ମଲ୍ୟାଶୁଣୀଙ୍କ ସପ୍ତଶତୀ ଚଣ୍ଡୀ ମହାଯଜ୍ଞ ଉଦଯାପିତ; “ଯୁବ କଳାକାରଙ୍କ ଅଭିନୟରେ ଦର୍ଶକ ବିଭୋର”

Reporterspen

ବଡଚଣା (ସୁଧାଂଶୁ ପରିଡା): ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଂଚାୟତ ଗରଗାଲି ଗ୍ରାମର ଗ୍ରାମ ଦେବତୀ ମା’ ମଲ୍ୟାଶୁଣୀଙ୍କ ତ୍ରିତ୍ରିଂଶତମ ବାର୍ଷିକ ଚଣ୍ଡୀ ମହାଯଜ୍ଞ ଖୁବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଯଜ୍ଞ ଅପ୍ରେଲ ୩,୪,୫ ଓ ୬ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ୩ ତାରିଖ ଦିନ ଶତାଧିକ ଶ୍ରଦ୍ଧାଳୁଙ୍କ ଦ୍ୱାରା କଳସ ବୁଡା କାର୍ଯ୍ୟକ୍ରମ କରାଯାଇଥିଲା ।

ପରେ ମାଙ୍କ ନିକଟରେ ସକାଳୁ ପ୍ରଥମେ ସୂର୍ଯ୍ୟ ପୂଜା, ଗୋ ପୂଜା କରାଯିବା ପରେ ଯଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନା କରଯାଇଥିଲା । ୪,୫,୬ ତିନିଦିନ ପଣ୍ଡିତ ମାନଙ୍କ ଦ୍ବାରା ଯଜ୍ଞ କରାଯାଇଥିଲା । ଏଇ ଯଜ୍ଞରେ କର୍ତ୍ତା ଭାବେ ଗରଗାଲି ଗ୍ରାମର ଡ଼. ସୁଧୀର ଚନ୍ଦ୍ର ସାମଲ ତାଙ୍କ ପତ୍ନୀ ପ୍ରତିମା ସାମଲ ଯଜ୍ଞ ମଣ୍ଡପରେ ବସି ଆହୁତି ପ୍ରଦାନ କରିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ଭକ୍ତଙ୍କ ଲାଗି ପ୍ରତ୍ୟେକ ଦିନ ଆନନ୍ଦ ବଜାର କରାଯାଇଥିଲା ।

୫ ଓ ୬ ତାରିଖ ଦିନ ଗ୍ରାମର ଯୁବ କଳାକାର (ସିଲୁ, ବବୁ, ଡୋରା, ଭବାନୀ, ବାପିନା, ଲାପୁ, ଟୁକୁନା, ବାବୁଲି, ବାଟୁଆ, ମିଟୁ, ଅଜୟ, ଶିବାନୀ ସିଲୁ ଓ ତ୍ରିଲୋଚନ) ମାନଙ୍କ ଦ୍ବାରା ଦୁଇ ରାତ୍ର ବ୍ୟାପୀ ନାଟକ ‘ଅକୁହା କାହାଣୀ ଶୁଣିବ କିଏ’ ଓ ‘ଜୁଇରେ ଜଳୁଛି ଜୀଅନ୍ତା ଶବ’ ମଞ୍ଚସ୍ଥ କରାଯାଇଥିଲା । ହଜାର ହଜାର ଭକ୍ତଙ୍କ ଗହଳି ସବୁଦିନ ଲାଗି ରହିଥିଲା । ଗରଗାଲି ଗ୍ରାମବାସୀ ବୃନ୍ଦ ପକ୍ଷରୁ ଏଇ କାର୍ଯ୍ୟକ୍ରମ ସୁରୁଖୁରୁରେ ସୂଚାରୁ ରୂପେ ସଂପନ୍ନ ହୋଇଥିଲା ।


Reporterspen
!-- afp header code starts here -->