fake universities: ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ, ସତର୍କ ରହିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ

Reporterspen

fake universities:ନୂଆଦିଲ୍ଲୀ: ବିଦ୍ୟାର୍ଥୀମାନଙ୍କୁ ଠକିବା ଲାଗି ଦେଶରେ ବିଭିନ୍ନ ଶିକ୍ଷାନୁଷ୍ଠାନ ନକଲି ଡିଗ୍ରୀ ଓ ସାର୍ଟିଫିକେଟ ପ୍ରଦାନ କରୁଛନ୍ତି। ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତ୍ୟେକ ରାଜ୍ୟର ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏପରିକି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ତାକୁ ବନ୍ଦ କରିବା ପାଇଁ କହିଛନ୍ତି।

ଲୋକସଭାରେ ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ ଦିଲ୍ଲୀରେ ସର୍ବାଧିକ ୮ଟି ବିଶ୍ୱବିଦ୍ୟାଳୟ ନକଲି ବୋଲି ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ ସୁଚିତ କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଖିଥିବା ତଥ୍ୟ ଅନୁସାରେ ୟୁଜିସି ପକ୍ଷରୁ ଏବେ ୨୧ଟି ବିଶ୍ୱବିଦ୍ୟାଳୟକୁ ନକଲି ବୋଲି ଘୋଷଣା କରାଯାଇଛି। କିଛି ଶିକ୍ଷାନୁଷ୍ଠାନ ନିଜ ନାଁରେ ‘ବିଶ୍ୱବିଦ୍ୟାଳୟ’ ଶବ୍ଦ ଯୋଡି ଶିକ୍ଷାର୍ଥିଙ୍କୁ ନକଲି ଡିଗ୍ରୀ ବାଣ୍ଟୁଥିବା କହିଛନ୍ତି। ୟୁଜିସି ପକ୍ଷରୁ ପ୍ରଦାନ କରାଯାଇଥିବା ତାଲିକାରେ ୨୧ଟି ଏହିପରି ଚଞ୍ଚକପୂର୍ଣ୍ଣ ଅନୁଷ୍ଠାନକୁ ନକଲି ବିଶ୍ୱବିଦ୍ୟାଳୟ ବୋଲି ଘୋଷଣା କରାଯାଇଛି।

ଏଭିତରେ ଆନ୍ଧ୍ରପ୍ରଦେଶରୁ ୨ଟି ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ଉତ୍ତରପ୍ରଦେଶରୁ ୪, କେରଳ ଓ ପଶ୍ଚିମବଙ୍ଗରୁ ୨ଟି ଲେଖାଏଁ ବିଶ୍ୱବିଦ୍ୟାଳୟ ରହିଛି। ସେହିପରି କର୍ଣ୍ଣାଟକ, ମହାରାଷ୍ଟ୍ର, ପୁଡୁଚେରୀରେ ଗୋଟିଏ ଲେଖାଏଁ ଶିକ୍ଷାନୁଷ୍ଠାନକୁ ନକଲି ବୋଲି ଚିହ୍ନଟ କରାଯାଇଛି। ଏହି ସବୁ ବିଶ୍ୱବିଦ୍ୟାଳୟରୁ ପ୍ରାପ୍ତ ପ୍ରମାଣ ପତ୍ର କୌଣସି ସ୍ଥାନରେ ଗ୍ରହଣୀୟ ହେବ ନାହିଁ। ରାଜ୍ୟ ସରକାରମାନେ ଏହି ସବୁ ବିଶ୍ୱବିଦ୍ୟାଳୟ ଅନୁଷ୍ଠାନ ବିରୋଧରେ ସଚେତନ ରହିବାକୁ ୟୁଜିସି କହିବା ସହିତ ପ୍ରତି ରାଜ୍ୟରେ ଏମିତି ଅନୁଷ୍ଠାନକୁ ଠାବ କରିବା ପାଇଁ କୁହାଯାଇଛି। ଏପରିକି ମୁଖ୍ୟ ସଚିବମାନେ ଏପରି ଆତ୍ମଘୋଷିତ ଅନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟ ଯେଉଁମାନେ ନକଲି ପ୍ରମାଣ ପତ୍ର ପ୍ରଦାନ କରୁଛନ୍ତି ତାଙ୍କ ବିରୋଧରେ ଏତଲା ଦାୟର କରିବାକୁ ଅନୁରୋଧ କରିଛନ୍ତି।


Reporterspen
!-- afp header code starts here -->