School Open: ସରକାରଙ୍କ ନିର୍ଦ୍ଦେଶ ମାନିଲାନି ଘରୋଇ ସ୍କୁଲ

Reporterspen

School Open: ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟରେ ଲାଗି ରହିଥିବା ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ପିଲାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଅପ୍ରେଲ ୨୩ ତାରିଖ ଠାରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ସ୍ପଷ୍ଟ ଭାବେ ଜଣାଇଥିଲେ ଯେ, ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ମାତ୍ର ବ୍ୟବସାୟୀକ ଉର୍ଦ୍ଦେଶ୍ୟରେ ଚାଲୁଥିବା କେତେକ ଘରୋଇ ସ୍କୁଲ ସରକାରଙ୍କ ନିର୍ଦ୍ଦେଶକୁ ନମାନି ସ୍କୁଲ ଖୋଲା ରଖିଥିଲେ ।

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ଯୋଗୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେଉଛି । ତେଣୁ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଗତକାଲି ଏକ ସମୀକ୍ଷା ବୈଠକ ଡାକିଥିଲେ । ବୈଠକରେ ରାଜସ୍ୱ ମନ୍ତ୍ରୀ, ଆଇନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ସଚିବ ଓ ପୋଲିସ ଡିଜି ସମସ୍ତେ ଉପସ୍ଥିତ ଥିଲେ । ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଆଜି ଠାରୁ ଅର୍ଥାତ ୨୩ରୁ ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ନମାନିଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଥିଲେ ।

ଛୁଟି ଘୋଷଣା ହେବା ପରେ ଅଧିକାଂଶ ଘରୋଇ ସ୍କୁଲ ତୁରନ୍ତ ସୋସିଆଲ ମିଡ଼ିଆ ମାଧ୍ୟମରେ ସ୍କୁଲ ଛୁଟି ଘୋଷଣାନାମା ଜାରି କରିଥିଲେ । ମାତ୍ର ଭିଏସ୍‌ଏସ ନଗର ଠାରେ ଥିବା ପ୍ରଭୂଜୀ ଇଂରାଜୀ ମାଧ୍ୟମିକ ସ୍କୁଲ ସରକାରୀ ନିର୍ଦ୍ଦେଶକୁ ଅବମାନନା କରିଥିଲା । ସ୍କୁଲ ଛୁଟି ସମ୍ପର୍କରେ ଜଣାଇବା ପରିବର୍ତ୍ତେ ପାଠ୍ୟ ପୁସ୍ତକ ଆଣିବା ନେଇ ପିଲାଙ୍କୁ ହ୍ୱାଟ୍‌ସଆପ ମାଧ୍ୟମରେ ଅବଗତ କରିଥିଲା । ସକାଳୁ ପୂର୍ବ ଭଳି ସ୍କୁଲ ମଧ୍ୟ ଖୋଲିଥିଲା । ଏନେଇ ଅନେକ ଅଭିଭାବକ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ ମଧ୍ୟ ପାଠପଢା ଦୃଷ୍ଟିରୁ ପିଲାଙ୍କୁ ସ୍କୁଲ ଛାଡିବାକୁ ବାଧ୍ୟ ହୋଇଥିଲେ ।

ତେବେ ସରକାରଙ୍କ ନିର୍ଦ୍ଦେଶକୁ ପ୍ରଭୂଜୀ ସ୍କୁଲ ବାଏଁ ବାଏଁ ଉଡାଇ ଦେଲା କାହିଁକି? ପୂର୍ବ ସରକାର ସମୟରେ ଘୋଷଣାର ୧୦ମିନିଟ ମଧ୍ୟରେ ସ୍କୁଲ ଗ୍ରୁପରେ ଛୁଟି ନୋଟିସ ଜାରି କରୁଥିବା ପ୍ରଭୂଜୀ ବିଜେପି ସରକାରରେ ଏଭଳି ମନମାନୀ କଲା କାହିଁକି? ମୋହନ ସରକାରଙ୍କୁ ଖାତିରି ନାହିଁ ନା ବିଜେପିର ଅତିଘନିଷ୍ଠ ବୋଲି ଅଣଦେଖା? ଯଦି ଗ୍ରୀଷ୍ମ ପାଇଁ ଆଜି ପିଲାଙ୍କର କିଛି ଅଘଟଣ ଘଟିଥାନ୍ତା, ତେବେ କିଏ ଦାୟୀ ରହିଥାନ୍ତି? ସାଧାରଣରେ ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ସ୍କୁଲର ଜଣେ ତଳିଆ କର୍ମଚାରୀ ଥଟ୍ଟା କରି କହିଛନ୍ତି, ଦାନ୍ତ ବିହିନ ମୋହନ ସରକାର, ସେଥିପାଇଁ ଏଭଳି ହେଲା… । ଅନ୍ୟପକ୍ଷରେ କୁହାଯାଉଛି, ପ୍ରଭୂଜୀ ସ୍କୁଲ ମାଲିକଙ୍କର ଆରଏସଏସ ସଂଗଠନ ସହ ସୁସମ୍ପର୍କ ରହିଛି, ତେବେ ମୋହନ ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରାଯାଉଛି ।

ଅପରପକ୍ଷରେ ସରକାର ନିର୍ଦ୍ଦେଶରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିବା ସରକାର ଏହି ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି ।


Reporterspen
!-- afp header code starts here -->