ସୂର୍ଯ୍ୟକୁମାର ଯାଦବଙ୍କଆଉ ଏକ ଅର୍ଦ୍ଧଶତକ, ସୃଷ୍ଟି କଲେ ନୂଆ ରେକର୍ଡ

Reporterspen

ନୂଆଦିଲ୍ଲୀ : ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ର ପୂର୍ଣ୍ଣକାଳୀନ ଅଧିନାୟକ କରାଯାଇଛି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହି ଇନିଂସ ସମୟରେ ସୂର୍ଯ୍ୟ କୁମାର ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ରେକର୍ଡ ଭାଙ୍ଗିଥିଲେ । ୧୬ ରନ୍ କରିଥିବା ବେଳେ ସୂର୍ଯ୍ୟକିମାର ଯାଦବ ଚତୁର୍ଥ ଭାରତୀୟ ଅଧିନାୟକ ହୋଇପାରଛନ୍ତି ।

ଟସ୍ ହାରିବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରାଯାଇଥିଲା । ଭାରତୀୟ ଦଳକୁ ଶୁଭମାନ ଗିଲ (୩୪) ଏବଂ ଯଶାସଭି ଜୈସ୍ୱାଲ (୪୦) ଦ୍ରୁତ ଇଂନିସ ଆରମ୍ଭ କରିଥିଲେ । ଉଭୟ ଆଉଟ୍ ହେବା ପରେ ସୂର୍ଯ୍ୟକୁମାର ଯାଦବ ରନ୍ ସ୍କୋର କରିବାର ଦାୟିତ୍ୱ ଗ୍ରହଣ କରିଥିଲେ । ଦ୍ରୁତ ବ୍ୟାଟିଂ କରି ୨୨ଟି ବଲରେ ସାତ ଚୌକା ଓ ଦୁଇଟି ଛକା ସହାୟତାରେ ସୂର୍ଯ୍ୟକୁମାର ନିଜର ଟି-ଟ୍ୱେିଣ୍ଟି ଅର୍ଦ୍ଧଶତକ ହାସଲ କରି କରିଥିଲେ । ଏଥି ସହିତ, ସୂର୍ଯ୍ୟକୁମାରଙ୍କ ଅଧିନାୟକ ଭାବରେ ତୃତୀୟ ଅର୍ଦ୍ଧ ଶତକ କରିଥିଲା ।

ପାଣ୍ଡ୍ୟାକୁ ପଛରେ ପକାଇଲେ
ତାଙ୍କରଏହି ତୋଫାନି ଇଂନିସରେ ସୂର୍ଯ୍ୟକୁମାର ଯାଦବ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପଛରେ ଛାଡିଥିଲେ । ଟି୨୦ରେ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋର କରିଥିବା ସୂର୍ଯ୍ୟ ଚତୁର୍ଥ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ୧୬ ରନ୍ ସ୍କୋର କରିବା ପରେ ସୂର୍ଯ୍ୟ ହାଦ୍ଦିକ ପାଣ୍ଡ୍ୟାଙ୍କୁ ପଛରେ ପକାଇଥିଲେ । ଅଧିନାୟକ ଭାବରେ ଭାରତ ପାଇଁ ହାର୍ଦ୍ଦିକ ୨୯୬ ରନ୍ ସଂଗ୍ରହ କରିଛନ୍ତି । ଏହି ତାଲିକାରେ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଶୀର୍ଷରେ ଅଛନ୍ତି । ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ଭାରତୀୟ ଅଧିନାୟକ ଭାବରେ ଟି-୨୦ରେ ସର୍ବାଧିକ ରନ୍‌
୧୯୦୫ ରନ୍ – ରୋହିତ ଶର୍ମା ।
୧୫୭୦ ରନ୍ – ବିରାଟ କୋହଲି ।
୧୧୧୨ ରନ୍ – ଏମ୍‌ଏସ୍ ଧୋନି ।
୩୩୯ ରନ୍ – ସୂର୍ଯ୍ୟକୁମାର ଯାଦବ ଞ୍ଚ
୨୯୬ ରନ୍ – ହାର୍ଦ୍ଦିକ ପାଣ୍ଡ୍ୟା ।
ସୁର୍ଯ୍ୟକୁମାର ଯାଦବ ତାଙ୍କ ଇନିଂସ ସମୟରେ ୨୫ ବଲର ସମ୍ମୁଖୀନ ହୋଇଥିଲେ । ଏହି ସମୟ ମଧ୍ୟରେ ସେ ୮ ଚୌକା ଓ ଦୁଇଟି ଛକା ମାରିଥିଲେ । ୫୮ ରନ୍ ସ୍କୋର କରିବା ପରେ ସୂର୍ଯ୍ୟକୁମାର ଯାଦବ ଆଉଟ୍ ହୋଇଥିଲେ ।


Reporterspen

Leave a Reply