Holi Guidelines: ଭୁବନେଶ୍ୱର (ରିପୋଟର୍ସ ପେନ୍) : ରଙ୍ଗର ପର୍ବ ହୋଲି ପାଖେଇ ଆସୁଥିବାରୁ କମିଶନରେଟ୍ ପୋଲିସ ଏହାର ସୁରକ୍ଷିତ ପାଳନ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି। ମଦ୍ୟପାନ ପରେ ନଦୀ କିମ୍ବା ପୁଷ୍କରିଣୀରେ ଗାଧୋଇବା ବିରୁଦ୍ଧରେ ପୋଲିସ ନିର୍ଦ୍ଦେଶାବଳୀ ଦେଇଛି। ମଦ୍ୟପାନ କରି ହୋଲି ଖେଳିଲେ ଗିରଫ୍ କରାଯିବ ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚେତାବନୀ ଦେଇଛନ୍ତି।
ରଙ୍ଗର ପର୍ବ ହୋଲି ପାଖେଇ ଆସୁଥିବାରୁ କମିଶନରେଟ୍ ପୋଲିସ ଏହାର ସୁରକ୍ଷିତ ପାଳନ ସୁନିଶ୍ଚିତ କରିବା ପାଇଁ ନିର୍ଦେ୍ଦଶାବଳୀ ଜାରି କରିଛି । ମଦ୍ୟପାନ ପରେ ନଦୀ କିମ୍ବା ପୁଷ୍କରିଣୀରେ ଗାଧୋଇବା ବିରୁଦ୍ଧରେ ପୋଲିସ ନିର୍ଦ୍ଦେଶାବଳୀ ଦେଇଛି । ମଦ୍ୟପାନ କରି ହୋଲି ଖେଳିଲେ ଗିରଫ୍ କରାଯିବ ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚେତାବନୀ ଦେଇଛନ୍ତି ।
ଆସନ୍ତା ହୋଲି ପବର୍କୁ ସୁନିଶ୍ଚିତ ତଥା ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ନିମନ୍ତେ ଆଜି ଭୁବନେଶ୍ୱର ସହରାଂଚଳ ଜିଲ୍ଲା ପୋଲିସ ତରଫରୁ କିଛି ଗୁରୁତ୍ୱପୂର୍ଣ୍ଣ ନିୟମାବଳୀ ଜାରି ହୋଇଛି । ଏହି ନିୟମାନୁସାରେ ମଦ୍ୟପାନ କରି ଗାଧୋଇବା ଲାଗି ଜଳାଶୟ କିମ୍ବା ନଦୀ ଭିତରକୁ ପ୍ରବେଶ ଲାଗି ପ୍ରତିବନ୍ଧକ ଜାରି କରାଯାଇଛି । ପିତାମାତାଙ୍କୁ ମଧ୍ୟ ଅନୁରୋଧ କରାଯାଉଛି କି, ସେମାନେ ନିଜ ସନ୍ତାନ ମାନଙ୍କୁ ଜଳାଶୟ କିମ୍ବା ନଦୀ ଭିତରକୁ ନଯିବା ଲାଗି ପରାମର୍ଶ ଦେବେ।
ସେହିପରି ସମସ୍ତ ଜନସାଧାରଣ ମାନଙ୍କୁ ଅନୁରୋଧ କରାଯାଉଛି କି, ସେମାନେ ନିଜ ପାଖ ପଡୋଶୀ, ବନ୍ଧୁ ପରିଜନ ତଥା ସଂର୍ପକୀୟ ମାନଙ୍କୁ ଜଳାଶୟ କିମ୍ବା ନଦୀ ଭିତରକୁ ନଯିବା ଲାଗି ମଧ୍ୟ ପରାମର୍ଶ ଦେବେ । ହୋଲି ଅବସରରେ କୌଣସି ପ୍ରାକ୍ ଦୁର୍ଘଟଣାକୁ ଏଡାଇବା ଲାଗି ସହରାଂଚଳ ପୁଲିସ ତରଫରୁ ବିଭିନ୍ନ ଜଳାଶୟ ଏବଂ ନଦୀଗୁଡ଼ିକ ନିକଟରେ ପୁଲିସ ମୁତୟନ କରାଯିବ । ଏହା ବ୍ୟତୀତ ବିଭିନ୍ନ ଘାଟ ମାନଙ୍କରେ ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀଙ୍କୁ ମଧ୍ୟ ମୁତୟନ କରାଯିବ ।
ହୋଲି ଅବସରରେ ମଦ୍ୟପାନ ଜନିତ ଗାଡ଼ି ଚାଳନା ଉପରେ ଅଙ୍କୁଶ ଲଗାଇବା ଲାଗି ଟ୍ରାଫିକ ପୁଲିସର ସହଯୋଗରେ ବିଭିନ୍ନ ସ୍ଥାନ ମାନଙ୍କରେ ଚଢଉ କରାଯିବ । ଏଥିସହିତ ଆଇନ ଖିଲାଫକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ସହରରେ ଥିବା ବିଭିନ୍ନ ହୋଟେଲ ଗୁଡ଼ିକରେ ଯାଂଚ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ଅପରାଧୀ ମାନଙ୍କ ଉପରେ ତୀକ୍ଷଣ ନଜର ରଖାଯିବ ।
ପାଳିତ ହେବାକୁ ଥିବା ପବିତ୍ର ହୋଲି ଉତ୍ସବ ଉପଲକ୍ଷେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହରାଂଚଳ ଜିଲ୍ଲାରେ ଅସାମାଜିକ କାର୍ଯ୍ୟକଳାପ ତଥା ସମସ୍ତ ପ୍ରକାର ଅପରାଧକୁ ରୋକିବା ପାଇଁ କମିସନରେଟ ପୁଲିସ ତରଫରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଏଥିଲାଗି ସହର ମଧ୍ୟରେ ମୋଟ ୨୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ, ଯାହା ଶୃଙ୍ଖଳିତ ହୋଲି ପର୍ବ ପାଳନ ଲାଗି ସହାୟ ହେବ । ଅବୈଧ ଭାବେ ମଦ ତଥା ନିଶା ଦ୍ରବ୍ୟ ବିକ୍ରୟ ଉପରେ କଡ଼ା ନଜର ରଖାଯିବା ସହ ଏକ୍ଷେତ୍ରରେ ହୋଲି ପୂର୍ବ ଦିନ କଡାକଡି ଭାବେ ଅଭିଯାନ କାର୍ଯ୍ୟକାରୀ ହେବ ।
ଏହାବ୍ୟତୀତ ଲୋକମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ପ୍ରଭାବିତ କରୁଥିବା ହାନିକାରକ ବା ରାସାୟନିକ ରଙ୍ଗ ବ୍ୟବହାର ନକରିବା ତଥା ହୋଲି ଖେଳ ସମୟରେ କାହାପ୍ରତି କୌଣସି ଉତେ୍ତଜନା ମୂଳକ ମନ୍ତବ୍ୟ ପ୍ରଦାନ ନକରି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରଖିବା ଲାଗି କମିଶନରେଟ ପୁଲିସ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଅଛି ।