Astrology: ନୂଆବର୍ଷରୁ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ ଖୋଲିବ! ଜାଣନ୍ତୁ

Reporterspen

Astrology: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ନ୍ୟାୟର ଦେବତା ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ବର୍ଷ ୨୦୨୫, ଜାନୁଆରୀ ୧ ତାରିଖ ସକାଳ ୧୦ ଟା ୧୦ ମିନିଟ୍ ସମୟରେ ଗ୍ରହ ମାନଙ୍କର ରାଜକୁମାର ବୁଧ ଚଳନ କରିବେ। ଗୋଟିଏ ରାଶିରେ ଶନି-ବୁଧଙ୍କ ମିଳନ ଦୁର୍ଲଭ ଯୋଗ ବା ଶନି-ବୁଧ ୟୁତି ଯୋଗ ସୃଷ୍ଟି କରୁଛି। ଦିର୍ଘ ୩୦ ବର୍ଷ ପରେ ଏହି ଦୁର୍ଲଭ ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବେଶ୍ ବରଦାନ ପାଲଟିବ। ଜାତକରେ ଶନି-ବୁଧଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତୀ ଜୀବନରେ ଧନୀ ହେବା ସହ ବାଣିଜ୍ୟ-ବ୍ୟବସାୟରେ ସଫଳତା ପାଇଥାଏ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ…

ମେଷ: ଶନି-ବୁଧଙ୍କ ମିଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ବିଶେଷକରି, ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦିର୍ଘ ଦିନରୁ ଅଧା-ଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ।  ନୂଆ ଗାଡି କିମ୍ବା ଜମି କିଣିବାର ଆଶା ପୂରଣ ହେବ।  କର୍ମକ୍ଷେତ୍ରରେ ପଦୋନ୍ନତି ପାଇବା ସହ ଦରମା ବଢିବ। ସଂଚୟ କରିବାକୁ ଯୋଜନା କରିବେ।  ବ୍ୟବସାୟୀମାନେ ବାଣିଜ୍ୟ-ବ୍ୟବସାୟରୁ ଅଧିକ ଆର୍ଥିକ ଲାଭ ପାଇବେ। ଯେଉଁମାନେ ଦିର୍ଘ ଦିନ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ଯୋଜନା ସଫଳ ହେବେ। ପରିବାର ସହ ଲାଗି ରହିଥିବା ବିବାଦ ଦୂର ହେବ।  ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି। ଜୀବନ ସାଥୀଙ୍କ ପାଇଁ ଦାମୀ ଉପହାର କ୍ରୟ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।

ମକର: ନୂଆବର୍ଷରୁ ଏ-ମାନଙ୍କ ପାଇଁ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ଶନି-ବୁଧଙ୍କ ବିଶେଷ କୃପା ଏହି ରାଶି ଉପରେ ରହିବ।  ଏହି ଅବଧି ମଧ୍ୟରେ ପ୍ରତ୍ୟକ କାର୍ଯ୍ୟ କରିବାକୁ ଆତ୍ମ ବିଶ୍ବାସ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ମଜବୁତ୍ ହେବ।  ଆଣିଥିବା ଋଣକୁ ସୁଝିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଖାସ୍ ରହିବ।ଦୌନିକ ଆୟରେ ବୃଦ୍ଧି ଘଟିବ। ଯେଉଁମାନେ ଦିର୍ଘ ଦିନ ହେବ ବିଦେଶରେ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ସେମାନଙ୍କ ଆଶା ପୂରଣ ହେବେ। ବାଣିଜ୍ୟ- ବ୍ୟବସାୟରେ କାରବାର ବୃଦ୍ଧି ପାଇବ।  ଦିର୍ଘ ଦିନ ଧରି ଲାଗି ଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବିଦେଶରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ପ୍ରେମୀମାନେ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ।

କୁମ୍ଭ:  ଶନି-ବୁଧଙ୍କ କୃପାରୁ ଏହି ରାଶିର ଭାଗ୍ୟ ନୂଆବର୍ଷ ଠାରୁ ଚମକିବାକୁ ଯାଉଛି। ଆର୍ଥିକ ସ୍ଥିତିରେ ବଡ଼ ଧରଣର ପରିବର୍ତ୍ତନ ଆସିବ। ଦିର୍ଘ ଦିନ ଧରି ବ୍ୟବସାୟରେ ଚାଲିଥିବା ମାନ୍ଦାବସ୍ଥାରେ ସୁଧାର ଆସିବ। ଆର୍ଥିକ ଦେଣନେଣ ପାଇଁ ସମୟ ଭଲ ରହିବ। ଯେଉଁ ମାନେ ପୁଞ୍ଜି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ସରକାରୀ ଚାକିରି ପାଇଁ  ଦିର୍ଘ ଦିନ ଧରି ପ୍ରୟାସ କରୁଥିବା ଆଶାୟୀଙ୍କ ସ୍ବପ୍ନ ପୂରଣ ହେବେ। ନୂଆ ଘର କିମ୍ବା ଜମି କିଣିବେ । ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। କର୍ମକ୍ଷେତ୍ରରେ ପ୍ରଂଶସାର ପାତ୍ର ହେହେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଶରୀର ସୁସ୍ଥ ରହିବ। ଦାମ୍ପତ୍ୟ ଜୀବନ ଭଳ ହେବେ। ପରିବାର ସହ ଦୂରଯାତ୍ରା କରିବେ।

ବିଛା:  ଶନି-ବୁଧଙ୍କ ଶୁଭଦୃଷ୍ଟି ଏହି ରାଶି ଉପରେ ରହିବ। ଚାକିରି ଓ ବ୍ୟବସାୟରେ ଅଗ୍ରଗତି କରିବେ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ।  ପରିବାର ଓ ବନ୍ଧୁ ବାନ୍ଧବଙ୍କ ମଧ୍ୟରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସେୟାର ମାର୍କେଟ୍ କିମ୍ବା ଲଟେରୀରୁ ଲାଭବାନ୍ ହେବେ। ସ୍ବାସ୍ଥ୍ୟ ଭଲ ରହିବ। ପ୍ରେମୀ ଜୀବନ ଖାସ୍ ରହିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ଆମର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ରିପୋଟର୍ସ ପେନ୍‌ ଦାୟୀ ରହିବ ନାହିଁ।)


Reporterspen