ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବୟସ୍କମାନଙ୍କ ପାଇଁ ପ୍ରଥମ ଏମପକ୍ସ ଟିକା ଅନୁମୋଦନ କରିଛି । WHO ଶୁକ୍ରବାର ଦିନ କହିଛି ଯେ, ଆଫ୍ରିକା ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ରୋଗର ମୁକାବିଲା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ୟୁନିସେଫ ପରି ଆନ୍ତର୍ଜାତୀୟ ସଂଗଠନ ବାଭରିଆନ୍ ନର୍ଡିକ୍ କଂପାନୀର ଏହି ଟିକା କ୍ରୟ କରିବାରେ ସକ୍ଷମ ହେବେ । ତେବେ ଏହାର ଯୋଗାଣ ସୀମିତ ରହିବ ।
WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଗାନୋମ୍ ଗେବ୍ରେଇସସ୍ କହିଛନ୍ତି ଯେ ଆଂଟି-ଏମପକ୍ସ ଟିକାର ପ୍ରଥମ ଯୋଗ୍ୟତା ଏହି ରୋଗ ବିରୋଧରେ ଲଢିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ଟୀକାକରଣର ଲକ୍ଷ୍ୟ କ’ଣ?
ଟୀକାକରଣର ପ୍ରାଥମିକତା ହେଉଛି, ଏହା ସୁରକ୍ଷିତ ଏବଂ ପ୍ରଭାବଶାଳୀ ହେବା ଆବଶ୍ୟକ । ଡଐଙ ଅନୁମୋଦନ ଅନୁଯାୟୀ, ଏହି ଟିକା ୧୮ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଲୋକଙ୍କୁ ଦୁଇଟି ମାତ୍ରା ଦିଆଯାଇପାରେ । ଯଦିଓ ଏହି ଟିକା ୧୮ ବର୍ଷରୁ କମ୍ ଲୋକଙ୍କ ପାଇଁ ଲାଇସେନ୍ସ ମିଳିନାହିଁ । କିନ୍ତୁ ଏହା ଶିଶୁ ଏବଂ କିଶୋରମାନଙ୍କରେ ବ୍ୟବହାର କରାଯାଇପାରିବ, ଯେଉଁଠାରେ ଟୀକାକରଣର ଲାଭ ସମ୍ଭାବ୍ୟ ବିପଦ ଠାରୁ ଅଧିକ ଥିବ ।
ଏମପକ୍ସର ଲକ୍ଷଣଗୁଡିକ କ’ଣ?
ଆଫ୍ରିକା ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ରର ଅଧିକାରୀମାନେ ଗତ ମାସରେ କହିଥିଲେ ଯେ ଏମପକ୍ସ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା କଙ୍ଗୋରେ ପ୍ରାୟ ୭୦ ପ୍ରତିଶତ ମାମଲା ଶିଶୁଙ୍କ ଠାରେ ଅଛି । ଏମପକ୍ସ ପୂର୍ବରୁ ମଙ୍କି ପକ୍ସ ଭାବରେ ଜଣାଶୁଣା । ଏହା ଏକ ସଂକ୍ରାମକ ଭାଇରାଲ୍ ରୋଗ । ଦାଗ, ଫୁଲା, ଜ୍ୱର, ଶରୀରର ଯନ୍ତ୍ରଣା ଏହାର ମୁଖ୍ୟ ଲକ୍ଷଣ ।