ଏୟାରଟେଲ ଡ଼ିଜିଟାଲ ଟିଭିର ନୂତନ ଆମାଜନ ପ୍ରାଇମ ପ୍ଲାନ ଅଫର

Reporterspen

ଭୁବନେଶ୍ୱର, ସେପ୍ଟେମ୍ବର – ଏୟାରଟେଲ ଡ଼ିଜିଟାଲ ଟିଭି ଆମାଜନ ପ୍ରାଇମ ସହିତ ହାତ ମିଳାଇ ଏହାର “ଅଲଟିମେଟ ତଥା ଆମାଜନ ପ୍ରାଇମ ଲାଇଟ” ଯୋଜନାର ଅଂଶ ବିଶେଷ ଭାବରେ ଟିଭି ଏବଂ ପ୍ରାଇମ ଲାଇଟର ଅନେକ ସୁବିଧା ପ୍ରଦାନ କରିବ । ଏହି ଯୋଜନାର ଗ୍ରାହକମାନେ ପ୍ରାଇମ ଭିଡ଼ିଓରୁ ଦୁଇଟି ଏଚଡ଼ି ମାନକର ଅତୁଳନୀୟ ଆମୋଦପ୍ରମୋଦର ଆନନ୍ଦ ତଥା ଅତିରିକ୍ତ ଭାବରେ ଲିନର ଟିଭି ଚାନେଲ ଗୁଡ଼ିକୁ ଉପଭୋଗ କରିପାରିବେ । ପ୍ରାଇମ ଲାଇଟର ମଧ୍ୟ ଗ୍ରାହକମାନେ ଏଥିରେ ଅନ୍ୟାନ୍ୟ ପ୍ରାଇମ ସୁବିଧା ଯଥା ମାଗଣାରେ ଅସୀମିତ ସେହି ଦିନର ୧୦ ଲକ୍ଷ ଉତ୍ପାଦନର ଆନନ୍ଦତା ତଥା ପରବର୍ତ୍ତୀ ଦିନରେ ୪୦ ଲକ୍ଷରୁ ଅଧିକ ଉତ୍ପାଦନର ଆନନ୍ଦତା ଆମାଜନ ମାଧ୍ୟମରେ ପାଇପାରିବେ ଯାହା ମଧ୍ୟରେ ରହିଛି ଏହି ସେଲ କାର୍ଯ୍ୟକ୍ରମର ଅତି ଶୀଘ୍ର ଗ୍ରହଣକାରୀତା ତଥା ଏଥିସହିତ ହାଲୁକା ଭାବରେ ମିଶିବା ଏବଂ ଆମାଜନ ପେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡ଼ିଟ କାର୍ଡ଼ ସହିତ ଆମାଜନ ଡ଼ଟ ଇନ କ୍ରୟ ସମୟରେ ୫ ପ୍ରତିଶତର କ୍ୟାସବ୍ୟାକ ସୁଯୋଗ ।
ସିଦ୍ଧାର୍ଥ ଶର୍ମା, ମୁଖ୍ୟ କାର୍ଯ୍ୟ ନିର୍ବାହୀ-ଏୟାରଟେଲ ଡ଼ିଜିଟାଲ ଟିଭି, ଭାରତୀ ଏୟାରଟେଲ କହିଛନ୍ତି, “ମୋବାଇଲ ଆମୋଦପ୍ରମୋଦତାର ବୃଦ୍ଧି ପାଉଥିବା ଦାବି ଆମକୁ ଏହିଭଳି ଟିଭିର ଅଫର, ଗ୍ରାହକମାନଙ୍କୁ ଯେ କୌଣସି ସମୟରେ ଯେ କୌଣସି ସ୍ଥାନରେ ସୁବିଧା ଗୁଡ଼ିକୁ ପ୍ରଦାନ କରିବା ପାଇଁ ବାଧ୍ୟ କରିଦେଉଛି । ଆମାଜନ ପ୍ରାଇମ ସହିତ ଆମର ସହଭାଗୀତା ଏହି ପ୍ରସଙ୍ଗକୁ ଆହୁରି ଅଧିକ ଆଗକୁ ନେବା ସହିତ ଆମର ଘରୋଇ ଆମୋଦପ୍ରମୋଦର ବିବିଧତାକୁ ବହୁ ମାତ୍ରାରେ ବୃଦ୍ଧି କରିବା ସହିତ ଏହି ସେବା ଲୋକମାନଙ୍କ ଦ୍ୱାରା ଆଦୃତ ହୋଇପାରିଛି । ଆମେ ଅତି ଉତ୍ସାହର ସହିତ ଆମର ପ୍ରିୟ ଗ୍ରାହକମାନଙ୍କୁ ଅତୁଳନୀୟ ଆମୋଦପ୍ରମୋଦର ଅଭିଜ୍ଞତା ସହିତ ବିଶେଷ ଭାବରେ ଓଡ଼ିଆ ପ୍ରସଙ୍ଗ ପାଇଁ ଆମର ମୂଲ୍ୟ ସର୍ବନିମ୍ନ ୪୩୭ ଟଙ୍କାରୁ ଆରମ୍ଭ କରିଅଛୁ । ଆମେ ଦୃଢ଼ ନିଶ୍ଚିତ ଆମର ପ୍ରିୟ ଗ୍ରାହକମାନେ ଏଭଳି ଏକ ସର୍ବାଧିକ ନିର୍ବାଚିତ ମୂଲ୍ୟକୁ ସୁନିଶ୍ଚିତ ଭାବରେ ଗ୍ରହଣ କରିବେ ।”
“ପ୍ରାଇମ ଭିଡ଼ିଓରେ, ଆମେ ନିରବଚ୍ଛିନ୍ନ ଭାବରେ ଆମର ବିତରକମାନଙ୍କୁ ସୁଦୃଢ଼ କରିବା ସହିତ ସେମାନଙ୍କର ଗତିପଥକୁ ଆହୁରି ଅଧିକ ସୁଗମିତ କରି ବିସ୍ତାରିତ ଦର୍ଶକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଚଳଚ୍ଚିତ୍ର ତଥା ଧାରାବାହିକ କାର୍ଯ୍ୟକ୍ରମ ପାଇଁ ସୁଯୋଗ ଆଣିଦେବେ ଏହା ନିଶ୍ଚିତ କରିଛୁ କହିଛନ୍ତି, ଶୀଲାଙ୍ଗୀ ମୁଖାର୍ଜୀ, ନିର୍ଦ୍ଦେଶକ ଏବଂ ମୁଖ୍ୟ -ଏସଭିଓଡ଼ି ବିଜିନେଓ, ପ୍ରାଇମ ଭିଡ଼ିଓ, ଇଣ୍ଡିଆ । ଏୟାରଟେଲ ଡ଼ିଜିଟାଲ ଟିଭି ସହଭାଗୀତା ସହିତ ପ୍ରାଇମ ଭିଡ଼ିଓର ସମ୍ପୂର୍ଣ୍ଣ ପ୍ରସଙ୍ଗ ଏଠାରେ ନିରବଚ୍ଛିନ୍ନ ଭାବରେ ଚାଲିଛି ଯେତେବେଳେ କି ଏହା ପ୍ରାଇମ ଲାଇଟ ଭଳି ସପିଙ୍ଗ ଏବଂ ସିପିଙ୍ଗ ଭଳି ସୁବିଧା ଗୁଡ଼ିକୁ ଅସୀମିତ, ମୁକ୍ତ ‘ସେହି ନିର୍ଦ୍ଦିଷ୍ଟ ଦିନ / ତା ପରଦିନ’ ଏଭଳି ଉପାୟରେ ଲକ୍ଷ ଲକ୍ଷରୁ ଅଧିକ ଉତ୍ପାଦନ ଅତି ଶୀଘ୍ର ଗ୍ରହଣ କରିବା ଭଳି ଅତୁଳନୀୟ ସେବା ପ୍ରଦାନର ସୁଯୋଗ ପ୍ରଦାନ କରିପାରିଛି । ଆମର ଏହି ସହଭାଗୀତା ଲକ୍ଷ୍ୟ ଭାରତରେ ରହିଥିବା ଗ୍ରାହକମାନଙ୍କୁ ଏଭଳି ଏକ ପ୍ରିମିୟମ ଆମୋଦପ୍ରମୋଦ ପ୍ରଦାନକାରୀତା ଦିଗରେ ଯଥେଷ୍ଟ ସହାୟକ ହେବ ।

ଏକାଧାରରେ ରହିଥିବା ଯୋଜନାଗୁଡ଼ିକ:

ମୂଲ୍ୟ ପ୍ୟାକର ନାମ ଅବଧି (ଦିନରେ)

୪୩୭ ଟଙ୍କା ଓଡ଼ିଆ ଅଲଟିମେଟ ଏବଂ ଆମାଜନ ପ୍ରାଇମ ଲାଇଟ ୧ଏମ ୩୦
୧୮୫୧ ଟଙ୍କା ଓଡ଼ିଆ ଅଲଟିମେଟ ଏବଂ ଆମାଜନ ପ୍ରାଇମ ଲାଇଟ ୬ଏମ ୧୮୦

ଏହି ଅଫର ସହିତ, ଏୟାରଟେଲର ଲକ୍ଷ୍ୟ ଘରୋଇ ଆମୋଦପ୍ରମୋଦକୁ ଆହୁରି ଅଧିକ ପରିମାର୍ଜିତ କରିବା ସହିତ ଅସୀମିତ ୩୫୦ରୁ ଅଧିକ ଟିଭି ଚାନେଲ ତଥା ଓଭର ଦି ଟପ (ଓଟିଟି) ପ୍ରସଙ୍ଗକୁ ଏଥିସହିତ ପ୍ରାଇମ ଭିଡ଼ିଓରେ ଉପଲବ୍ଧ କରାଇବା ଯାହାକି ଗ୍ରାହକମାନଙ୍କର ଆମୋଦପ୍ରମୋଦର ଆବଶ୍ୟକତାର ପ୍ରକୃତ ସମାଧାନ ଦିଗରେ ସହାୟ ହୋଇପାରିବ ।
ଗ୍ରାହକମାନେ ନିରବଚ୍ଛିନ୍ନ ଭାବରେ ଆମୋଦପ୍ରମୋଦର ଏକ ଦୃଢ଼ ଅଭିଜ୍ଞତା ପ୍ରାଇମ ଭିଡ଼ିଓ ଚଳଚ୍ଚିତ୍ର ତଥା ଧାରାବାହିକର ସମ୍ପୂର୍ଣ୍ଣ ଚୟନକୁ ନେଇ ବିନା ବାଧାରେ ପାଇପାରିବେ ଯାହା ମଧ୍ୟରେ ରହିଛି ପ୍ରକୃତ ଲୋକପ୍ରିୟ ଉଚ୍ଚମାନର ଧାରାବାହିକ ଯେପରିକି ମିର୍ଜ୍ଜାପୁର, ପଂଚାୟତ, ଦି ଫ୍ୟାମିଲି ମ୍ୟାନ, ଧୁତ, ଇନସ୍ପେକ୍ଟର ରିଷି ତଥା ବ୍ଲାକବ୍ଲୁଷ୍ଟର ଚଳଚ୍ଚିତ୍ର ଯଥା- ଟାଇଗର୩, କାଣ୍ଟାରା, ମାଜାମା, ବାୱଲ, ତେରି ବାତୋମେ ଐସା ଉଲଝାଜିଆ ଏବଂ ଆହୁରି ଅନେକ ଯାହା ମଧ୍ୟରେ ରହିଛି କିଛି ଆନ୍ତର୍ଜାତିକ ଧାରାବାହିକ ତଥା ଚଳଚ୍ଚିତ୍ର ଯେପରିକି ଫଲଆଉଟ, ସିଟାଡ଼େଲ, ଦି ଲଡ଼ ଅଫ ଦି ରିଙ୍ଗ: ଦି ରିଙ୍ଗସ୍ ଅପ ପାୱାର, ଦି ବୟେଜ ଇତ୍ୟାଦି ଯାହାର ନାମ ତା ମଧ୍ୟରୁ କିଛି ମଧ୍ୟରେ ସାମିଲ ହୋଇଛି ।


Reporterspen