Collector’s Conference: କୌଣସିସ୍ତରରେ ଦୁର୍ନୀତିକୁ ସରକାର ସହିବେ ନାହିଁ : ମୁଖ୍ୟମନ୍ତ୍ରୀ

Reporterspen

Collector’s Conference : ଭୁବନେଶ୍ୱର(ରିପୋଟର୍ସପେନ୍‌) : ଜିଲ୍ଲାପାଳମାନେ ହେଉଛନ୍ତି ଶାସନ ଓ ପ୍ରଶାସନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଅନ୍ତିମ ଲୋକଙ୍କ ପାଖରେ ସରକାରଙ୍କ ଯୋଜନା ଓ ନିଷ୍ପତ୍ତି ଓ ଲକ୍ଷ୍ୟକୁ ପହଞ୍ଚାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଆନ୍ତି। କିଛି ସହରାଞ୍ଚଳ  ଓ ରାଜଧାନକୁ ଛାଡ଼ିଦେଲେ ଜିଲ୍ଲାପାଳମାନଙ୍କୁ ସରକାର ବୋଲି ଲୋକେ  ବୁଝନ୍ତି। ଏଣୁ ପୂର୍ବ ସରକାରଙ୍କ ଭଳି ମନମୁଖୀ ନହୋଇ ଜନପ୍ରତିନିଧିଙ୍କୁ ସମ୍ମାନ ଦେଇ ନିଜର ଦାୟିତ୍ୱ ନିର୍ବାହ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆହ୍ୱାନ ଦେଇଛନ୍ତି।

ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନିୟମିତତା ସମ୍ପର୍କରେ ସେ ସବୁକୁ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ। ଜିଲ୍ଲାପାଳମାନଙ୍କ ପାଖରେ ଅଧିକାର ଅଛି, ତାକୁ ବ୍ୟବହାର କରି ଜିଲ୍ଲାପାଳମାନେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ମୁଖ୍ୟମନ୍ତ୍ରୀ ବିଶ୍ବାସ ରଖିଛନ୍ତି।। କୌଣସି ପ୍ରକାରେ, କୌଣସିସ୍ତରରେ ଦୁର୍ନୀତିକୁ ସରକାର ସହିବେ ନାହିଁ। ଦୁର୍ନୀତିକୁ ନେଇ କୌଣସି ପ୍ରକାର ସାଲିସ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଜିଲ୍ଲାପାଳମାନେ ହେଉଛନ୍ତି ସରକାରଙ୍କ ପାଇଁ ତୃଣମୂଳ ସ୍ତରର ସେତୁ (last mile connectivity)। ଲୋକକଲ୍ୟାଣ ପାଇଁ ସରକାର ଉତ୍ତମ ରୁ ଉତ୍ତମ ଯୋଜନା ଓ ନୀତି ନିର୍ଦ୍ଧାରଣ କରି ପାରିବେ। କିନ୍ତୁ ଏହି ସବୁ ଯୋଜନାକୁ ଅନ୍ତିମ ହିତାଧିକାରୀ ପର୍ଯ୍ୟନ୍ତ ପହଞ୍ଚାଇବାରେ ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଆପଣ ଯଦି ରାଜଧାନୀ କିମ୍ବା କିଛି ସହରାଞ୍ଚଳକୁ ଛାଡି ଦେବେ ବାକି ସବୁ ଠାରେ ସରକାର କହିଲେ ଲୋକେ ଜିଲ୍ଲାପାଳଙ୍କୁ ବୁଝନ୍ତି, କାରଣ ଦୈନନ୍ଦିନ ଜୀବନରେ ବିଭିନ୍ନ ସମସ୍ୟାର ସମାଧାନ ଜିଲ୍ଲାସ୍ତରରେ ହୋଇଥାଏ। ତେଣୁ ସେମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାର ଗୁରୁ ଦାୟିତ୍ଵ ହେଉଛି ଆପଣମାନଙ୍କ କାନ୍ଧରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ଜିଲ୍ଲାପାଳଙ୍କୁ ଅନୁରୋଧ ସବୁ ଜିଲ୍ଲାପାଳ କିଛି ସମୟ ବାହାର କରି କ୍ଷେତ୍ର ପରିଦର୍ଶନ କରନ୍ତୁ। ଏହାଦ୍ୱାରା ସମସ୍ୟାକୁ ନିଜେ ଦେଖିପାରିବେ ଏବଂ ସମସ୍ୟା ସମାଧାନ ପାଇଁ ସହାୟକ ହେବ। ବିଶେଷକରି, ସ୍କୁଲ୍‍, ହସ୍ପିଟାଲ ଓ ଥାନାକୁ ନିୟମିତ ଭାବେ ଯାଆନ୍ତୁ।  ସରକାରୀ କାର୍ଯ୍ୟାଳୟ, ଥାନାରେ ସାଧାରଣ ଲୋକଙ୍କ ସମେତ ଜନ ପ୍ରତିନିଧିଙ୍କୁ ମଧ୍ୟ ଦୁର୍ବ୍ୟବହାର କରାଯାଉଛି। ଗଣତନ୍ତ୍ରରେ ଲୋକପ୍ରତିନିଧିଙ୍କୁ ଅଗ୍ରାଧିକାର ଦେବା ସରକାରୀ ଅଧିକାରୀଙ୍କ କର୍ତ୍ତବ୍ୟ। ଏଥିଲାଗି ବୁକ୍‍ ସର୍କୁଲାର ୪୭ ରହିଛି। ଏଥିପ୍ରତି ଯତ୍ନବାନ ହୁଅନ୍ତୁ।

ଖଣିଜ ଓ ଲଘୁ ଖଣିଜର ଚୋରା ଚାଲାଣ ହେଉଛି। ଏହାକୁ ରୋକିବା ଲାଗି ଜିଲ୍ଲାପାଳମାନେ ଧ୍ୟାନ ଦିଅନ୍ତୁ। ଅନେକ ସମ୍ରୟରେ ତହସିଲଦାର ବା ତଳ ସ୍ତରର ପ୍ରଶାସନିକ ଅଧିକାରୀଙ୍କୁ ଏହି ଦୁର୍ନୀତି ରୋକିବା ଅଭିଯୋଗରେ ହତ୍ୟା କରାଯାଇଛଇ, ଧମକ ମିଳିଥିବା ମୁଁ ଜାଣିଛି। କିନ୍ତୁ ଜିଲ୍ଲାପାଳମାନେ ଏସବୁ ରୋକିବା ପାଇଁ ଟେକ୍ନୋଲୋଜି ବ୍ୟହାର କରନ୍ତୁ।  ଯଷତ୍ର ଅଧିକାରୀଙ୍କଚ ସହାୟକ ହୁଅନ୍ତୁ।  ଚୋରା ମଦର ଅବାଧ କାରବାର। ଅପମିଶ୍ରଣକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରନ୍ତୁ। ନିଜ ଜିଲ୍ଲାରେ ଯେପରି ଚୋରାମଦ କାରବାର ନହୁଏ ସେଥିପ୍ରତି ଆପଣ ଦାୟୀ ରୁହନ୍ତୁ।

ଓଡ଼ିଶା ଜନସଂଖ୍ୟାର ୨୨.୮୭ ହେଉଛନ୍ତି ଜନଜାତି ବର୍ଗର। ଅନେକ ଜିଲ୍ଲା ଆଦିବାସୀ ଜିଲ୍ଲା ହୋଇ ନଥିଲେ ମଧ୍ୟ ଅନେକ ଆଦିବାସୀ ସେଠାରେ ବାସ କରନ୍ତି। ଅନେକ ସମୟରେ ଜଙ୍ଗଲ ସଂରକ୍ଷଣ ନୀତି ମାଧ୍ୟମରେ ଅନେକ ନିରୀହ ହଇରାଣ ହୋଇଥାଆନ୍ତି ଏବଂ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏଥିପ୍ରତି ସମ୍ବେଦନଶୀଳ ହୁଅନ୍ତୁ ଜିଲ୍ଲାପାଳ। ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ମାନରେ ରହିଛି। ଦୁଇ ଦଶନ୍ଧି ଧରି ଅବହେଳା ଏହାର କାରଣ। ଭିତ୍ତିଭୂମି ଓ ନିଯୁକ୍ତିକୁ ଧ୍ୟାନ ଦିଆ ନଗଲେ ଏପରି ହୋଇଥାଏ। ଗତ ସରକାରରେ ୫-ଟି ରୂପାନ୍ତରଣ ନାଁରେ ଭଙ୍ଗ କାନ୍ଥକୁ ରଙ୍ଗ ଦେଇ ଚକ୍‍ ଚକ୍‍ କରାଯାଇଛି। ପ୍ରାଥମିକ ସ୍ତରରର ପିଲାଟି ହରଣ ଗୁଣନ ଜାଣୁ ନାହିଁ। ଏହା ଆମେ ବହୁତ ଦେଖିଛୁ। ଏଣୁ ସରକାର ନୂଆ  ଫିଡର ସ୍କୁଲ୍‍ ଯୋଜନା ପଞ୍ଚାୟତରେ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା କିପରି ଠିକଣା ଭାବେ ରୂପାୟନ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ସରକାର।

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଲାଗି ସରକାର ପଣ କରିଛନ୍ତି। ଏଥିଲାଗି ଜିଲ୍ଲାପାଳଙ୍କ ସହାୟତା ଆବଶ୍ୟକ। ଜିଲ୍ଲା ହେଡକ୍ୱାର୍ଟରରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ଲୋକେ କିପରି ଏହାର ଭରପୂର ଫାଇଦା ନେବେ ତାହାକୁ ପ୍ରାଥମିକତା ଦିଅନ୍ତୁ। ଧାନ ସଂଗ୍ରହ ସମୟ ଆସିଲାଣି। ଗତ ସରକାର ବରଗଡ଼ଠାରେ ୧୦୦ ଟଙ୍କାର ବୋନସ ଦେବେ ବୋଲି କହିଥିଲେ ତାହା ହୋଇପାରିଲା ନାହିଁ। ଆମେ ପ୍ରତିଶୃତି ଦେଇଛୁ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ କିଣିବାକୁ ଯୋଜନା କରାଯାଇଛି। ଏଥିପ୍ରତି ସତର୍କତା ନିଅନ୍ତୁ। କାରଣ ବାହାରୁ ଧାନ ଆମ ରାଜ୍ୟରେ ପ୍ରବେଶ କରିବା ଆଶଙ୍କା ରହିଛି।


Reporterspen