ଆଜିଠାରୁ ସୁଭଦ୍ରା ଯୋଜନା ଆବେଦନ ଆରମ୍ଭ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟ ସରକାର ମହିଳାମାନଙ୍କୁ ଆର୍ଥିକ ସ୍ଵାବଲମ୍ବୀ କରିବା ଲକ୍ଷ୍ୟରେ ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି କ୍ରମରେ ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ସରକାର କହିଛନ୍ତି ଯେ ଅଙ୍ଗନବାଡ଼ି କର୍ମୀଙ୍କ ସମେତ ସହାୟିକା, ଆଶା କର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ-ସିଆରପି ମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ। ଏହାବ୍ୟତୀତ ଏହି ଯୋଜନାରେ ମଧ୍ୟ ମାଷ୍ଟର ବୁକକିପର ତଥା ଏମବିକେ, ଆଉଟସୋର୍ସିଂ ଏଜେନ୍ସି ଦ୍ୱାରା ନିଯୁକ୍ତ ମହିଳା ମାନେ ବି ଆବେଦନ କରିପାରିବ।

ମୋହନ ମାଝିଙ୍କ ନେତୃତ୍ୱାଧୀନ ବିଜେପି ସରକାର ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ SOP ଏବଂ ନିର୍ଦ୍ଦେଶାବଳୀ ଜାରି କରିଥିଲେ। ବର୍ତ୍ତମାନ ନୂତନ ଘୋଷଣାରେ ଦର୍ଶାଯାଇଛି ଯେ ଅ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ-ସିଆରପି ମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ, ଯଦି ସେମାନେ ପୂର୍ବ ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଥିବା ମାନଦଣ୍ଡ ପୂରଣ କରନ୍ତି। କହିରଖୁଛୁ ଯେ ସୁଭଦ୍ରା ଯୋଜନା ଅଧୀନରେ ଜଣେ ଯୋଗ୍ୟ ହିତାଧିକାରୀ ପାଞ୍ଚ ବର୍ଷ ପାଇଁ ପ୍ରତିବର୍ଷ ୫୦୦୦ ଟଙ୍କା ଲେଖାଁଏ ଦୁଇଟି କିସ୍ତିରେ ୧୦,୦୦୦ ଟଙ୍କା ପାଇବେ। ଏବଂ ମୋଟ ପାଞ୍ଚବର୍ଷରେ ୫୦,୦୦୦ ଟଙ୍କା ପାଇବେ।

ଏହା ସମେତ ଶୁକ୍ରବାର ଦିନ ମହିଳା ଏବଂ ଶିଶୁ ବିକାଶ ବିଭାଗ ସୁଭଦ୍ରା ଯୋଜନାକୁ ନେଇ ଏକ ଟୋଲ୍ ଫ୍ରି ନମ୍ବର-୧୪୬୭୮ ଜାରି କରିଛି। ସୁଭଦ୍ରା ଯୋଜନା ସଂପର୍କିତ ସମସ୍ତ ତଥ୍ୟ ପାଇବା ପାଇଁ ଆବେଦନକାରିଣୀ ଏହି ସ୍ୱତନ୍ତ୍ର ଟୋଲ-ଫ୍ରି ନମ୍ବରରେ କଲ୍ କରିପାରିବେ । ଯାହା ସକାଳ ୬ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ।

କିପରି କରିବେ ଆବେଦନ?
ଆବେଦନକାରୀ ଅଫଲାଇନ ମାଧ୍ୟମରେ ଅଙ୍ଗନୱାଡି କେନ୍ଦ୍ର, ବ୍ଳକ୍ ଅଫିସ୍, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ରରୁ ଫର୍ମ ନେଇ ସେହିଠାରେ ପ୍ରମାଣ ପତ୍ର ଭରି ଆବେଦନ ଭରିପାରିବେ । ଏହା ସମେତ ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଫର୍ମ ଫିଲପ୍ ସହ ସମସ୍ତ ପ୍ରମାଣ ପତ୍ର ମଧ୍ୟ ଅପଲୋଡ୍ କରିବାକୁ ପଡିବ । ଖବର ଅନୁସାରେ ଆସନ୍ତାକାଲିଠାରୁ ଏହି ଯୋଜନା ପାଇଁ ଆବେଦନ ଆରମ୍ଭ ହେବାକୁ ଯାଉଛି।


Reporterspen