବୋତ୍କୃଷ୍ଟ ଚେଷ୍ଟା ସତ୍ୱେ କ୍ରିସ୍‌ର ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲା । ଶେଷରେ ଆଜି ସକାଳ ପ୍ରାୟ ୯ଟା ବେଳେ ତାର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାକୁ ୨୦ ବର୍ଷ ୧ମାସ ଓ ୨୮ ଦିନ ବୟସ ହୋଇଥିଲା । କ୍ରିସ୍ ର ମୃତ୍ୟୁ ଖବର ପ୍ରଚାର ହେବା ପରେ ପଶୁ ପ୍ରେମୀ ମାନେ ଗଭିର ଶୋକ ପ୍ରକାଶ କରିଛନ୍ତି।


Reporterspen