ଭୁବନେଶ୍ୱର, (ରିପୋଟର୍ସ ପେନ୍): ମହିଳା ସାମ୍ବାଦିକ ମଧୁସ୍ମିତା ପରିଡ଼ା ମୃତ୍ୟୁ ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଶ୍ରୀଧର ଜେନା, ସେ ପରିବାର ସହ ଧଉଳି ଥାନା ସାମନ୍ତରାପୁର ଅଞ୍ଚଳରେ ବୋଲି ଜଣାପଡିଛି ।
ମଧୁସ୍ମିତାଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି, ମଧୁସ୍ମିତାର ସ୍ୱାମୀ ଶ୍ରୀଧର ତାର ବଡ଼ ଭାଇକୁ ଭୁବନେଶ୍ୱର ଡାକିଥିଲା । ଦୁଇ ଭାଇ ମିଶି ମୋ ଝିଅକୁ ଠେଲି ମାରି ଦେଇଛନ୍ତି । ସେହିପରି ମଧୁସ୍ମିତାଙ୍କ ଭଉଣୀଙ୍କୁ କହିଛନ୍ତି, ବିବାହ ପରେ ଶ୍ରୀଧର ଅନ୍ୟ ଝିଅଙ୍କ ସହ ସଂପର୍କ ରଖିଥିଲା । ବିଳମ୍ବିତ ରାତି ଯାଏ ଶ୍ରୀଧର ଝିଅମାନଙ୍କ ସହ କଥା ହେଉଥିଲା । ଏଥିପାଇଁ ମୋ ଭଉଣୀ ଓ ଶ୍ରୀଧର ମଧ୍ୟରେ ଝଗଡ଼ା ହେଉଥିଲା । ଶ୍ରୀଧର ମୋ ଭଉଣୀକୁ ଛାଡ଼ପତ୍ର ଦେଇ ଅନ୍ୟ ଝିଅକୁ ବିବାହ କରିବ ବୋଲି ଯୋଜନା କରୁଥିଲା । ଶ୍ରୀଧର ଓ ତାର ଭାଇ ମୋ ଭଉଣୀକୁ ଉପରୁ ଠେଲି ମାରି ଦେଇଛନ୍ତି ।
ମୋ ଭଉଣୀକୁ ବିବାହ କରିବା ପୂର୍ବରୁ ଶ୍ରୀଧର ଅନ୍ୟ ଜଣଙ୍କୁ ବିବାହ କରିଥିଲା । ତାହା ସହ ଛାଡ଼ପତ୍ର ହୋଇସାରିଛି । ଏହି ବିଷୟରେ ଆମ ପରିବାର ଓ ମୋ ଭଉଣୀକୁ ଜଣା ନଥିଲା । ଶ୍ରୀଧର ଅନ୍ୟ ଝିଅଙ୍କ ସହ ସଂପର୍କ ରଖିବାକୁ ନେଇ ଦୁଇ ଦିନ ତଳେ ମୋ ଭଉଣୀ ଫିନାଇଲ ପିଇ ଦେଇଥିଲା । ପରେ ଥାନାରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । ଏହାପରେ ଏହି ଘଟଣା ଘଟିଛି ।
ଅନ୍ୟପକ୍ଷରେ ମଧୁସ୍ମିତାଙ୍କ ସ୍ୱାମୀ ଶ୍ରୀଧର ଜେନା କହିଛନ୍ତି, ଥାନାରେ ଆମ ମଧ୍ୟରେ ବୁଝାମଣା ହୋଇଯାଇଥିଲ । ଆମେ ଦୁଇ ଜଣ ଆଉ ଝଗଡ଼ା ଲାଗିବୁନି ବୋଲି ନିଷ୍ପତ୍ତି ନେଇଥିଲୁ । ମୁଁ ମୋ ଭାଇକୁ ଆଣିବାକୁ ଯାଇଥିଲି । ଭାଇକୁ ଆଣି ଫେରିଲା ବେଳେ ଇନଷ୍ଟ୍ରାରେ ମଧୁସ୍ମିତାର ଭିଡିଓ ଦେଖି ମୋ ଭାଇ ମୋତେ କହିଥିଲା । ତା’ପରେ ମୁଁ ତାକୁ ଫୋନ୍ କରିଥିଲି । ହେଲେ ସେ ମୋ ଫୋନ୍ ଉଠାଇ ନଥିଲା । ପରେ ମୁଁ ତାକୁ ମେସେଜ କରିଥିଲି । ତାର ମଧ୍ୟ ସେ ଉତ୍ତର ଦେଇନଥିଲା । ଏହାପରେ ମୁଁ ଥାନାକୁ ଯାଇ ପୋଲିସକୁ ଭିଡିଓ ଦେଖାଇବା ସହ ଘଟଣା ସଂପର୍କରେ ଜଣାଇଥିଲି । ପୋଲିସ ମଧ୍ୟ ତାଙ୍କୁ ଫୋନ୍ କରିଥିଲା । ହେଲେ ସେ ମଧ୍ୟ ଉଠାଇନଥିଲେ । ପରେ ଏହ ଘଟଣା ଘଟିଥିଲା ।
ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲରେ କାମ କରୁଥିବା ମଧୁସ୍ମିତା ଭୁବନେଶ୍ୱରର ସାମନ୍ତରାପୁରରେ ରହୁଥିବା ଶ୍ରୀଧରଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କ ୫ ବର୍ଷର ପ୍ରେମ ସଂପର୍କ ରହିବା ଉଭୟ ବିବାହ କରିଥିଲେ । ବିବାହ ପରେ ତାଙ୍କୁ ଅନ୍ୟ ଝିଅଙ୍କ ସଂପର୍କ ରଖିଥିବା ମଧୁସ୍ମିତା ଅଭିଯୋଗ ଆଣିଥିଲେ । ଏଥିସହ ଛାଡ଼ପତ୍ର ଦେଇ ତାଙ୍କ ସ୍ୱାମୀ ଅନ୍ୟ ଜଣଙ୍କୁ ବିବାହ କରିବା ପାଇଁ ଯୋଜନା କରୁଥିବା ମୃତ୍ୟୁ ପୂର୍ବରୁ ଇନଷ୍ଟ୍ରାରେ ଛାଡ଼ି ଥିବା ଭିଡିଓରେ କହିଥିଲେ । ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେଉଛି । ଗତକାଲି ମଧୁସ୍ମିତାଙ୍କ ମୃତଦେହ ବାପୁଜୀ ନଗର ରେଳ ଧାରଣା ନିକଟରୁ ମୃତଦେହ ଉଦ୍ଧାର କରାଯାଇଥିଲା ।