Surya Gochar: ସୂର୍ଯ୍ୟ କରିବେ ରାଶି ପରିବର୍ତ୍ତନ, ଚମକିବେ ୩ଟି ରାଶି

Reporterspen

Surya Gochar : ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟକୁ ଆତ୍ମାର କାରକ ଭାବରେ ବିବେଚନା କରାଯାଇଛି । ସୂର୍ଯ୍ୟଙ୍କୁ ସିଂହ ରାଶିର ଶାସକ ଗ୍ରହ ଭାବେ ପରିଗଣିତ କରାଯାଏ । ଏହା ବିଶ୍ୱାସ କରାଯାଏ ଯେ, ସୂର୍ଯ୍ୟଙ୍କ ଆଶୀର୍ବାଦ ସର୍ବଦା ଏହି ରାଶି ଉପରେ ରହିଥାଏ । ସୂର୍ଯ୍ୟ ଯେବେ ରାଶି ପରିବର୍ତ୍ତନ କରନ୍ତି, ସେତେବେଳେ ସେ ବିଭିନ୍ନ ରାଶିରେ ପ୍ରଭାବ ପକାଇଥାନ୍ତି ।

ସିଂହ ରାଶି

ଆପଣଙ୍କ ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଶୁଭ ସାବ୍ୟସ୍ତ ହେବ। ସୂର୍ଯ୍ୟଙ୍କ ପ୍ରଭାବରୁ ଆପଣଙ୍କ ରଣନୀତି ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଏହି ସମୟ ମଧ୍ୟରେ କିଛି ଭଲ ଖବର ପାଇପାରନ୍ତି । ସୃଜନଶୀଳ କାର୍ଯ୍ୟରେ ବିଶେଷ ସଫଳତା ପାଇବେ। କୌଣସି ସରକାରୀ କାମ ଦୀର୍ଘ ଦିନ ଧରି ପଡ଼ି ରହିଥିଲେ ତାହା ସମ୍ପୂର୍ଣ୍ଣ ହେବ। ଅବିବାହିତ ବ୍ୟକ୍ତିଙ୍କ ଜୀବନରେ କେହିଜଣେ ଖାସ୍ ଲୋକ ଆସିପାରନ୍ତି । ନିବେଶରେ ଇଚ୍ଛିତ ମୁତାବକ ଲାଭ ପାଇବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବାକୁ ଲଗିବ ।

କନ୍ୟା ରାଶି

ଆପଣଙ୍କ ଜୀବନରେ ସୂର୍ଯ୍ୟଙ୍କ ଚଳନ ଅନେକ ପରିବର୍ତ୍ତନ ଆଣିଦେବ । ପରିବାରରେ ହସ ଖୁସିର ପରିବେଶ ରହିବ। ବରିଷ୍ଠଙ୍କ ସମର୍ଥନ ଏବଂ ଆଶୀର୍ବାଦ ଆପଣଙ୍କୁ ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତୀ ହେବାର ସମ୍ଭାବନା ରହିଛି । ଶିକ୍ଷା କ୍ଷେତ୍ରରେ ଭଲ ସଫଳତା ହାସଲ କରିପାରନ୍ତି । ସମାଜରେ ଆପଣଙ୍କର ପ୍ରଭାବ ବଢିବାକୁ ଲାଗିବ । ସରକାରୀ ଚାକିରି କରୁଥିଲେ ଦରମା ବୃଦ୍ଧିର ସମ୍ଭାବନା ରହିଛି।

କୁମ୍ଭ ରାଶି

କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ସମର୍ଥନ ମିଳିବ । ପ୍ରଗତି କରିବାକୁ ସୁଯୋଗ ପାଇବେ । କ୍ୟାରିୟରରେ ଉନ୍ନତି କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଆର୍ଥିକ ଦୃଷ୍ଟିରୁ ସମୟ ଶୁଭ । ପ୍ରେମ ଜୀବନରେ ସଫଳ ହୋଇପାରନ୍ତି । ଆପଣ ନେଇଥିବା ନିଷ୍ପତ୍ତି ଲାଭଦାୟକ ପ୍ରମାଣିତ ହେବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି।  ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)


Reporterspen
!-- afp header code starts here -->