କ୍ଷୁଧା, ଦାରିଦ୍ର୍ର ଏବଂ ଅସମାନତା ଦୂରିକରଣରେ ଭାରତର ପଦକ୍ଷେପକୁ ପ୍ରଶଂସା: ଅର୍ପିତା ଅପରାଜିତା ବଡଜେନା

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ବ୍ରାଜିଲର ରିଓଜେନେରିଓରେ ଅନୁଷ୍ଠିତ ୱାଇ-୨୦ ଯୁବ ସମ୍ମିଳନୀରେ ୫ଜଣ ଭାରତୀୟ ଯୁବନେତା ସମେତ ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡଜେନା ଅଂଶ ଗ୍ରହଣ କରିଥିଲେ । ବ୍ରାଜିଲରେ ଆୟୋଜିତ ଏହି ସମ୍ମିଳନୀ ୧୦ ରୁ ୧୯ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୭ଟି ଦେଶର ପ୍ରତିନିଧି ଏକତ୍ରିତ ହୋଇ “ଗ୍ଲୋବାଲ ଚ୍ୟାଲେଞ୍ଜ ଓ ଅପରଚ୍ୟୁନିଟ୍‌ି” ଶୀର୍ଷକ ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ ।

ଏହି ଅବସରରେ କ୍ଷୁଧା, ଦାରିଦ୍ର୍ର ଏବଂ ଅସମାନତା ଦୂରିକରଣ ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ ହୋଇଥିଲା । ଦାରିଦ୍ର‌୍ୟ ଦୂରୀକରଣରେ ଭାରତ ନେଇଥିବା ପଦକ୍ଷେପ ଉପରେ ଚର୍ଚ୍ଚା ହୋଇଥିଲା । ବିଶେଷ କରି ମୋଦିଜୀ ଶାସନକୁ ଆସିବା ପରେ ଦେଶର ୧୩୫ ନିୟୁତ ଲୋକଙ୍କୁ ଦାରିଦ୍ର‌୍ୟରୁ ବାହାର କରି ଯେଉଁ ଭଳି ସଫଳତା ହାସଲ କରିଛନ୍ତି ତାହାକୁ ବ୍ରାଜିଲ ୱାଇ-୨୦ ସମ୍ମିଳନୀରେ ପ୍ରଶଂସା କରାଯାଇଥିଲା । ଭାରତରେ ମୋଦି ସରକାର ଜନତାଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ସେଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଦି ଅନ୍ତୁର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲକ୍ଷାଧିକ ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଇଛି । ଏଥିସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଖାଦ୍ୟ ନିରାପତାକୁ ସୁନିଶ୍ଚିତ କରାଯାଇଛି । ଦାରିଦ୍ର‌୍ୟ ହ୍ରାସ ପାଇଁ ଭାରତର ଏଭଳି ଅଭିନବ ପ୍ରୟାସକୁ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ଦ୍ୱାରା ପ୍ରଶଂସା କରାଯାଇଥିଲା । ନଭେମ୍ବର ୨୦୨୪ରେ ରିଓଜେନେରିଓରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ଶିଖର ସମ୍ମିଳନୀରେ ବିଶ୍ୱନେତାମାନେ ଏକତ୍ରିତ ହୋଇ ୱାଇ-୨୦ଶିଖର ସମ୍ମିଳନୀରେ ହୋଇଥିବା ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରିବେ ବୋଲି ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡଜେନା ସୂଚନା ଦେଇଛନ୍ତି ।


Reporterspen