Odisha News: ୩ ବର୍ଷରେ ବ୍ରଜପାତରେ ଗଲାଣି ୧୦୫୭ ଜଣଙ୍କ ଜୀବନ

Reporterspen

Odisha News: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ବିଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ଜୀବନ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ଜୀବନ। କେବଳ ଏଇ ୭ ମାସ ମଧ୍ୟରେ ଗଲାଣି ୨୦୧ ଜୀବନ। ସେହିପରି ୨୦୨୩-୨୪ ରେ ୨୭୨ ଜଣ ପ୍ରାଣ ହରାଇଥିଲେ। ୨୦୨୨-୨୩ ରେ ମଧ୍ୟ ୩୦୬ ଜଣଙ୍କ ଜୀବନ ନେଇଥିଲା ବଜ୍ରପାତ। ବଜ୍ରପାତ ଦ୍ୱାରା ମୟୁରଭଞ୍ଜ, ବାଲେଶ୍ଵର, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଲୋକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।

ଅନ୍ୟପଟେ ରାଜ୍ୟରେ କେହି ଆଦିବାସୀଙ୍କ ଜମି ଦଖଲ କରିପାରିବେନି। ଆଜି ବିଧାନସଭା ପ୍ରଶ୍ନକାଳରେ ଏଭଳି କିଛି ଉତ୍ତର ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଯଦି କେହି ଆଦିବାସୀଙ୍କ ଜମି କିଣନ୍ତି, ତେବେ ତାହାକୁ ବେଆଇନ ଘୋଷଣା କରାଯିବା ସହ ଉଚ୍ଛେଦ କରି ଫେରସ୍ତ ନିୟମ ରହିଛି। ଆଦିବାସୀଙ୍କ ଜମି କ୍ରୟ ନେଇ ୬୫୪ ମାମଲା ବିଚାରାଧୀନ ରହିଛି। ଆଦିବାସୀ ଜମି ଦଖଲ ନେଇ ୮୮୧ ମାମଲା ବିଚାରାଧୀନ ରହିଛି। ଆଦିବାସୀଙ୍କ ଜମି ଅଣ ଆଦିବାସୀମାନେ କିଣିବା ନେଇ ପ୍ରାୟ ୧୯, ୬୯୦ ମାମଲା ରହିଛି।


Reporterspen