ଭୁବନେଶ୍ୱର, (ରିପୋଟର୍ସ ପେନ୍): ମାତ୍ର ଦୁଇ ମାସ ହେଲା କ୍ଷମତାକୁ ଆସିଥିବା ବିଜେପି ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି । ଶ୍ରୀମନ୍ଦିର ଚାରିଦ୍ୱାରା ଖୋଲିବା ଠାରୁ ଆରମ୍ଭ କରି ମହିଳା, କୃଷକ, ଯୁବକ, ଛାତ୍ରଛାତ୍ରୀ, ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଇଛି । ଓଡ଼ିଶାର ବିକାଶ ଏବଂ ଓଡ଼ିଶାବାସୀଙ୍କ କଲ୍ୟାଣ ହେଉଛି ବିଜେପିର ଏକ ମାତ୍ର ଲକ୍ଷ୍ୟ । ହେଲେ ଏହାକୁ ଉଭୟ କଂଗ୍ରେସ ଓ ବିଜେଡି ଆଦୌ ସହ୍ୟ କରି ପାରୁନାହାନ୍ତି ବୋଲି ବିଜେପି ଗଣମାଧ୍ୟମ ସଂଯାଜକ ସୁଜିତ କୁମାର ଦାସ କହିଛନ୍ତି ।
ଶ୍ରୀ ଦାସ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ଶରୀର ଦୁଇ, କିନ୍ତୁ ଆତ୍ମା ଗୋଟିଏ । ଗୋଟିଏ ହେଉଛି ୫୦ ବର୍ଷ ଧରି ରାଜ୍ୟ ଶାସନ ଭାର ସମ୍ଭାଳି ଥିବା ଜାତୀୟ କଂଗ୍ରେସ ଦଳ ଏବଂ ଅନ୍ୟଟି ହେଉଛି ଗତ ୨୪ବର୍ଷ ଧରି ଓଡ଼ିଶାକୁ ଶାସନ କରୁଥିବା ବିଜୁ ଜନତା ଦଳ । ଓଡ଼ିଶାରେ କଂଗ୍ରେସ ନେତାମାନେ ବିଜେଡି ପାଖରେ ନତମସ୍ତ । କଂଗ୍ରେସ ଦଳର ରାଜ୍ୟ ସଭାପତି କିଏ ହେବେ, ତାହା ବିଜେଡି ମୁଖିଆ ନବୀନ ପଟ୍ଟନାୟକ ସ୍ଥିର କରିଥାନ୍ତି । ଏ କଥା ସମସ୍ତେ ଜାଣିଛନ୍ତି ।
ଶରୀର ଦୁଇ, କିନ୍ତୁ ଆତ୍ମା ଗୋଟିଏ । ଗୋଟିଏ ହେଉଛି ୫୦ ବର୍ଷ ଧରି ରାଜ୍ୟ ଶାସନ ଭାର ସମ୍ଭାଳି ଥିବା ଜାତୀୟ କଂଗ୍ରେସ ଦଳ ଏବଂ ଅନ୍ୟଟି ହେଉଛି ଗତ ୨୪ ବର୍ଷ ଧରି ଓଡ଼ିଶାକୁ ଶାସନ କରୁଥିବା ବିଜୁ ଜନତା ଦଳ । ଓଡ଼ିଶାରେ କଂଗ୍ରେସ ନେତାମାନେ କେଉଁ ଭଳି ଭାବେ ବିଜେଡି ପାଖରେ ନତମସ୍ତକ ।
— Sujit Kumar Das (@sujitdas_bbsr) August 24, 2024
ଉଭୟ ଦଳ ମିଳିମିଶି ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଶାସନରେ ଥିବା ସତ୍ୱେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଗଢି ତୋଳିବାରେ ବିଫଳ ହେଲେ । ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର, ଅନ୍ୟାୟ ଆଦିକୁ ଛାଡ଼ିଦେଲେ ଅନ୍ୟ କୌଣସି କ୍ଷେତ୍ରରେ ଓଡ଼ିଶାର ସୁନାମ ଆଣିବାରେ ଅକ୍ଷମ ହୋଇଛନ୍ତି ଉଭୟ କଂଗ୍ରେସ ଓ ବିଜେଡି । ରାଷ୍ଟ୍ରହିତ କାର୍ଯ୍ୟ ତ କଂଗ୍ରେସକୁ ଜଣାନାହିଁ । ଆଉ ବିଜେଡିର ଚିନ୍ତା ହିଁ ନାହିଁ । ଦେଶର ସୁରକ୍ଷା, ସାର୍ବଭୌମତ୍ୱକୁ ସର୍ବଦା ଅଣଦେଖା କରି ଆସୁଥିବା କଂଗ୍ରେସ ଦଳ ସବୁବେଳେ ବିଦ୍ୱେଷ, ଅଶାନ୍ତି, ବିଶୃଙ୍ଖଳାକୁ ଅଗ୍ରାଧିକାର ଦେଇ ଆସିଛି ।
ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଦେଶବାସୀଙ୍କୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯେତେବେଳେ ପ୍ରଶ୍ନ କରାଗଲା, ଜବାବ୍ ରଖିବା ବଦଳରେ ନିଜ ଦଳରେ କୋଣଠେସା ହୋଇ ରହିଥିବା ବିଶ୍ୱ ମହାନ୍ତି ବାବୁ ବିଭ୍ରାନ୍ତିକର ମନ୍ତବ୍ୟ ଦେଲେ । ଜାମ୍ମୁ-କାଶ୍ମୀରବାସୀଙ୍କ ସହ କିଏ ଆଉ କେମିତି ଛଳନା କରିଛି, ପଡୋଶୀ ଶତ୍ରୁ ପାକିସ୍ଥାନ ସହ କଣ ସଂପର୍କ ରହିଛି, ତାହା ଆଉ ଅଛପା ହୋଇ ରହିନାହିଁ । ଆସନ୍ତା ଦିନମାନଙ୍କରେ କଂଗ୍ରେସର ଦୋମୁହାଁ ନୀତି ଏବଂ ରାଷ୍ଟ୍ର ବିରୋଧୀ ତଥ୍ୟମାନଙ୍କ ସହ ସଂପର୍କ ବିଷୟରେ ଆହୁରି ସତ୍ୟତା ପ୍ରକାଶ ପାଇବ । ଦେଶବାସୀଙ୍କୁ ସମ୍ମୁଖରେ ଉତ୍ତର ଦେବା ପାଇଁ ସାହସ ଥିବ ତ ବୋଲି ପ୍ରଶ୍ନ କରିଛନ୍ତି?