ଆତଙ୍କବାଦୀ ଲିଙ୍କ ନେଇ ରାଜୁ ମଣ୍ଡଳକୁ ଏନଆଇଏର ଜେରା

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସିମ୍ ବକ୍ସ ଠାବ ଘଟଣାରେ ଗିରଫ ହୋଇଥିବା ରାଜୁ ମଣ୍ଡଳକୁ ଏନଆଇଏ ଟିମ ଜେରା କରିଛି । ଭୁବନେଶ୍ୱରରେ ଥିବା ଏନ୍ଆଇଏ ୱିଙ୍ଗର ୪ଜଣିଆ ଟିମ ଆଜି ଦିନତମାମ ରାଜୁକୁ ଜେରା କରିଥିଲେ । ଏପରିକି ଜବତ ହୋଇଥିବା ସିମ୍କୁ ଯାଞ୍ଚ କରିଥିଲେ । ଏହି ସିମବକ୍ସରୁ କୌଣସି ଆତଙ୍କି ସଂଗଠନ ପାଖକୁ କଲ ହୋଇଛି କି ନାହିଁ, ସେ ନେଇ ଏନ୍ଆଇଏ ଟିମ ଖୋଳତାଡ କରିଛି । ତେବେ କିଛି ସୁରାକ ମିଳିଛି କି ନାହିଁ ସେ ନେଇ କୌଣସି ସୂଚନା ମଳିପାରିନାହିଁ । ଯଦି କିଛି ସୁରାକ ମିଳିବ, ତେବେ ଦିଲ୍ଲୀରୁ ସ୍ୱତନ୍ତ୍ର ଟିମ ଓଡ଼ିଶା ଅସିବ ବୋଲି ଜଣାପଡିଛି ।

ଏହି ଘଟଣାର ମାଷ୍ଟରମାଇଣ୍ଡ ଆଶାଦ୍ଦୁର ଏବେବି ଫେରାର ଥିବା ବେଳେ ପାଲିସ ରାଜୁ ମଣ୍ଡଳକୁ ପଚରାଉଚରା କରୁଛି । ଏହି ଗ୍ୟାଙ୍ଗରେ ଆଉ କେତେଜଣ ସାମିଲ ଅଛନ୍ତି, ସେମାନେ କେଉଁ ଅଛନ୍ତି ଓ ଏହି ସିମ୍ ବକ୍ସକୁ କେଉଁ ଉଦେ୍ଦଶ୍ୟରେ ବ୍ୟବହାର କରାଯାଉଥିଲା, ସେ ନେଇ ପୋଲିସ ତନାଘନା କରୁଛି । ଏପରିକି ମାଷ୍ଟରମାଇଣ୍ଡ ଆଶାଦ୍ଦୁରକୁ ଭାରତ ଆଣିବାକୁ ପୋଲିସ ଉଦ୍ୟମ ଆରମ୍ଭ କରିଛି । ଆବଶ୍ୟକ ପଡିଲେ ପୋଲିସ ଇଣ୍ଟରପୋଲର ସହାୟତା ନେବ ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ, ରାଜୁ ମଣ୍ଡଳ ନିଖୋଜ ହେବା ନେଇ ତାଙ୍କ ପରିବାର ଲୋକ ପଶ୍ଚିମବଙ୍ଗର ଏକ ଥାନାରେ ଅଭିଯୋଗ କରିଛନ୍ତି । ମିସିଂ ରିପୋର୍ଟ ପାଇବା ପରେ ପଶ୍ଚିମବଙ୍ଗ ପୋଲିସ ରାଜୁ ମଣ୍ଡଳ ମୋବାଇଲ ଫୋନ୍ ଟ୍ରାକ କରିଥିଲା । ରାଜୁର ଲାଷ୍ଟ ଲୋକେଶନ୍ ଲକ୍ଷ୍ମୀସାଗର ଥାନା ଦେଖାଇଥିଲା । ଲକ୍ଷ୍ମୀସାଗର ଥାନା ପୋଲିସ ସହ ପଶ୍ଚିମବଙ୍ଗ ପୋଲିସ କଥା ହେବା ପରେ ପରିବାର ଲୋକ ରାଜୁ ଗିରଫ ହେବା ନେଇ ସୂଚନା ପାଇଥିଲେ । ଗିରଫ ସୂଚନା ପାଇବା ପରେ ରାଜୁ ମଣ୍ଡଳ ପରିବାର ଲୋକେ ଓକିଲ ସହ ଲକ୍ଷ୍ମୀସାଗର ଥାନାରେ ଆସି ପହଂଚିଥିଲେ । ରାଜୁର ଗିରଫ ସଂପର୍କୀତ ସବୁ ତଥ୍ୟ ଲକ୍ଷ୍ମୀସାଗର ଥାନା ପୋଲିସ ପରିବାରବର୍ଗଙ୍କୁ ଦେଇଥିଲା । ଏଥିସହ ଲକ୍ଷ୍ମୀସାଗର ଥାନା ପୋଲିସ ପରିବାର ଲୋକଙ୍କୁ ମଧ୍ୟ ରାଜୁ ସଂପର୍କରେ ଅଧିକ ପଚରଉଚରା କରୁଛି ।

ଉଲ୍କେଖଥାଉ କି, କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଆଗରେ ସିମ୍ ବକ୍ସ ଆଣିବା ଠାରୁ ଲଗାଇବା ଯାଏଁ ସବୁ ଗୁମର ଖୋଲିଛି ରାଜୁ ମଣ୍ଡଳ । ଝାଡଖଣ୍ଡର ରାଂଚିର ମୌଲାନା ଆଜାଦ କଲୋନୀ ଗଳି ନମ୍ବର- ୧୫ରେ ଥିବା ୪ ମହଲା କୋଠାର ଉପର ମହଲାରେ ଲାଗିଥିଲା ସିମ୍ ବକ୍ସ । ଏହା ପୂର୍ବରୁ ଭୁବନେଶ୍ୱର ଓ କଟକରୁ ବି ସିମ୍ ବକ୍ସ ଜବତ ହୋଇଛି ।


Reporterspen