Astrology Tips: ଦୁର୍ଲଭ ସଂଯୋଗ: ଏହି ୫ ରାଶିର ଲୋକଙ୍କ ଉପରେ ହେବ ଧନବର୍ଷା !

Reporterspen

Astrology Tips: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ବୋଲି ବିବେଚନା କରାଯାଏ। ଏହି କ୍ରମରେ  ସୂର୍ଯ୍ୟ ଚଳିତ ମାସ ୧୬ ତାରିଖରେ ସନ୍ଧ୍ୟା ୭ଟା ୫୩ ମିନିଟ୍ ସମୟରେ ତୁଳା ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ  ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଓ ଆନନ୍ଦର କାରକ ଶୁକ୍ର ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ସୂର୍ଯ୍ୟ-ଶୁକ୍ରଙ୍କ ଅପୂର୍ବ ମିଳିନ କିଛି ରାଶି ପାଇଁ ଶୁଭଫଳ ପ୍ରଦାନ କରିବ। ଯଦି,ଜଣେ ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟ ଓ ଶୁକ୍ରଙ୍କ ସ୍ଥିତି ମଜବୁତ୍ ଥାଏ । ତେବେ, ବ୍ୟକ୍ତି ଜଣକ ଜୀବନରେ ସମସ୍ତ ସୁଖ, ସମୃଦ୍ଧି ଲାଭ କରିଥାଏ ବୋଲି ବିଶ୍ବାସ ରହିଛି। ତେବେ, ଆସନ୍ତୁ ଜାଣିବା ଆସନ୍ତାମାସରେ କେଉଁ ରାଶିର ବ୍ୟକ୍ତି ଧନବାନ୍ ହେବାକୁ ଯାଉଛନ୍ତି।

ବୃଷ : ସୂର୍ଯ୍ୟ ଓ ଶୁକ୍ର ୟୁତି ବା ଦୁର୍ଲଭ ସଂଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବ୍ୟବସାୟୀମାନେ ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି କରିବେ। ଏହି ସମୟ ମଧ୍ୟରେ କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିବ। ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି। ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଚେଷ୍ଟା ଜାରି ରଖନ୍ତୁ ସଫଳତା ନିଶ୍ଟୟ ପାଇବେ। ଆୟ- ବ୍ୟୟ ସମାନ ରହିବ।  ଅଯଥା ଖର୍ଚ୍ଚରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ଦିର୍ଘ ଦିନ ଧରି ଲାଗି ରହିଥିବା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବଦ ଦୂର ହେବ। କିନ୍ତୁ ଜମିବାଡ଼ି ବିବାଦ ପିଛା ଛାଡିବ ନାହିଁ। ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ।

ତୁଳା : ତୁଳା ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ବିଶେଷକରି, କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହୋଇପାରେ। ଆଇଟି ଓ ରିସର୍ଚ୍ଚ କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ସମୟ ବେଶ୍ ଭଲ ରହିବ। ବିଦେଶରୁ ଚାକିରି ଅଫର ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରେମୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ପ୍ରତ୍ୟକ କାର୍ଯ୍ୟରେ ନିଜ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଆର୍ଥିକ ସ୍ଥିତି ମଜବୁତ୍ ହେବା। ବ୍ୟବସାୟୀରେ ବାକି ପଡିଥିବା ଟଙ୍କା ମିଳିବ। ଆୟ ବୃଦ୍ଧି ପାଇଲେ ମଧ୍ୟ ଖର୍ଚ୍ଚ ବଢିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ପରିବାର ସହିତ ଦୂରଯାତ୍ରା କରିପାରନ୍ତି। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ।

ସିଂହ: ସିଂହ ରାଶିର ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଏହି ଅବଧି ମଧ୍ୟରେ ନୂଆ ଗାଡି଼ କିମ୍ବା ଘର କିଣି ପାରନ୍ତି। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। କର୍ମକ୍ଷେତ୍ରରେ ଶତ୍ରୃଙ୍କ ଷଡଯନ୍ତ୍ରକୁ ପଣ୍ତ କରିବାରେ ସଫଳ ହେବ। ପ୍ରେମୀମାନଙ୍କ ପାଇଁ ମଧ୍ୟ ସମୟ ଭଲ ରହିବ। ନିଜ ପୁରୁଣା ସାଥୀଙ୍କ ସହ ଆଉ ଥରେ ସମ୍ପର୍କ ଯୋଡ଼ି ହୋଇପାରେ। ପୁରୁଣା ରୋଗରୁ ମୁକ୍ତି ମିଳିବ।

କୁମ୍ଭ :  ସୂର୍ଯ୍ୟ-ଶୁକ୍ରଙ୍କ ଅପୂର୍ବ ମିଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ସୁଖ ଭରିଦେବ। କୌଣସି ସ୍ଥାନରୁ ଭଲ ଚାକିରି ଅଫର ପାଇପାରନ୍ତି। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ।  କିନ୍ତୁ ବ୍ୟବସାୟୀମାନଙ୍କ ସମୟ ଆଦୌଭଲ ରହିବ ନାହିଁ। କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ଯଦି କୌଣସି ସ୍ଥାନରେ ବିନିଯୋଗ କରୁଛନ୍ତି । ତେବେ, ଜଣେ ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ। ସ୍ବାସ୍ଥ୍ୟ ଭଲ ରହିବା ସହ ପୁରୁଣା ରୋଗରୁ ମୁକ୍ତି ମିଳିବ। ଅବିବାହିତଙ୍କ ଘରକୁ ଭଲ ବିବାହ ପ୍ରସ୍ତାବ ଆସିପାରେ।

ଧନୁ: ସୂର୍ଯ୍ୟ-ଶୁକ୍ର ୟୁତିର ସୁପ୍ରଭାବ ଏହି ରାଶିରେ ରହିବ। ଏହି ସମୟ ମଧ୍ୟରେ ଦିର୍ଘ ଦିନର ଆଶା ପୂରଣ ହେବ। ନୂଆ ଜମି କ୍ରୟ କରିବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ । ପଦୋନ୍ନତି ହେବା ସହ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହୋଇପାରେ। ଆୟ ବୃଦ୍ଧି ପାଇବ । ସଂଚୟ କରିବାକୁ ସକ୍ଷମ ହେବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲ ରହିବ। ଯେଉଁମାନେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମୀମାନଙ୍କ ଲାଗି ସମୟ ଶୁଭ ରହିବ।

 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)


Reporterspen