ତିନି ଦିନିଆ ବୃନେଇ ଓ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ

Reporterspen

ପୁଣି ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ।  ତିନି ଦିନିଆ ବୃନେଇ ଓ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୃନେଇର ରାଜା ସୁଲତାନ ହାଜି ହସନାଲ ବୋଲିକିଆହାଙ୍କ ନିମନ୍ତ୍ରଣ ରକ୍ଷା କରି ବିଦେଶ ଗସ୍ତ କରିଛନ୍ତି ପିଏମ୍ ମୋଦି । କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ସରକାରୀ ବୃନେଇ ଗସ୍ତ । ସେଠାରେ ସେ ସିଙ୍ଗାପୁର ପାଇଁ ଯାତ୍ରା କରିବେ । ସେପ୍ଟେମ୍ବର ୪ କିମ୍ବା ୫ ତାରିଖରେ ଏହି ନିର୍ଦ୍ଧାରିତ ହେବ ।

ବିଦେଶ ଯାତ୍ରା ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଆସନ୍ତା ଦୁଇ ଦିନ ସେ ବୃନେଇର ଦାରୁର୍ସଲାମ ଏବଂ ସିଙ୍ଗାପୁର ଗସ୍ତ କରିବେ । ଦୁଇ ଦେଶର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍ ହେବେ । ଏହା ସହିତ ଉଭୟ ଦେଶ ସହିତ ଦ୍ବିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବା ଦିଗରେ ଆଲୋଚନା କରିବେ । ଭାରତ ଓ ବୃନେଇ ଦାରୁର୍ସଲାମ ରାଜନୈତିକ ସମ୍ପର୍କ ପ୍ରାୟ ୪୦ ବର୍ଷ ପୁରୁଣା । ମାହମହିମ ସୁଲତାନ ହାଜି ହସନଲଙ୍କୁ ଭେଟ କରିବାକୁ ଉତ୍ସୁକତା ବଢ଼ୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ପୋଷ୍ଟ କରିଛନ୍ତି । ସେହିପରି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ରମ୍, ପ୍ରଧାନମନ୍ତ୍ରୀ ଲରେନ୍ସ ଭୋଙ୍ଗେ, ବରିଷ୍ଠ ମନ୍ତ୍ରୀ ଲି ସିନ୍ ଲୁଙ୍ଗ ସହିତ ସାକ୍ଷାତର କାର୍ଯ୍ୟକ୍ରମ ରହିଛି ।

ଏହାଛଡ଼ା ସିଙ୍ଗାପୁରରେ ପିଏମ୍ ମୋଦି ବ୍ୟବସାୟିକ ସମ୍ପର୍କକୁ ବୃଦ୍ଧି କରିବାକୁ ଚେଷ୍ଟା କରିବେ । ସିଙ୍ଗାପୁରରେ ଥିବା ବ୍ୟବସାୟିକ ସମୁଦ୍ରାୟ ସହିତ ଭେଟ କରିବେ । ସିଙ୍ଗାପୁର ସହିତ ଭାରତ ରାଜନୈତିକ ସମ୍ପର୍କ, ବିଶେଷ କରି ଉନ୍ନତ ନିର୍ମାଣ ପଦ୍ଧତି, ଡିଜିଟାଲାଇଜେସନ ଦିଗରେ ବୁଝାବଣା ସଦୃଢ଼ ହେବ ପିଏମ୍ ମୋଦି ଆଶା ରଖିଛନ୍ତି ।


Reporterspen