commissionerate police: ଏଣିକି ଥାନାରେ ପୋଲିସ ପିନ୍ଧିବେ ବଡି କ୍ୟାମେରା

Reporterspen

commissionerate police: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଭରତପୁର ଥାନା ଘଟଣା ପରେ କମିଶନରେଟ ପୋଲିସ ଏକ ନୂଆ ପଦକ୍ଷେପ ନେଇଛି । ଏଣିକି ଥାନାରେ ପୋଲିସ କର୍ମଚାରୀମାନେ ବଡି କ୍ୟାମେରା ପିନ୍ଧବେ । ପୂର୍ବରୁ ଏହି କ୍ୟାମେରା କେବଳ ଟ୍ରାଫିକ ପୋଲିସ ପିନ୍ଧୁଥିଲେ ।

ଅନେକ ସମୟରେ ଥାନାକୁ ଆସି କିଛି ଅମାନିଆ ଉତ୍ପାତ କରୁଥିବା ନଜିର ରହିଛି । ବିଶେଷ କରି ଭରତପୁର ଥାନା ଓ ଖଣ୍ଡଗିରି ଥାନାରେ ଦୁଇ ମହିଳା ଉତ୍ପାତ କରିବା ଘଟଣା ଚାଞ୍ଚଲ୍ୟ କରିଥିଲା । ଏହି ଘଟଣା ପରେ ପୋଲିସ ଅମାନିଆଙ୍କୁ ସାବାଡ଼ କରିବାକୁ ନୂଆ ଯୋଜନା ଆରମ୍ଭ କରିଛି । ପ୍ରଥମେ ଥାନା ରିସେପସନ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ବଡି କ୍ୟାମେରା ପିନ୍ଧିବେ । ଫଳରେ ଥାନାରେ ଆସି ଉତ୍ପାତ ହେଉଥିବା ଅମାନିଆଙ୍କ ଭିଡିଓ ଓ ଅଡିଓ ରେକର୍ଡ ହେବ । କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

କମିଶନରେଟ ପୋଲିସ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି । ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ ଖାରବେଳନଗର ଥାନା ବୁଲି ଦେଖିବା ସହିତ ତଦାରଖ କରିଛନ୍ତି । ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । କେବଳ ଏତଲାକାରୀ ନୁହଁନ୍ତି ପୋଲିସର ବ୍ୟବହାର ନେଇ ମଧ୍ୟ ହେବ ଛାନଭିନ ।

କ୍ୟାମେରାରେ ରେକର୍ଡ ଦୃଶ୍ୟକୁ ସିଧାସଳଖ ପୋଲିସ କମିଶନର ଓ ଡିସିପି ଦେଖିବେ । ବଡି କ୍ୟାମେରାରେ ଥିବା ପ୍ୟାନିକ ବଟନ୍ ଦବାଇବା ମାତ୍ରେ ସମସ୍ତ ଘଟଣାର ରେକର୍ଡିଂ ହେବ । ଏହି ପଦକ୍ଷେପ ପରେ ପୋଲିସ ଓ ଅଭିଯୋଗକାରୀଙ୍କୁ ବ୍ୟବହାରରେ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି ।


Reporterspen