Odisha Assembly: ବିଧାନସଭା ନ୍ୟୁଜ: ସାମ୍ବାଦିକଙ୍କୁ ମୋବାଇଲ ମନା, ପ୍ରତିବାଦରେ ଧାରଣା

Reporterspen

Odisha Assembly: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ନେବାକୁ ବାରଣ କରାଯାଇଛି । ଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣ କରାଯାଇଛି । ଏହାକୁ ସାମ୍ବାଦିକମାନେ ସହଜରେ ଗ୍ରହଣ କରି ପାରିନାହାନ୍ତି । ସମସ୍ତ ସାମ୍ବାଦିକ ଏହାର ପ୍ରତିବାଦ କରି ପ୍ରେସ ଗ୍ୟାଲେରୀକୁ ଯିବାକୁ ବୟକଟ କରିଛନ୍ତି । ଏଥିସହିତ ସାମ୍ବାଦିକମାନେ ଗାନ୍ଧୀମୂର୍ତ୍ତି ତଳେ ଧାରଣ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଧାନସଭାରେ ଧସ୍ତାଧସ୍ତି ସହ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ଗୃହରେ ଧସ୍ତାଧସ୍ତି ହୋଇଥିଲେ । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଗଣତନ୍ତ୍ରର ମନ୍ଦିରରେ ଏଭଳି ଧସ୍ତାଧସ୍ତି ଗାଳି ଗୁଲଜକୁ ସମସ୍ତ ବିରୋଧ କରୁଥିବା ମଧ୍ୟ ଦେଖାଯାଇଥିଲା । ତେବେ ଏହାପରେ ଆଜି ସାମ୍ବାଦିକଙ୍କୁ ମୋବାଇଲ ଫୋନ ବାରଣ କରାଯାଇଛି । ସେପଟେ, ଏହି ଘଟଣାକୁ ସାମ୍ବାଦିକମାନେ ବିରୋଧ କରିବା ସହ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।

ତେବେ ବିଧାୟକ ଭୁଲ କରିଲେ ଏହାର ପରିଣାମ ସାମ୍ବାଦିକ କାହିଁକି ଭୋଗିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ବାଚସ୍ପତି ସାମ୍ବିଦିକମାନଙ୍କୁ ସ୍ୱାଧୀନତା ଦିଅନ୍ତୁ ବୋଲି କହି ଧାରଣାରେ ବସିଛନ୍ତି ବିଧାୟକ । ପରେ ଶାସକଦଳର ଏକ ଟିମ ଆସି ସାମ୍ବାଦିକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାପଡିଛି ।


Reporterspen
!-- afp header code starts here -->