ବୁଧଙ୍କ ଚଳନ ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ

Reporterspen

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧଙ୍କୁ ଗ୍ରହ ମାନଙ୍କ ରାଜକୁମାର କୁହାଯାଏ। ନବଗ୍ରହଙ୍କ ମଧ୍ୟରୁ ବୁଧଙ୍କ ସ୍ଥାନ ବେଶ ଗୁରୁତ୍ବପୂର୍ଣ୍ଣ। ବୁଧଙ୍କୁ ବୁଦ୍ଧି, ବ୍ୟବସାୟ, ଧନ ଓ ସମ୍ମାନର କାରକ ବୋଲି ବିବେଚନା କରାଯାଏ। ଯଦି ଜାତକ ବା ରାଶିରେ ବୁଧଙ୍କ ସ୍ଥିତି ଦୁର୍ବଳ ଥାଏ। ତେବେ, ବ୍ୟକ୍ତି ଜଣକ ଜୀବନରେ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ। ତେବେ, ଏହି କ୍ରମରେ ବୁଧ ଅଗଷ୍ଟ ୨୯ ତାରିଖ ସକାଳ ୯ଟା ୧୫ ମିନିଟ୍ ସମୟରେ ନିଜ ମୂଳ ରାଶି ଛାଡି଼ କର୍କଟ ରାଶିକୁ ଚଳନ କରିବେ। ତେବେ, ବୁଧଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ…..

ମିଥୁନ:  ବୁଧଙ୍କ ଚଳନ ଏହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ଏହି ଅବଧି ମଧ୍ୟରେ, କ୍ୟାରିୟରକୁ ନେଇ କୌଣସି ବଡ଼ ଖବର ମିଳିପାରେ। ଦିର୍ଘ ଦିନ ଧରି ଚାକିରି ଆଶାରେ ଥିବା ଲୋକଙ୍କୁ ଭଲ ଚାକିରି ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବୃଦ୍ଧି ପାଇବ। ବରିଷ୍ଠ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ବ୍ୟବସାୟୀମାନେ ଆଶାତିତ ଲାଭ ପାଇବା ସହ ଆକସ୍ମିକ ଧନଲାଭର ଯୋଗ ରହିଛି। ଆୟ ବୃଦ୍ଧି ପାଇବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ସ୍ବାସ୍ଥ୍ୟଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କନ୍ୟା:  ବୁଧଙ୍କ ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ଆମଦାନୀ-ରପ୍ତାନୀ ବ୍ୟବସାୟୀମାନେ ପୁରୁଣା ବିନିଯୋଗରୁ ଲାଭ ପାଇବେ।  ପୁରୁଣା ରୋଗରୁ ମୁକ୍ତି ମିଳିବା ସହ ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ନିଜ ସମ୍ପର୍କୀୟଙ୍କ ସହ ଚାଲିଥିବା ବିବାଦର ଅନ୍ତ ଘଟିବ। ସମ୍ପର୍କ ମଜବୁତ୍ ହେବ। ପାରିବାରିକ ଜୀବନ ସୁଖମୟ ହେବା ସହ ସାଥୀଙ୍କ ଭଲ ସମୟ ଅତିବାହିତ କରିବେ।

ଧନୁ:  ବୁଧଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ଶେଷହେବ। ବ୍ୟବସାୟୀମାନଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ବିଶେଷକରି, ରିୟଲି ଇ-ଷ୍ଟେଟ୍ ରେ ଜଡିତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଏହି ସମୟ ମଧ୍ୟରେ ନୂଆ ଜମି କିଣିପାରନ୍ତି।  ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ। ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବା ସହିତ ଦାମୀ ଉପହାର ପାଇବେ।


Reporterspen