Shubman Gill: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ODI ସିରିଜର ତୃତୀୟ ମ୍ୟାଚ୍ ଖେଳାଯାଉଛି। ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା କିନ୍ତୁ ଅଧିନାୟକ ରୋହିତ ଶର୍ମା ଇନିଂସ୍ ଓପନିଂ କରିବା ସମୟରେ ଶସ୍ତାରେ ଆଉଟ୍ ହୋଇଥିଲେ। ଏହା ପରେ ଯୁବ ଓପନର ଶୁବମନ ଗିଲ ବିରାଟ କୋହଲିଙ୍କ ସହ ମିଶି ଦଳ ଦାୟିତ୍ୱ ଇନିଂସକୁ ଆଗକୁ ବଢ଼ାଇଥିଲେ ଏବଂ ନିଜ ନିଜକ ଅର୍ଦ୍ଧଶତକ ପୂରଣ କରି ଟିମ୍ ଇଣ୍ଡିଆକୁ ୧୦୦ ରନ ଅତିକ୍ରମ କରାଇଥିଲେ। ଯଦିଓ କୋହଲି ଅର୍ଦ୍ଧଶତକ ହାସଲ କରିବା ପରେ ଆଉଟ ହୋଇଥିଲେ। ଶୁବମନ ଗିଲ କିନ୍ତୁ ନିଜର ଇନିଂସ ଜାରି ରଖି ୩୨ ତମ ଓଭରରେ ତାଙ୍କର ଶତକ ପୂରଣ କରିଥିଲେ। ଇଂଲଣ୍ଡ ବିପକ୍ଷରେ ଦୁଇଥର ଶତକ ମିସ୍ କରିବା ପରେ ଗିଲ୍ ନିଜର ଶତକ ପୂରଣ କରିବାରେ ସଫଳ ହୋଇଥିଲେ।
ଗିଲ୍ ୯୫ ବଲ୍ରେ ୧୪ ଚୌକା ଏବଂ ୨ ଛକା ସହାୟତାରେ ନିଜର ୭ମ ଦିନିକିଆ ଶତକ ହାସଲ କରିଥିଲେ। ଏହିପରି ଭାବରେ, ଗିଲ୍ ନିଜର ୫୦ତମ ଏକଦିବସୀୟ ମ୍ୟାଚ୍ରେ ଦ୍ରୁତତମ ୨୫୦୦ ରନ୍ ପୂରଣ କରିବାର ମହାନ ସଫଳତା ହାସଲ କରିଥିଲେ। ଗିଲ୍ ହାସିମ ଆମଲାଙ୍କ ସବୁଠାରୁ କମ ଇନିଂସରେ ୨୫୦୦ ରନ କରିବାର ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ଆମଲା ୫୧ଟି ଦିନିକିଆ ଇନିଂସରେ ୨୫୦୦ ରନ କରିଥିଲେ।
https://x.com/ESPNcricinfo/status/1889621093620535409?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1889621093620535409%7Ctwgr%5E160aa2910d0c4c686d8acfc3179f59981679927f%7Ctwcon%5Es1_c10&ref_url=https%3A%2F%2Fzeenews.india.com%2Fhindi%2Fzeeodisha%2Fsports%2Fshubman-gill-breaks-odi-record-with-century-against-england-joins-hasim-imam-vv-richards-in-elite-list%2F2643462
ଦ୍ରୁତତମ ୨୫୦୦ ଏକଦିବସୀୟ ରନ୍ (ମ୍ୟାଚ୍ ହିସାବରେ)
- ୫୦ – ଶୁବମନ ଗିଲ (ଭାରତ)
- ୫୧ – ହାସିମ ଆମଲା (ଦକ୍ଷିଣ ଆଫ୍ରିକା)
- ୫୨ – ଇମାମ ଉଲ ହକ୍ (ପାକିସ୍ତାନ)
- ୫୬ – ଭିଭ ରିଚାର୍ଡସ (ୱେଷ୍ଟଇଣ୍ଡିଜ୍)
୫୬ – ଜୋନାଥନ ଟ୍ରଟ୍ (ଇଂଲଣ୍ଡ)
ଶୁବମନ ଗିଲ୍ ୧୦୨ ବଲ୍ ରୁ ୧୧୨ ରନ୍ କରି ଆଉଟ୍ ହୋଇଥିଲେ। ଗିଲ୍ ନିଜ ଶତକୀୟ ଇନିଂସରେ ୧୪ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ଏହି ଶତକ ସହିତ ଗିଲ୍ ଏପରି ଏକ ସଫଳତା ହାସଲ କଲେ ଯାହା ଭାରତର ଅନ୍ୟ କୌଣସି ବ୍ୟାଟସମ୍ୟାନ୍ ହାସଲ କରିପାରି ନଥିଲେ। ପ୍ରକୃତରେ ଗିଲ୍ ଗୋଟିଏ ସ୍ଥାନରେ ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଫର୍ମାଟରେ ଶତକ ହାସଲ କରିବାରେ ବିଶ୍ୱର ୫ମ ବ୍ୟାଟସମ୍ୟାନ୍ ହୋଇଛନ୍ତି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟି-୨୦ ଏବଂ ଟେଷ୍ଟରେ ଶତକ ମାରିବା ପରେ ଗିଲ୍ ଏବେ ଦିନିକିଆରେ ଶତକ ମାରିବାର ମହାନ କୃତିତ୍ୱ ହାସଲ କରିଛନ୍ତି। ଗିଲ୍ ମାତ୍ର ୧୦୩ଟି ମ୍ୟାଚ୍ ଖେଳି ଗୋଟିଏ ସ୍ଥାନରେ ତିନୋଟି ଫର୍ମାଟରେ ଶତକ ମାରିଛନ୍ତି।