ଭୁବନେଶ୍ୱର, (ରିପୋଟର୍ସ ପେନ୍): ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଧାରଣ ସଂପାଦକ (ସଂଙ୍ଗଠନ) ମାନସ କୁମାର ମହାନ୍ତି, ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ସମସ୍ତ ବିଧାୟକ ଉପସ୍ଥିତ ରହିଥିଲେ ।
ବୈଠକରେ ବିରୋଧି ବିଜେଡି ଓ କଂଗେସକୁ କିପରୀ ଚୁପ୍ କରାଯାଇପାରିବ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି । ବିଜେଡି ପ୍ରଥମ କରି ବିରୋଧୀ ଭୂମିକାରେ ବସିଛି ଓ ବିଜେପି ଶାସକ ଦଳରେ ବସିଛି । ତେଣୁ ବିରୋଧୀ ଦଳରେ ଥିବା ସମୟର ଅଭିଜ୍ଞତା ଓ ଶାସକ ଦଳର ନୂଆ ଅଭିଜ୍ଞତା ନେଇ ଗୃହ ଚାଲିବ । ଦଳ ପୂରା ପ୍ରସ୍ତୁତ ଅଛି ।
ଆସନ୍ତାକାଲି ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ । ବିରୋଧିଙ୍କୁ ସଠିକ ଢଙ୍ଗରେ ଜବାବ ଦେବାକୁ ଶାସକ ବିଜେପି ପ୍ରସ୍ତୁତ ରହିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।