ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧlନେ ‘ ର ୨୪ ତମ ସ୍ଵନକ୍ଷତ୍ର

Reporterspen

କଟକ (ରିପୋଟର୍ସ ପେନ୍‌) :  ଦୀର୍ଘ ୨୪ ବର୍ଷ ଧରି ପ୍ରକାଶିତ ହୋଇ ଆସୁଥିବା ଧର୍ମ, ତତ୍ତ୍ୱ, ଜ୍ୟୋତିଷ, ସମ୍ବାଦ ଓ ସଂସ୍କାରମୂଳକ ଆଧ୍ୟାତ୍ମିକ ପତ୍ରିକା ” ଦିବ୍ୟାଲୋକ ସନ୍ଧlନେ ‘ ର ୨୪ତମ ସ୍ଵନକ୍ଷତ୍ର କଟକ ସଦର ଥାନା ଅନ୍ତର୍ଗତ ନଛିପୁରସ୍ଥିତ ଶ୍ରୀକେଦାରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ପତ୍ରିକାର ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀ ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ଏହି ଉତ୍ସବ ରେ ଆତ୍ମଜ୍ଞାନୀ ସନ୍ଥ ସ୍ୱାମୀ ଅଦୌତlନନ୍ଦ ସରସ୍ବତୀ ଉଦଘାଟକ, ମହର୍ଷି ସନ୍ଦୀପନି ବେଦ ବିଦ୍ୟା ପ୍ରତିଷ୍ଠାନ, ମଧ୍ୟପ୍ରଦେଶର ପୂର୍ବତନ ଉପାଧ୍ୟାକ୍ଷ୍ୟ ତଥା ରାଜେନ୍ଦ୍ରପ୍ରସାଦ କୃଷି ବିଶ୍ୱବିଦ୍ୟାଳୟ, ବିହାର ର ଅବସରପ୍ରାପ୍ତ କୁଳାଧିପତି ପ୍ରଫେସର (ଡଃ ) ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି, ବିଶିଷ୍ଟ ବାଗ୍ମୀ ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ ମୁଖ୍ୟ ବକ୍ତା, ଡ଼କ୍ଟର ଶରତ କୁମାର ବିଶ୍ୱାଳ, ପ୍ରାର୍ଥନା ଚାନେଲ ର ନିର୍ଦେଶକ ଶପଥ କୁମାର ମହାପାତ୍ର, ପ୍ରଯୋଜକ ଅଭିନନ୍ଦନ ଦାସ, ବାବାଜୀ ବିଶ୍ୱନାଥ ଦାସ, ବ୍ରହ୍ମଚାରୀ ବିଶ୍ୱେଶ ଚୈତନ୍ୟ, ସନ୍ଥ କୃଷ୍ଣ ଦାସ, ସ୍ୱାମୀ ଭବାନୀଶଙ୍କର ସ୍ୱରୂପ,ସ୍ୱାମୀ ଜିଜ୍ଞାସାନନ୍ଦ ମହାରାଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କ ଭିତରେ ଦିବ୍ୟ ଆଲୋକ ଅଛି ଏବଂ ତାକୁ ଖୋଜିବା ପ୍ରତ୍ୟେକ ମଣିଷର ପରମ ଧର୍ମ ବୋଲି ମତ ଦେଇଥିଲେ ।
ଉକ୍ତ ଉତ୍ସବ ରେ ଅନୁଷ୍ଠାନ ର ସର୍ବୋଚ୍ଚ ସମ୍ମାନ ବିଶିଷ୍ଟ ଚଳଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର ଙ୍କୁ ଶିରପ।, ମାନପତ୍ର, ଉତ୍ତରୀୟ, ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ‘ ଦିବ୍ୟାଲୋକ ସନ୍ଧାନେ ରତ୍ନ ସମ୍ମାନ ‘ ରେ ସମ୍ମାନିତ କରାଯାଇଥିଲା । ଅନ୍ୟ ଅଷ୍ଟ ରତ୍ନମାନଙ୍କ ମଧ୍ୟରେ  ପାଲlକାର ଡଃ ଶିଶିର କୁମାର ପାଢ଼ୀ ଙ୍କୁ ‘ ଗାୟକ ରତ୍ନ ‘, ଉପେନ୍ଦ୍ର ମହଲା ଙ୍କୁ ‘ ସାମ୍ବାଦିକ ରତ୍ନ ‘, କଟକ କମିଶନରେଟ ପୋଲିସର ଜୋନ -1 ଏ ସି ପି ଅରୁଣ କୁମାର ସ୍ୱାଇଁଙ୍କୁ ‘ ପୋଲିସ ସେବା ରତ୍ନ ‘, ଅଶୋକ ପଟ୍ଟନାୟକ ଙ୍କୁ ‘ନିର୍ଦେଶକ /ପ୍ରଯୋଜକ ରତ୍ନ ‘,ଦଧିଚି ଶିକ୍ଷlନୁଷ୍ଠାନସମୂହ ର ଅଧ୍ୟକ୍ଷ ଡଃ ମନୋଜ କୁମାର ଦାଶ ଙ୍କୁ ‘ ଶିକ୍ଷା ରତ୍ନ ‘, ଭୁବନେଶ୍ୱରୀ କ୍ଲବ, ବ୍ରାହ୍ମଣସାଇଲୋ ଙ୍କୁ ‘ ସାମାଜିକ ସେବା ରତ୍ନ ‘, ପଣ୍ଡିତ ପ୍ରମୋଦ କୁମାର ପଣ୍ଡା ଙ୍କୁ ‘ ପ୍ରବକ୍ତା ରତ୍ନ ‘,ଏବଂ ନିରତlର ର  ନିର୍ଦେଶକ ଡଃ ପତିତପାବନ ମହାନ୍ତିଙ୍କୁ ‘ ‘ଚିକିତ୍ସକ ରତ୍ନ ‘ ସମ୍ମାନ ରେ ସମ୍ମାନିତ କରାଯିବ ସହିତ ଦିବ୍ୟାଲୋକ ସନ୍ଧlନେ ପତ୍ରିକା ରେ ନିୟମିତ ଲେଖୁଥିବା ଅଲେଖ ମିଶ୍ର, ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ଗୋପାଳ ମିଶ୍ର, ଅନନ୍ତ ଗୋପାଳ ପଣ୍ଡା ଏବଂ ଅର୍ଜୁନୀ ଚରଣ ବେହେରା ଙ୍କୁ ‘ଦିବ୍ୟାଲୋକ ସନ୍ଧlନେ ଲେଖକ ସମ୍ମାନ ‘ ରେ ସମ୍ବର୍ଦ୍ଧିତ କରାଯାଇଥିଲା।
ସ୍ୱାମୀ ତ୍ରିଲୋକେଶ୍ୱର ଭାରତୀ ସ୍ୱାଗତ ଭାଷଣ, ସାମ୍ବାଦିକ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ଅତିଥି ପରିଚୟ,ଏବଂ ସାମ୍ବାଦିକ ପ୍ରତାପକେଶରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପଣ୍ଡିତ ତ୍ରିନାଥ ମହାପାତ୍ର ଓ ସାଥି ହନୁମାନ ଚାଳିଶା ଓ ପାରାୟଣ କରିଥିବା ବେଳେ ପଣ୍ଡିତ ପ୍ରମୋଦକୁମାର ପଣ୍ଡା ଶ୍ରୀମଦ ଭାଗବତ ଉପରେ ପ୍ରବଚନ ପ୍ରଦାନ କରିଥିଲେ । ବେଦ ଗୁରୁ ଶଶୀକାନ୍ତ ରଥ ଏବଂ ଅନନ୍ତବଳିଆ ବୈଦିକ ବିଦ୍ୟାପୀଠମ ର ବେଦ ଛାତ୍ର ମାନଙ୍କ ଦ୍ୱାରା ବେଦ ପାଠ କରାଯାଇଥିଲା । ଏହି ଅବସରରେ ପତ୍ରିକାର ଜାନୁଆରୀ ସଂଖ୍ୟା କୁ ଅତିଥି ମାନେ ଲୋକାର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ 30 ଜଣଙ୍କୁ ଗ୍ରାମପ୍ରେମୀ ସମ୍ନାନ ପ୍ରଦାନ କରାଯିବା ସହିତ ଗଣମାଧ୍ୟମ କର୍ମୀ, ତଥା ଅଂଚଳ ର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ  ଡଃ ଶରତ କୁମାର ରଥ, ସନ୍ନ୍ୟାସିନୀ ଆରତୀ ପଣ୍ଡା, ଇଂ ବିପ୍ଳବ ଦାସ,ସାମ୍ବାଦିକ ରମେଶଚନ୍ଦ୍ର ପ୍ରଧାନ, ସାମ୍ବାଦିକ କାନନବିହାରୀ ନାୟକ, ସାମ୍ବାଦିକ ବିଭୁତି ତରାଇ, ଇଂ ସେବକ ଶ୍ରୀକାନ୍ତ, ହୃଦାନନ୍ଦ ବେହେରା, ଦିଲୁ ମଲ୍ଲିକ, ରାମଚନ୍ଦ୍ର ବେହେରା,ପ୍ରକାଶ ଚନ୍ଦ୍ର ପ୍ରଧାନ ଏବଂ ଆପେକ୍ସ ଆଇ ଟି ଆଇ ର ଛାତ୍ରମାନେ ପରିଚାଳନା କରିଥିଲେ ।

Reporterspen