law & order court: ହତ୍ୟା ଉଦ୍ୟମ ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ

Reporterspen

law & order court: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ବିଚାରପତି ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ-କମ-ଆସିଷ୍ଟଂଟ ସେସନ୍ସ ଜଜ୍‌, ଖୋର୍ଦ୍ଧା, ଭୁବନେଶ୍ୱରର ବିଚାରପତି ଶରତ କୁମାର ଜେନା, ଗତ ୨୦୨୨ ମସିହା ଡିସେମ୍ବର ମାସରେ ମେଂଚଶ୍ୱର ଥାନା ଅଂଚଳରେ ଘଟିଯାଇଥିବା ଉପରୋକ୍ତ ମାମଲାର ବିଚାର କରି ଆସାମୀ ଶିବ ପ୍ରସାଦ ସାହୁଙ୍କୁ ସଜା ଶୁଣାଇଛନ୍ତି ।

ଘଟଣାର ଅନ୍ତରାଳେ: : ଅଭିଯୋଗକାରିଣୀଙ୍କ ପୁଅ, ମହମ୍ମଦ ସୋଭାନି ମେଂଚଶ୍ୱର ଥାନା ଅନ୍ତର୍ଗତ ଗ୍ରୀନଫିଲଡ ବାରରେ ପ୍ରାୟ ୫ ବର୍ଷ ହେବ କାର୍ଯ୍ୟ କରିଆସୁଥିଲେ । ଘଟଣା ଦିନ ତା ୧୭.୧୨.୨୦୨୨ ରିଖ ରାତିରେ ସେ ଉକ୍ତ ବାରରେ କାମ କରୁଥିବା ସମୟରେ ଅଭିଯୁକ୍ତ ଶିବ ତାଙ୍କୁ ବାହାରକୁ ଡ଼ାକିଥିଲେ । ସେ ବାହାରକୁ ଆସିବା ପରେ ଅଭିଯୁକ୍ତ ଶିବ ତାଙ୍କର କିଛି ସହଯୋଗୀଙ୍କ ସହିତ ତାଙ୍କୁ ଏକ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ସେ ଗୁରୁତର ହୋଇପଡିଥିଲେ । ଏହି ସୂଚନା ପାଇ ମେଂଚଶ୍ୱର ଥାନା ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସଂପୃକ୍ତ ପୀଡ଼ିତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଏନେଇ ଆହତଙ୍କର ମା ମେଂଚଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକାରିଣୀଙ୍କର ଅଭିଯୋଗକୁ ଭିତ୍‌ତିକରି ମେଂଚଶ୍ୱର ଥାନାରେ କେସ ନଂ.-୪୮୨/୨୦୨୨, ଦଫା- ୩୪୧/୩୨୪/୩୦୭/୩୨୩/୩୪ ଆଇପିସି ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ମାମଲାର ତଦନ୍ତ ଦାୟିତ୍ୱ ଏସଆଇ ଗୋବର୍ଦ୍ଧନ ସାହୁଙ୍କୁ ହସ୍ତାନ୍ତର କରାଯାଇଥିଲା । ତଦନ୍ତକାରୀ ଅଫିସର ଶ୍ରୀ ସାହୁ ଏହି ମାମଲାକୁ ସଠିକ ଭାବେ ତଦନ୍ତ କରିବା ସହିତ ଆସାମୀଙ୍କୁ ଖୁବଶୀଘ୍ର ଗିରଫ କରିବାରେ ସକ୍ଷମ ହୋଇଥିଲେ ଓ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଦାଲତରେ ଚାର୍ଜ ସିଟ୍ ମଧ୍ୟ ଦାଖଲ କରିଥିଲେ ।

ଉପରୋକ୍ତ ମାମଲାର ବିଚାର କରି ମାନ୍ୟବର ଅଦାଲତ ୬ ସାକ୍ଷୀ ଓ ୨୦ଟି ଦସ୍ତାବିଜ ଗୁଡ଼ିକୁ ଆଧାର କରି ଆସାମୀ ଶିବ ପ୍ରସାଦ ସାହୁଙ୍କୁ ୫ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହିତ ୫୦୦୦ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ କ୍ଷେତ୍ରରେ ଆସାମୀଙ୍କୁ ଅତ୍ୟଧିକ ୨ ମାସର କାରାଦଣ୍ଡାଦେଶ ପ୍ରକାଶ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସହକାରୀ ପବ୍ଲିକ୍ ପ୍ରୋସିକ୍ୟୁଟର ଶ୍ରୀ ରତ୍ନାକର ନାୟକ ଏବଂ ଶ୍ରୀ ଆଶୁତୋଷ ମହାନ୍ତି ପରିଚାଳନା କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ସମୁଦାୟ ୯୨ଟି ମାମଲାରେ ଦୋଷୀ ମାନଙ୍କୁ ସଜା ଦିଆଯାଇ ସାରିଥିବା ବେଳେ, ଭୁବନେଶ୍ୱର ସହରାଂଚଳ ଜିଲ୍ଲା ତରଫରୁ ଦୋଷୀଙ୍କୁ ସଜା ହୋଇଥିବା ଚଳିତ ବର୍ଷର ଏହା ହେଉଛି ୨୨ ତମ ମାମଲା ।


Reporterspen
!-- afp header code starts here -->