Astrology: ଏହିସବୁ ରାଶିଙ୍କୁ ଶନି କରିବେ ଧନୀ, ଦେଖନ୍ତୁ

Reporterspen

Astrology: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ  ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଗୋଟିଏ ରାଶିରୁ ଆଉ ଏକ ରାଶିକୁ ଚଳନ କରିବା ପାଇଁ ଶନିଦେବଙ୍କୁ ଅଢେଇ ବର୍ଷ ସମୟ ଲାଗେ।  ଏହି କ୍ରମରେ ଶନିଦେବ ଏବେ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଡିସେମ୍ବର ୨୭ ତାରିଖ ଦିନ ୧୦ଟା ୪୨ ମିନିଟ୍ ସମୟରେ ପୂର୍ବଭଦ୍ରା ନକ୍ଷତ୍ରକୁ ଚଳନ କରିବେ। ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ କିଛି ରାଶି ପାଇଁ ଶୁଭଫଳ ଆଣିବ । ସେମାନେ କ୍ୟାରିୟରରେ ସଫଳତା ପାଇବା ସହିତ ଆର୍ଥିକ ସଙ୍କଟ ଦୂର ହେବେ। ଯଦି ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜଣକ ଜୀବନରେ ଧନୀ ହୋଇଥାଏ। ତେବେ,  ଆସନ୍ତୁ ଜାଣିବା ଶନିଙ୍କ ଚଳନ କେଉଁସବୁ ରାଶି ପାଇଁ ବରଦାନ ପାଲଟିବ।…

ବୃଷ: ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ସାବ୍ୟସ୍ତ ହେବ। ଏ-ହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ। ଦିର୍ଘ ଦିନ ଧରି କର୍ମକ୍ଷେତ୍ରରେ ଚାଲିଥିବା ବିବାଦର ଅନ୍ତ ଘଟିବ। ସହକର୍ମୀ ଓ ବରିଷ୍ଠ ଅଧିକାରୀ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ। ବ୍ୟବସାୟୀଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିବ। ବ୍ୟବସାୟରେ ଲାଭ ବୃଦ୍ଧି ପାଇବା ସହିତ ରୋଜଗାରର ନୂଆ ଉତ୍ସ ସୃଷ୍ଟି ହେବ। ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ନୂଆ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କଲେ ଭଲ ଦ୍ବି-ପଇସା ଲାଭ ପାଇବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଦୂର ହେବ।  ସମ୍ପର୍କୀୟଙ୍କ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ପ୍ରେମୀମାନେ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଆୟ ବୃଦ୍ଧି ହେବା ସହ ବ୍ୟାଙ୍କ୍ ବାଲାନ୍ସ ବଢିବ।

କନ୍ୟା: ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଏହି  ସମୟ ମଧ୍ୟରେ ଦିର୍ଘ ଦିନ ଧରି ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ବ ମିଳିବା ସହିତ ଦରମା ବଢିବ। ସଂଚୟ କରିବାକୁ ଯୋଜନା କରିବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ନିଯୁକ୍ତି ନେଇ କୌଣସି ସ୍ଥାନରୁ ଅଫର ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବେ।  ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା ପାରିବାରିକ ବିବାଦର ସମାଧାନ ହେବ। କୋର୍ଟ କଚେରୀରେ ଚାଲିଥିବା କେସ୍ ର ରାୟ ଆପଣଙ୍କ ସପକ୍ଷରେ ଆସିବ। ଧୌର୍ଯ୍ୟର ସହକାରେ ସମସ୍ତ କାର୍ଯ୍ୟ କରନ୍ତୁ,ସଫଳତା ପାଇବେ। ପୁରୁଣା ରୋଗକୁ ମୁକ୍ତି ପାଇବା ସହିତ ପରିବାର ଲୋକଙ୍କ ସହିତ ଦୂରଯାତ୍ରା କରିବେ।

କୁମ୍ଭ: ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି, ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଆୟରେ ବୃଦ୍ଧି ହେବ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ବିଦେଶରେ ବ୍ୟବସାୟ-ବାଣିଜ୍ୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିଛି। ଧାର୍ମିକ କାର୍ଯ୍ୟକଳାପରେ ମନୋ ବଳାଇବେ। ସମାଜରେ ମାନ-ସମାନ ବୃଦ୍ଧି ପାଇବା ସହିତ ଘର କିମ୍ବା ଜମି କିଣିବାର ସ୍ବପ୍ନ ସାକାର ହେବ। ସେୟାର ବଜାରରୁ ଲାଭବାନ୍ ହେବେ। ଆୟର ନୂଆ ଉତ୍ସ ସୃଷ୍ଟି ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)


Reporterspen