ପଶ୍ଚିମବଙ୍ଗ ବିଧାନସଭାରେ ମହିଳାଙ୍କ ସୁରକ୍ଷା ଉପରେ ଏକ ବିଲ ଆଗତ

Reporterspen

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ମହିଳାଙ୍କ ସୁରକ୍ଷା ଉପରେ ଏକ ବିଲ ଆଗତ କରିଛନ୍ତି। ଏହା ମାଧ୍ୟମରେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଟିଏମସି ସରକାର ବିଧାନସଭାରେ ‘ଅପରାଜିତା ମହିଳା ଏବଂ ଶିଶୁ ବିଲ’ ପ୍ରଣୟନ କରିଛନ୍ତି। ଏହି ବିଲ ଅନୁଯାୟୀ, ବଳାତ୍କାର ପୀଡିତାଙ୍କ ମୃତ୍ୟୁ ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି।

ବାସ୍ତବରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର୍‌.ଜି କର ମେଡିକାଲ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲା ସମ୍ପର୍କରେ ମମତା ସରକାର ଚର୍ଚ୍ଚାରେ ଅଛନ୍ତି। କୋଲକାତା ମାମଲା ପରେ ମମତା ବାନାର୍ଜୀ ବଳାତ୍କାର ସମ୍ପର୍କରେ ଏକ ଆଇନ ଆଣିବେ ବୋଲି ଘୋଷଣା କରିଥିଲେ। ଏ ସମ୍ପର୍କରେ ସେ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ମଧ୍ୟ ଘୋଷଣା କରିଥିଲେ। ମମତା କହିଥିଲେ ଯେ ପୀଡିତାଙ୍କୁ ଶୀଘ୍ର ନ୍ୟାୟ ମିଳିବ। ବିଧାନସଭାରେ ଉପସ୍ଥାପିତ ଏହି ବିଲକୁ ଭାଜପା ନିଜର ସମ୍ମତି ଜଣାଇଛି।


Reporterspen