Durga Puja : ଯେଉଁଠି ଲକ୍ଷ୍ମଣଙ୍କ ତୀର ମୁନରେ ନିର୍ମିତ ମା’ ଦୁର୍ଗା ମୂର୍ତ୍ତୀ ପୂଜିତ

Reporterspen

Durga Puja : ତୈତୟାଯୁଗରେ ପ୍ରଭୂ ରାମଚନ୍ଦ୍ର ବନବାସ ସମୟରେ ରାଜଧାନୀ ଭୁବନେଶ୍ୱରରେ ଥିବା ଶିଖରଚଣ୍ଡି ପାହାଡରେ ଆଶ୍ରୟ ନେଇଥିଲେ । ସେହି ସମୟରେ ପାହାଡ ଉପରେ ଥିବା ଏକ ପଥରରେ ଲକ୍ଷ୍ଣଣ ନିଜ ତୀର ମୁନରେ ମା’ ଦୁର୍ଗାଙ୍କ ଷଡ଼ଭୂଜା ମୂର୍ତ୍ତୀ ନିର୍ମାଣ କରିଥିଲେ । ଯାହାକୁ ମାତା ସୀତା ପୂଜା କରୁଥିଲେ । ସେହି ଶିଖରଚଣ୍ଡୀ ଏବେ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି । ଏହି ପାହାଡ଼ର ଆୟତନ ପ୍ରାୟ ୨୫୦ଏକର ରହିଥିବା ବେଳେ ପାହାଡ଼ ଉପରେ ଷଡ଼ଭୂଜା ଦେବୀ ଶିଖରଚଣ୍ଡୀଙ୍କର ଏକ ମନ୍ଦିର ରହିଛି ।

ପୌରାଣିକ ମତ ଅନୁଯାୟୀ, ପ୍ରଭୂ ଶ୍ରୀରାମଚନ୍ଦ୍ର ବନବାସ ସମୟରେ ଶିଖରଚଣ୍ଡୀ ଠାରେ ଅବସ୍ଥାନ କରିଥିଲେ । ପାହାଡ଼ ଶିଖରରେ ଥିବା ଏକ ପ୍ରସ୍ତରରେ, ଶ୍ରୀରାମଚନ୍ଦ୍ରଙ୍କ ଅନୂଜ ଲକ୍ଷ୍ମଣ ନିଜ ତୀର ମୁନରେ ମା’ ଦୁର୍ଗାଙ୍କର ଅଷ୍ଟଭୂଜା ମୂର୍ତ୍ତୀ ଖୋଦେଇ କରି ପୂଜା କରୁଥିଲେ । ଲକ୍ଷ୍ମଣଙ୍କ ଦ୍ୱାରା ଏବେ ପୂଜା ପାଉଥିବା ଷଡ଼ଭୂଜା ପ୍ରତିମୂର୍ତ୍ତୀ ମଧ୍ୟ ପ୍ରତିଷ୍ଠିତ ହୋଇଥିଲା । ଏହି ପ୍ରତିମୂର୍ତ୍ତୀକୁ ଗଜପତି ମହାରାଜ ମୁକୁନ୍ଦଦେବଙ୍କ ଅମଳରେ ପୁନଃଶ୍ଚ ଆବିଷ୍କାର କରାଯାଇଥିଲା ଓ ସେବେଠାରୁ ଦେବୀଙ୍କର ନୀତି ସହ ପୂଜାର୍ଚ୍ଚନା କରାଯାଉଛି ।

ସେହିପରି ପାହାଡ଼ର ଦକ୍ଷିଣ ପାର୍ଶ୍ୱରେ ଥିବା ପାଣ୍ଡରା ଗୂମ୍ଫାରେ ମହାଭାରତର ବନବାସ ସମୟରେ ପାଣ୍ଡବମାନେ ଅବସ୍ଥାନ କରୁଥିଲେ । ଏହି ଗୂମ୍ପା ନିକଟରେ ଭୀମ ଏକ ବିଶାଳ ପ୍ରସ୍ତର ପ୍ରତିଷ୍ଠା କରିଥିଲେ । ଏହି ପ୍ରସ୍ତର ସାମାନ୍ୟ ଆଙ୍ଗୁଠି ସ୍ପର୍ଶରେ ଦୋହଲିଯାଏ କିନ୍ତୁ ବର୍ଷା, ତୋଫାନ ବା ଭୂମିକମ୍ପ ହେଲେ ଅବିଚଳିତ ରହିଥାଏ । ସାରଙ୍ଗଗଡ଼(ପଟିଆ)ର ରାଜା ମଧ୍ୟ ଶିଖରଚଣ୍ଡୀଙ୍କ ଭକ୍ତ ଥିଲେ । ଶିଖରଚଣ୍ଡୀ ପୀଠରେ ଝାମୁ ଯାତ୍ରା ଏକ ମୁଖ୍ୟ ପର୍ବ ଭାବରେ ପାଳନ କରାଯାଇଥାଏ ।

ଇତିହାସ ଅନୁସାରେ, ଶିଖରଚଣ୍ଡୀ ପାହାଡ଼ ଏକଦା, ବହୁ ବନ୍ୟଜନ୍ତୁଙ୍କ ଆଶ୍ରହସ୍ଥଳି ଥିଲା । ସାରଙ୍ଗଗଡ଼ର ଶିକାରୀ ଗଦାଧର ରାୟ ଓ ଚକ୍ରଧର ରାୟଙ୍କ ଶିକାର ଲେଖାରେ ଶିଖରଚଣ୍ଡୀ ପାହାଡ଼ରେ ବାଘର ଆତଙ୍କ କଥା ବର୍ଣ୍ଣନା କରାଯାଇଛି । ସ୍ଥାନୀୟ ଅଧିବାସୀଙ୍କ ମତରେ ଏଠାରେ ବହୁ ସଂଖ୍ୟକ ମୟୂର ଦେଖାଯାଉଥିଲେ, ଯାହା କାଳକ୍ରମେ କମିଯାଇଛନ୍ତି ।

ଓଡ଼ିଶା ସରକାର, ଶିଖରଚଣ୍ଡୀକୁ ଏକ ପ୍ରମୂଖ ପର୍ଯ୍ୟଟନ କ୍ଷେତ୍ର ରୂପରେ ପରିଣତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏବେ ଏହାକ ଏକ ପ୍ରମୁଖ ପିକନିକ ସ୍ଥଳ ଭାବେ ଖ୍ୟାତି ଲାଭ କରିଛି ।


Reporterspen