border gavaskar trophy: ୧୦ ବର୍ଷ ପରେ ଅଷ୍ଟ୍ରେଲିଆ ଭାରତକୁ ଜୋରଦାର ଝଟକା ଦେଲା !

Reporterspen

 border gavaskar trophy: ବୋର୍ଡର ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍ ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ସିରିଜକୁ ୩-୧ ରେ କବଜା କରିନେଇଛି। ଏହା ସହିତ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ରେସରୁ ବାଦ ପଡିଛି। ସିଡନୀ ଟେଷ୍ଟ ଜିତିବା ସହିତ ଅଷ୍ଟ୍ରେଲିଆ WTC ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ବୋର୍ଡର ଗାଭାସ୍କର ଟ୍ରଫି ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୧୦ ବର୍ଷ ଅପେକ୍ଷା କରିବାକୁ ପଡିଲା। ଏହା ସହ ଅଷ୍ଟ୍ରେଲିଆ ବର୍ତ୍ତମାନ ଭାରତକୁ ପରାସ୍ତ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି।

ଅଷ୍ଟ୍ରେଲିଆ ସୃଷ୍ଟି କଲା ବିଶ୍ୱ ରେକର୍ଡ
ଟିମ୍ ଇଣ୍ଡିଆ ବିଗତ ଦୁଇଥର ବୋର୍ଡର ଗାଭାସ୍କର ଟ୍ରଫି ଜିତିଥିଲା, ପ୍ରଥମେ ବିରାଟ କୋହଲି ଏବଂ ପରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ କ୍ରମାଗତ ଦୁଇଥର ବୋର୍ଡର ଗାଭାସ୍କର ଟ୍ରଫି ଜିତିଥିଲା, କିନ୍ତୁ ଏଥର ଅଷ୍ଟ୍ରେଲିଆ ୧୦ ର ଅପେକ୍ଷା ଶେଷ କରି କରି ବୋର୍ଡର ଗାଭାସ୍କର ଟ୍ରଫି ହାସଲ କରିଛି। ଏହା ସହ ଅଷ୍ଟ୍ରେଲିଆ ୧୪ ତମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଏହାପୂର୍ବରୁ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ୧୩ ଥର ଲେଖାଁଏ ଏହି କାରନାମା କରିଥିଲେ। ରବିବାର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରି ଅଷ୍ଟ୍ରେଲିଆ ଏହି ବିଶ୍ୱ ରେକର୍ଡ ସୃଷ୍ଟି କରିଛି।

https://x.com/ICC/status/1875758103897239632?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1875758103897239632%7Ctwgr%5E3d20413e7452ee46ad7db7f3a89fd2dc81c4e035%7Ctwcon%5Es1_&ref_url=https%3A%2F%2Fzeenews.india.com%2Fhindi%2Fzeeodisha%2Fsports%2Find-vs-aus-australia-won-border-gavaskar-trophy-after-10-years-created-a-world-record%2F2588763

ପ୍ରଥମ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପାକିସ୍ତାନକୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିଥିଲା। ବର୍ତ୍ତମାନ ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ WTC ର ଫାଇନାଲରେ ପ୍ରବେଶ କରିବାରେ ଦ୍ୱିତୀୟ ଦଳ ହୋଇପାରିଛି। ତେଣୁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ୍ ମ୍ୟାଚ୍ ଜୁନ୍ ୨୦୨୫ ରେ ଲର୍ଡ୍ସ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ।

https://whomeenoaglauns.com/4/8750993

https://whomeenoaglauns.com/4/8750998


Reporterspen