ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ, ବଢ଼ିଲା ମୁଣ୍ଡ ପିଛା ଆୟ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆସନ୍ତାକାଲି ଆଗତ ହେବ ନୂଆ ସରକାର ତଥା ବିଜେପି ସରକାର ପ୍ରଥମ ବଜେଟ। ଏହା ପୂର୍ବରୁ ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନାe କରାଯାଇଛି। ରିପୋର୍ଟରେ ଓଡ଼ିଶାରେ ମୁଣ୍ଡ ପିଛା ଆୟ ବଢ଼ିଛି ବୋଲି ଦର୍ଶାଯାଇଛି। ରିପୋର୍ଟ ଅନୁସାରେ ଦେଖିବାକୁ ଗଲେ, ଅଗ୍ରୀମ ଆକଳନ ଅନୁଯାୟୀ ୨୦୨୩-୨୪ରେ ଓଡ଼ିଶାର ଅଭିବୃଦ୍ଧି ହାର ୮.୫% ରହିବା ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ୨୦୨୨-୨୩ ରେ ରାଜ୍ୟର ଅଭିବୃଦ୍ଧି ହାର ଥିଲା ୭.୯ ପ୍ରତିଶତ। ଶିଳ୍ପ ଏବଂ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇପାରିଛି।

ଓଡ଼ିଶାରେ ମୁଣ୍ଡପିଛା ଆୟ ୨୦୨୩-୨୪ରେ ୧,୬୧,୪୩୭ ଟଙ୍କାରେ ପହଞ୍ଚିଛି। ଯାହା ଭାରତର ମୁଣ୍ଡପିଛା ଆୟ ୧,୮୪,୨୦୫ ଟଙ୍କା ଠାରୁ ୧୨.୪% ପ୍ରତିଶତ କମ୍। ୨୦୧୫-୧୬ ପରଠାରୁ ଓଡ଼ିଶା ମୁଣ୍ଡପିଛା ଆୟ ୧୨.୧ ପ୍ରତିଶତ ସିଏଜିଆର୍ ରେ ବୃଦ୍ଧି ପାଇଥିବା ବେଳେ ୧୭ଟି ପ୍ରମୁଖ ରାଜ୍ୟ ତାଲିକାରେ ଓଡ଼ିଶା ୨୦୨୨-୨୩ ରେ ୧୧ତମ ସ୍ଥାନରେ ରହିଛି। ସେହିପରି ନାଗରିକଙ୍କ ମୁଣ୍ଡ ପିଛା ଆୟ ବୃଦ୍ଧି ଏବଂ ବିକଶିତ ଭାରତର ଲକ୍ଷ୍ୟ ସାଧନ ପାଇଁ ଉଲ୍ଲେଖନୀୟ ଯୋଗଦାନ ପାଇଁ ରାଜ୍ୟ ଏହାର ବିକାଶ ମୂଳକ ଓ ଅଭିବୃଦ୍ଧି ପ୍ରାୟାସକୁ ତ୍ୱରାନିିତ କରିବ। 

ସେହିପରି ନୀତି ଆୟୋଗ ଅନୁଯାୟୀ ବହୁବିଧ ଦାରିଦ୍ର୍ୟ ଅନୁପାତ ୨୦୧୫-୧୬ରେ ୨୯.୩ ପ୍ରତିଶତ ଥିବାବେଳେ ୨୦୧୯-୨୧ ବେଳକୁ ଏହା ୧୫.୭ ପ୍ରତିଶତକୁ ହ୍ରାସ ପାଇଛି। ଏହି ବର୍ଷ ଭିତରେ ରାଜ୍ୟର ପ୍ରାୟ ୬୨ ଲକ୍ଷରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହେଇଛନ୍ତି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି। ତେବେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ୩.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଶିଳ୍ପକ୍ଷେତ୍ରର ଅଭିବୃଦ୍ଧି ହାର ୮.୭ ପ୍ରତିଶତ, ସେବା କ୍ଷେତ୍ରର ଅଭିବୃଦ୍ଧି ହାର ୯.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।


Reporterspen

Leave a Reply