PM Modi Visit : ଆଜି ଓଡି଼ଶା ଆସୁଛନ୍ତି ମୋଦି

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ (PM Modi Visit Odisha) କରୁଛନ୍ତି।  ଜନ୍ମଦିନ ଅବସରରେ ମୋଦି ଓଡି଼ଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ୭୪ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ଜନ୍ମଦିନ ଅବସରରେ ଦେଶବାସୀଙ୍କୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।  ଏହି ଅବସରରେ  ଭୁବନେଶ୍ବରର ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ସୁଭଦ୍ରା ଯୋଜନାରେ ପ୍ରଥମ ଦିନରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିବ। ଏହି ଯୋଜନାରେ ପ୍ରାୟ ୧ କୋଟିରୁ ଅଧିକ ୨୧ ବର୍ଷରୁ ୬୦ ବର୍ଷ ମହିଳା ମାନଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ଜମା ଖାତାକୁ ଯିବ। ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ୬୦ ଲକ୍ଷରୁ ଅଧିକ ମହିଳା ନାମ ପଞ୍ଜିକରଣ କରିସାରିଛନ୍ତି। ନୂଆ ସରକାର ଗଠନ ପରେ ଏହା ମୋଦିଙ୍କ ପ୍ରଥମ ଓଡ଼ିଶା ଗସ୍ତ।  ସୂଚନା ଅନୁସାରେ ଆଜି ପ୍ରଧାନମନ୍ତ୍ରୀ ମୋଦି  ଦିନ  ୧୦ଟା ୫୦ ମିନିଟ୍ ସମୟରେ  ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ପରେ ସେ  ଦିନ ୧୧ଟା ୧୦ ମିନିଟ୍ ସମୟରେ  ଗାଡ଼କଣ ବସ୍ତି ଯିବେ। ଆଉ ସେଠାରେ,  ସେଠାରେ ପଏମ ଆବାସ ହିତାଧିକାରୀଙ୍କ ସହ କିଛି ସମୟ ଆଲୋଚାନ କରିବାର କାର୍ଯ୍ୟକ୍ରମ ରହିଛି।

ସେଠାରୁ ସିଧା ସଳଖ ବାହାରି ଦିନ ୧୧ ଟା ୫୫ ମିନିଟ୍ ସମୟରେ ଜନତା ମଇଦାନରେ ପହଞ୍ଚିବେ।  ଆଉ ସେଠାରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବା ସହ ସାଧାରଣ ସଭାକୁ ସମ୍ଭୋଧିତ କରିବେ।  ଏହାସହ ୨୮୦୦ କୋଟି ଟଙ୍କା ରେଳ ପ୍ରକଳ୍ପ ସହ ୧ ହଜାର କୋଟିର ଏନଏଚ୍ ପ୍ରକଳ୍ପର ଶିଳାନ୍ୟାସ କରିବେ ।  ଏହା ପରେ କାର୍ଯ୍ୟକ୍ରମ ଶେଷ ଦିନ ୧ଟା ୨୦ ମିନିଟ୍ ସମୟରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି।


Reporterspen