ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ।

ସୂଚନା ଯୋଗ୍ୟ ଯେ ନୂଆଖାଇ ସେପ୍ଟେମ୍ବର ୮ତାରିଖ ରବିବାର ଛୁଟି ଦିବସ ହୋଇଥିବାରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟ ଛୁଟି ରହିବ । ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ କୋର୍ଟ (କାର୍ଯ୍ୟ ନିର୍ବାହୀ) ବନ୍ଦ ରହିବ । ଏହା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ ।

ଏହାକୁ ମିଶାଇ ସରକାରୀ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଲଗାତର ୩ଦିନ ଛୁଟି ପାଇବେ । ସେପ୍ଟେମ୍ବର ୭ ତାରିଖ ଗଣେଶ ପୂଜା, ୮ ତାରିଖ ରବିବାର ଓ ୯ ତାରିଖ ନୂଆଖାଇ ଯୋଗୁଁ ଘୋଷଣା କରାଯାଇଛି ।


Reporterspen