commissionerate police: ପ୍ରବାସୀ ଭାରତୀୟ ଦିବସ: କମିସନରେଟ୍ ପୋଲିସ୍ ମାସ୍କଟ୍ “ହାଫି”ର ଲୋକାର୍ପଣ

Reporterspen

commissionerate police: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଆଜି କମିସନରେଟ୍ ପୋଲିସ୍ ମୁଖ୍ୟାଳୟ, ଭୁବନେଶ୍ୱର ଠାରେ ଜାନୁଆରୀ ୮ ତାରିଖରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ କମିସନରେଟ୍ ପୋଲିସ୍ ପକ୍ଷରୁ ବିଭିନ୍ନ ପଦକ୍ଷେପର ଲୋକର୍ପଣ ହୋଇଛି ।

ଏହି କାଯର୍କ୍ରମରେ ଯୋଗଦେଇ କମିସନର ଡଃ ସୁରେଶ ଦେବଦତ୍ତ ସିଂ କମିସନରେଟ୍ ପୋଲିସ୍ ମାସ୍କଟ୍ ‘ହାଫି’, ସ୍ୱେଚ୍ଛାସେବୀ ‘ପ୍ରବାସୀ ମିତ୍ର’, ଚବିଶି ଘଂଟିଆ ହେଲ୍ପ ଲାଇନ୍ ନମ୍ବର “୧୯୬୫”, ହ୍ୱାଟ୍ସଆପ ଚାଟ୍ ବୋଟ୍ ଓ ସ୍ୱତନ୍ତ୍ର ପର୍ଯ୍ୟଟକ ପୋଲିସର ଲୋକାର୍ପଣ କରିଥିଲେ । ଏହି ଅବସରରେ ଡଃ ସିଂ ପ୍ରବାସୀ ଭାରତୀୟ ଦିବସ ଭଳି ବିଶ୍ୱସ୍ତରୀୟ କାଯର୍କ୍ରମକୁ ଆଗ୍‌ରେ ରଖ୍ ପୋଲିସ୍ କମିସନରେଟ୍ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ସାରା ବିଶ୍ୱରୁ ଭୁବନେଶ୍ୱର ଓ କଟକ ଆସୁଥିବା ପ୍ରବାସୀ ଭାରତୀୟମାନେ କିପରି ସୁରକ୍ଷିତ ଓ ଶୃଙ୍ଖଳିତ ଭାବରେ ଅବସ୍ଥାପନ କରିବେ ସେ ସଂର୍ପକରେ ସୂଚନା ଦେଇଥିଲେ ।

ଏଥିସହିତ ଆଖପାଖରେ ଥିବା ପର୍ଯଟନସ୍ଥଳୀ ଗୁଡ଼ିକ ବୁଲି ଦେଖୁରିବା ପାଇଁ କମିସନରେଟ୍ ପୋଲିସ୍ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା କଥା ପ୍ରକାଶ କରିଥିଲେ । ଆଗାମୀ ପ୍ରବାସୀ ଭାରତୀୟ ଦିବସ ଅବସରରେ ଭୁବନେଶ୍ୱର ଓ କଟକର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ୮୩ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଅର୍ଦ୍ଧ ସାମରିକ ବଳ ମୁତୟନ କରାଯାଇଛି ବୋଲି କମିସନର ଡଃ ସିଂ ସୂଚନା ଦେଇଛନ୍ତି ।

ସେହିଭଳି ଟ୍ରାଫିକ୍ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଅଛି । ଏହି କାର୍ଯକ୍ରମରେ ଅତିରିକ୍ତ ପୋଲିସ କମିସନର ଡଃ ଉମାଶଙ୍କର ଦାଶ ପ୍ରାରମ୍ଭିକ ସୂଚନା ଦେବା ସହ ମଂଚ ପରିଚାଳନା କରିଥିଲେ । ଉକ୍ତ ପୋଲିସ କମିସନରେଟର ବହୁ ବରିଷ୍ଠ ଅଧିକାରୀ କାର୍ଯକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୋଲିସ କମିସନରେଟର ବହୁ ବରିଷ୍ଠ ଅଧିକାରୀ କାର୍ଯକ୍ରମରେ ଉପସ୍ଥିତ ରହିଥିଲେ ।

Hapfy (ହେଲ୍ଗିଙ୍ଗ୍ ଏଣ୍ଡ ଆକ୍ଟିଭ୍ ପୋଲିସ୍ ଫ ର‌୍ୟୁ): ଏହି କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ଥିଲା ମାସ୍କଟ୍ ‘ହାଫି’ର ଲୋକାର୍ପଣ, ଯାହା କମିସନରେଟ୍ ପୋଲିସ୍ ବ୍ୟବସ୍ଥାର ସକ୍ରୀୟତା ଓ ବନ୍ଧୁତ୍ୱପୂର୍ଣ୍ଣ ଭାବକୁ ପରିପ୍ରକାଶ କରେ । ହସ ହସ ମୁହଁ ସହିତ ଆଇକନିକ ଖାକି ୟୁନିଫର୍ମ ପିନ୍ଧି, ‘ହାଫି’ ସୁରକ୍ଷା ଏବଂ ସେବା ପ୍ରତି କମିଶନରେଟ୍ ପୋଲିସର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ‘ହାଫି’ ର ଲକ୍ଷ୍ୟ ପୋଲିସ୍ ଏବଂ ଜନସାଧାରଣଙ୍କ ମଧ୍ୟରେ ସକାରାତ୍ମକ ସଂର୍ପକ ରକ୍ଷା କରିବା ସହିତ ପ୍ରତ୍ୟେକ ଅତିଥିଙ୍କୁ ସ୍ୱାଗତ ଏବଂ ସୁରକ୍ଷିତ ଅନୁଭବକୁ ସୁନିଶ୍ଚିତ କରିବା ।

ପ୍ରବାସୀ ମିତ୍ର: ପ୍ରବାସୀ ଭାରତୀୟ ଦିବସ ପାଳନ ସମୟରେ ପୋଲିସ କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀଙ୍କୁ ନିଯୋଜିତ କରାଯିବ । ଏହି ପଦକ୍ଷେପ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ କରିବା ସହିତ ବିଭିନ୍ନ ସମାଜର ଯୁବକ ଯୁବତୀ ମାନଙ୍କ ପାଇଁ ଆନ୍ତର୍ଜାତୀୟ କାର୍ଯକ୍ରମ ପରିଚାଳନାର ସୁଯୋଗ ଦେବ । ନିଯୋଜିତ ପ୍ରବାସୀ ମିତ୍ର ମାନେ ଟ୍ରାଫିକ୍ ପରିଚାଳନା, ପାକିଂ ସ୍ଥାନ ପରିଚାଳନା ଏବଂ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପୋଲିସ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବେ ।

୨୪/୭ ହେଲ୍ପଲାଇନ୍‌-୧୯୬୫: ପ୍ରବାସୀ ଭାରତୀୟ ଦିବସ ପାଳନ ସମୟରେ ଯେ କୌଣସି ସହାୟତା ପାଇଁ କମିଶନରେଟ୍ ପୋଲିସ୍ ଏକ ଚବିଶି ଘଂଟିଆ ହେଲ୍ପଲାଇନ୍ ନମ୍ବର, ୧୯୬୫ ଆରମ୍ଭ କରଛି । ଏହି ନମ୍ବରଟି କମିସନରେଟ୍ ପୋଲିସ୍ ମୁଖ୍ୟାଳୟରେ ଅବସ୍ଥିତ ପୋଲିସ ମାଷ୍ଟର କଂଟ୍ରୋଲ ରୁମରୁ ପରିଚାଳିତ ହେବ । ଏହି ସେବା ପ୍ରବାସୀ ଭାରତୀୟ ଦିବସ ପାଳନ ସମୟରେ ସମସ୍ତ ପ୍ରତିନିଧି ଓ ଅତିଥ୍‌ମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କର ସୁରକ୍ଷା ଏବଂ ସୁବିଧାକୁ ସୁନିଶ୍ଚିତ କରିବ ।

ହ୍ୱାଟ୍ସଆପ ଚାଟ୍ ବୋଟ୍ : ପ୍ରବାସୀ ଭାରତୀୟ ଦିବସ ପାଳନ ସମୟରେ ଆସିଥିବା ଅତିଥ୍ ଓ ପ୍ରତିନିଧୁମାନଙ୍କୁ ଲାଇଭ ଲୋକେଶନ, ରିଅଲ୍ ଟାଇମ୍ ଅପଡେଟ୍‌, ସୁରକ୍ଷା ଟିପସ୍‌, ଅତ୍ୟାବଶ୍ୟକ ସୂଚନା, ନିକଟସ୍ଥ ଥାନା, ଅନଲାଇନ ଅଭିଯୋଗ ଦାଖଲ ଆଦି ପାଇଁ ଏକ ହ୍ୱାଟ୍ସଆପ ଚାଟବୋଟ ନିର୍ମାଣ କରାଯାଇଛି । ବ୍ୟବହାରକାରୀମାନେ ୮୨୮୦୭୦୭୩୪୬ ନମ୍ବର ସହିତ ଚାଟ୍‌ବୋଟ କରିପାରିବେ । ଏହି ସହଜ ବ୍ୟବସ୍ଥା ପର୍ଯ୍ୟଟକ ତଥା ପ୍ରତିନିଧିମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାରେ ସହାୟତା କରିବ ।

ସ୍ୱତନ୍ତ୍ର ପର୍ଯ୍ୟଟକ ପୋଲିସ: ଭୁବନେଶ୍ୱର ଓ କଟକର ପ୍ରମୁଖ ପର୍ଯ୍ୟଟକସ୍ଥଳୀଗୁଡିକରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ପୋଲିସ ନିୟୋଜିତ ହେବେ । ଏହି ପୋଲିସ କର୍ମଚାରୀମାନେ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଓ ସହାୟତା ପ୍ରଦାନ କରିବା ସହ ପ୍ରଭାସୀ ଭାରତୀୟ ଦିବସ ୨୦୨୫ ସମୟରେ ସମସ୍ତ ପର୍ଯ୍ୟଟକମାନଙ୍କ ପାଇଁ ଏକ ନିରବଚ୍ଛିନ୍ନ ଓ ଆନନ୍ଦଦାୟକ ଅନୁଭୂତି ସୁନିଶ୍ଚିତ କରିବାରେ ସହାୟତା କରିବେ ।


Reporterspen