Sex Life : ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ସୋସିଆଲ ମିଡିଆ ଓ ଅର୍ଥଚିନ୍ତା ଯୋଗୁଁ ବ୍ରିଟେନର ଲୋକମାନେ ପୂର୍ବ ଅପେକ୍ଷା କମ୍ ଯୌନ ସଂପର୍କ ରଖୁଛନ୍ତି । ପ୍ରାୟ ୧୫,୦୦୦ ବ୍ରିଟିଶ ଲୋକଙ୍କ ଉପରେ କରାଯାଇଥିବା ଏହି ଅନୁସନ୍ଧାନ ଅନୁଯାୟୀ, ୧୬-୪୪ ବର୍ଷ ବୟସର ବ୍ରିଟିଶମାନଙ୍କ ପ୍ରତି ମାସରେ ପାଂଚ ଗୁଣରୁ କମ୍ ଶାରୀରିକ ସଂପର୍କ ରହିଥାଏ । ଗତ ଦୁଇଟି ସବେକ୍ଷଣର ଫଳାଫଳ ଅନୁଯାୟୀ, ଲୋକମାନେ ଏକ ମାସରେ ୬ ଥରରୁ ଅଧିକ ଯୌନ ସଂପର୍କ ରଖୁଥିଲେ ।
ନିକଟରେ ଜାତୀୟ ଯୌନ ମନୋଭାବ ଏବଂ ଜୀବନଶୈଳୀ ଏହିପରି ଦୁଇଟି ସଭେ ର୍କରିଥିଲା । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଆଧୁନିକ ଜୀବନଶୈଳୀ ଲୋକଙ୍କ ଶାରୀରିକ ସଂପର୍କ ରଖିବାକୁ ଇଚ୍ଛାକୁ ପ୍ରଭାବିତ କରୁଛି ।
ଯୌନ ଉପାୟରେ ପ୍ରଯୁକ୍ତିବିଦ୍ୟା
ଲଣ୍ଡନ ୟୁନିଭରସିଟି କଲେଜର ଡକ୍ଟର କ୍ୟାଥ ମର୍ସ କୁହନ୍ତି, ଲୋକମାନେ ନିଜ କାମକୁ ନେଇ ଚିନ୍ତାରେ ଅଛନ୍ତି, ଟଙ୍କାକୁ ନେଇ ଚିନ୍ତିତ ଅଛନ୍ତି, ସେମାନେ ଯୌନ ସଂପର୍କ ରଖିବାକୁ ମନୋଭାବରେ ନାହାଁନ୍ତି ।
ସେ କୁହନ୍ତି, ଲୋକଙ୍କ ପାଖରେ ସ୍ମାର୍ଟଫୋନ୍ ଏବଂ ଟାବଲେଟ୍ ଅଛି, ଏବଂ ସେମାନେ ତାକୁ ଶୋଇବା ଘରକୁ ନେଇଯାଆନ୍ତି, ଟ୍ୱିଟର, ଫେସବୁକ୍ କରନ୍ତି ଏବଂ ଇମେଲ୍କୁ ଜବାବ ଦିଅନ୍ତି ।
ସେ ଏହା ମଧ୍ୟ କହିଛନ୍ତି ଯେ, ସର୍ଭେ ଅନୁଯାୟୀ ୧୬ରୁ ୪୪ ବର୍ଷ ବୟସର ଲୋକମାନେ ଯୌନ ସମ୍ପର୍କ ପରିବର୍ତ୍ତେ ଅନଲାଇନ୍ ପର୍ଣ୍ଣ ଦେଖୁଛନ୍ତି । ସର୍ବେକ୍ଷଣ ଅନୁଯାୟୀ, ୨୦୧୦/୧୨ ବେଳକୁ ପୁରୁଷମାନେ ୪.୯ ଥର ଏବଂ ମହିଳାମାନେ ୪.୮ ଥର ଶାରୀରିକ ସଂପର୍କ ରଖୁଥିଲେ ।
କିଶୋର ଏବଂ ବୟସ୍କ
ପ୍ରତି ୧୦ ବର୍ଷରେ କରାଯାଉଥିବା ଏହି ସର୍ବେକ୍ଷଣର ସର୍ବଶେଷ ତଥ୍ୟ ଦର୍ଶାଉଛି ଯେ ୧୬ ବର୍ଷରୁ କମ୍ ପିଲାମାନଙ୍କ ମଧ୍ୟରେ ଶାରୀରିକ ସଂପର୍କ ରଖିବାର ପ୍ରବୃତ୍ତି ବୃଦ୍ଧି ପାଇଛି । ଗତ ସର୍ଭେରେ ଏହା ୨୯ ପ୍ରତିଶତ ଥିଲା ଯାହା ୩୧ ପ୍ରତିଶତକୁ ବୃଦ୍ଧି ପାଇଛି ।
ଏହି ସର୍ଭେରେ ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ସେମାନଙ୍କ ଜୀବନରେ ଯୌନ ସ୍ଥିତି ବିଷୟରେ ଆଲୋଚନା କରାଯାଇଥିଲା, ଯେଉଁଥିରେ ଜଣାପଡିଛି ଯେ ୬୫ ରୁ ୭୪ ବର୍ଷ ବୟସର ନାଗରିକଙ୍କ ମଧ୍ୟରେ ୪୨ ପ୍ରତିଶତ ମହିଳା ଏବଂ ୬୦ ପ୍ରତିଶତ ପୁରୁଷ ଯୌନ ସଂପର୍କ ରଖିଛନ୍ତି ।
ଅବଶ୍ୟ, ସେମାନେ ଯୌନ ସଂପର୍କ କରିବାର ସମ୍ଭାବନା ମଧ୍ୟରେ ଅଛନ୍ତି, ପୁରୁଷମାନେ ମାସରେ ମାତ୍ର ୨.୩ ଥର ଏବଂ ମହିଳାମାନେ ୧.୪ ଥର ଶାରୀରିକ ସଂର୍ପକ ରଖନ୍ତି ।
ଯୌନ ପ୍ରବୃତ୍ତି
୨୫ ରୁ ୩୪ ବର୍ଷ ବୟସ ବର୍ଗର ପୁରୁଷଙ୍କ ମଧ୍ୟରେ ଯୌନ ଆବୃିତିି ସର୍ବାଧିକ, ମାସରେ ୫.୪ ଥର, ମହିଳାମାନଙ୍କ ମଧ୍ୟରେ ଏହା ୧୬ ରୁ ୨୪ ବର୍ଷ ବୟସରେ ସର୍ବାଧିକ ରହିଛି । ୪୪ ବର୍ଷ ବୟସ ପର୍ଯ୍ୟନ୍ତ ମହିଳାମାନେ କୁହନ୍ତି ଯେ ସେମାନଙ୍କ ଜୀବନରେ ୭ରୁ ଅଧିକ ଅଂଶୀଦାର ଥିବାବେଳେ ପୁରୁଷଙ୍କ ମଧ୍ୟରେ ଏହି ସଂଖ୍ୟା ୧୧ ଅତିକ୍ରମ କରିଛି ।
ଲୋକମାନେ ଯୌନ ସଂର୍ପକ ପାଇଁ ଦେୟ ଦେଇଛନ୍ତି କି ନାହିଁ ବୋଲି ସର୍ଭେରେ ମଧ୍ୟ ପ୍ରଶ୍ନ କରାଯାଇଛି । ଏହାର ଜବାବରେ ମହିଳାଙ୍କ ସଂଖ୍ୟା ଅବହେଳିତ ଥିଲା, କିନ୍ତୁ ପୁରୁଷମାନଙ୍କ ମଧ୍ୟରେ ୩.୬ ପ୍ରତିଶତ ସ୍ୱୀକାର କରିଛନ୍ତି ଯେ ସେମାନେ ସେକ୍ସ ପାଇଁ ଦେୟ ଦେଇଛନ୍ତି ।
ବାଧ୍ୟତାମୂଳକ ଯୌନ ସମ୍ବନ୍ଧରେ, ସର୍ଭେରୁ ଏହା ମଧ୍ୟ ଦର୍ଶାଯାଇଛି ଯେ ପ୍ରତି ୧୦ ଜଣ ମହିଳାଙ୍କ ମଧ୍ୟରୁ ୧ଜଣ ଏବଂ ୭୦ ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ସ୍ୱୀକାର କରିଛନ୍ତି ଯେ ସେମାନେ ବାଧ୍ୟତାମୂଳକ ଯୌନ ସଂର୍ପକ କରିଛନ୍ତି ।