ବବିଙ୍କ ବିକାଶ କାର୍ଯ୍ୟରେ ବିରୋଧି ଇର୍ଷାନ୍ୱିତ, ଅପପ୍ରଚାରରେ ବ୍ୟସ୍ତ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିକାଶର ଅନ୍ୟ ନାମ ପ୍ରଣବ ପ୍ରକାଶ ଦାସ ଓରଫ ବବିି । ପ୍ରଣବ ହେଉଛନ୍ତି ବିଜେଡିର ସଙ୍କଟମୋଚନ ଓ ବିକାଶର କର୍ଣ୍ଣଧାର । ବିଶେଷ କରି ନିଜ ଜିଲ୍ଲାର ବିକାଶ ଲାଗି ସେ ଯାହା କରିଛନ୍ତି, ତାଙ୍କୁ ସାବାସୀ ଦେବା ବଦଳରେ ବିରୋଧିମାନେ ଇର୍ଷାନ୍ୱିତ ହୋଇ ସମାଲୋଚନା କରିବା ନିନ୍ଦନୀୟ ବୋଲି ଯାଜପୁର ବିକାଶ ମଞ୍ଚ (ଛତିଆ)ପକ୍ଷରୁ କୁହାଯାଇଛି ।

ବିକାଶ ମଞ୍ଚର ସଦସ୍ୟ ତଥା ଛତିଆର ଯୁବନେତା ସଞ୍ଜୟ ଲେଙ୍କା କହିଛନ୍ତି, ୨୫ ବର୍ଷ ତଳେ ଯାଜପୁର ଜିଲ୍ଲାକୁ ଭଲ ରାସ୍ତାଟିଏ ନଥିଲା । ଅନ୍ୟାନ୍ୟ ବିକାଶ କଥା ନକହିବା ଭଲ । ମାତ୍ର ବବି ଦାସ ରାଜନୀତିକୁ ଆସିବା ପରେ ବିକାଶର ପ୍ରକିୟା ଆରମ୍ଭ ହୋଇଥିଲା । ମନ୍ତ୍ରୀ ପଦ ଛାଡି ସେ ରାଜ୍ୟର ବିକାଶ ଲାଗି ଦଳର ସାଙ୍ଗଠନିକ ସମ୍ପାଦକ ଦାୟିତ୍ୱ ନେବା ପରେ ଯାଜପୁରକୁ ଏକ ନମ୍ବର ଜିଲ୍ଲାରେ ପରିଣତ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ ।

ନିଜ ବିଧାୟକ ପାଣ୍ଠି, ସାଂସଦ ପାଣ୍ଠି ସହିତ ରାଜ୍ୟସଭା ସାଂସଦ ଓ ଏପରିକି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠି ଆଣି ଜିଲ୍ଲାର ବିକାଶ କରିଥିଲେ । ରାସ୍ତାଘାଟ, ହସ୍‌ପିଟାଲ, ଶିକ୍ଷାନୁଷ୍ଠାନ, ମନ୍ଦିର ଆଦିର ବିକାଶକୁ ଆଗେଇ ନେଇଥିଲେ । କେତେକ ପ୍ରକଳ୍ପର କାମ ଶେଷ ହୋଇଥିବା ବେଳେ ଆଉ କେତେକ କାମ ଚାଲୁ ରହିଛି । ବିକାଶର ଧାରାକୁ ଦେଖି ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରବା ସହ ନିଜ ଫାଣ୍ଠିରୁ ଅନୁଦାନ ମଧ୍ୟ ଦେଇଥିଲେ । ବବିଙ୍କ ବିକାଶକୁ ବିରୋଧି ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଉଲ୍ଲେଖଥାଉ କି, ୪ ବର୍ଷରେ ୧୧ ରାଜ୍ୟସଭା ସାଂସଦଙ୍କ ୧୫ କୋଟି ଟଙ୍କା ଯାଜପୁର ବିକାଶରେ ଖର୍ଚ୍ଚ ହୋଇଥିଲା । ଗତ ୩ ବର୍ଷରେ ଖାଲି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୩ ହଜାର ୭୪ କୋଟିର ଅନୁଦାନ ମିଳିଛି । ଏହି ଅନୁଦାନ ଅର୍ଥରେ ଜିଲ୍ଲାରେ ୪୩୭ଟି ପ୍ରକଳ୍ପ କାମ ସରିଥିବା ବେଳେ ୨୫୫ଟି ପ୍ରକଳ୍ପ କାମ ଚାଲୁ ରହିଛି । ଆଉ ୧ ହଜାର ୩୭ଟି ପ୍ରକଳ୍ପ କାମ ଚୁଡାନ୍ତ ହୋଇ କାମ ଆରମ୍ଭ ଅପେକ୍ଷାରେ ରହିଛି । ସେହିପରି ଯାଜପୁରର ଇଷ୍ଟଦେବୀ ତଥା ବିଶ୍ୱପ୍ରସିଦ୍ଧ ମାଆ ବିରଜା ମନ୍ଦିର ପ୍ରକଳ୍ପ ପାଇଁ ୯ କୋଟିରୁ ଅଧିକ ଅନୁଦାନ ମିଳିଛି । ପ୍ରକଳ୍ପ କାମ ଲାଗି ଜାଗା ଉଚ୍ଛେଦ କାମ ଚାଲୁରହିଛି । ସେହିପରି ଏନ୍‌ସି କଲେଜ ବିକାଶ ଲାଗି ୩ କୋଟିର ଅନୁଦାନ ମିଳିଛି ।

ଏଥିରୁ ବିରୋଧିମାନେ ନିଜ ଅଞ୍ଚଳର ବିକାଶ କିପରି ହୁଏ, ଶିକ୍ଷା ଲାଭ କରିବା ଉଚିତ । ଅନ୍ୟଥା ବିକାଶ ପୁରୁଷକୁ ଅପରାଧୀ ଭଳି ସମାଲାଚନା କରନ୍ତୁନାହିଁ । ନଚେତ ଲୋକେ ଏହାର ଜବାବ ଦେବେ ବୋଲି ମତ ପ୍ରକାଶ ପାଇଛି ।


Reporterspen