April New Rules: ଆଜିଠୁ ବଦଳିଲା ଏହିସବୁ ନିୟମ, ଜାଣନ୍ତୁ

Reporterspen

April New Rules: ଆଜି ଏପ୍ରିଲ୍ ୧, ୨୦୨୫  । ୨୦୨୫-୨୦୨୬ ଆର୍ଥିକ ବର୍ଷ ଆଜିଠାରୁ ଆରମ୍ଭ ହୋଇଛି। ଏହାସହିତ ସରକାର ଅନେକ ଗୁଡିଏ ନୂଆ ନିୟମ ଆଜିଠାରୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡି଼ବ। ଏଥିରେ ୟୁପିଆଇ(UPI)ପେମେଣ୍ଟରୁ ନେଇ ବ୍ୟାଙ୍କ ଗୁଡ଼ିକରେ ଅତି କମ୍‌ରେ ପଇସା ରଖିବା ଯାଏ ନିୟମ ସାମିଲ ଅଛି। ତେବେ, ଆସନ୍ତୁ ନଜର ପକାଇବା କ’ଣ ସବୁ ଆଜିଠାରୁ ପରିବର୍ତ୍ତନ ହେବାକୁ ଯାଉଛି….

ନୂଆ ଜିଏସଟି ନିୟମର ଆରମ୍ଭ –:

ସାଧାରଣ ଲୋକଙ୍କ ପାଇଁ  ଜିଏସଟି ପୋର୍ଟାଲକୁ ଅଧିକ ସୁରକ୍ଷିତ କରାଯାଉଛି। ଯେଉଁଥି ପାଇଁ ଆଜିଠାରୁ ପୋର୍ଟାଲ ଉପରେ ମଲ୍ଟି –ଫ୍ୟାକ୍ଟର ଅଥେଣ୍ଟିକେସନ(ଏମଏଫଏ) ଲାଗୁ ହୋଇଯିବ। ଏହି ବ୍ୟବସ୍ଥାର ଆରମ୍ଭ ହେବାରେ ଟ୍ୟାକ୍ସପେୟର୍ସଙ୍କ ସହ ହେଉଥିବା ଫ୍ରଡ୍‌ କମିବ। ଏହାଛଡା ଇ-ୱେ ବିଲ୍ସ ଏବେ ତାଙ୍କ ପାଇଁ ଜେନେରେଟ୍‌ କରାଯାଇ ପାରେ, ଯାହାର ବେସ୍‌ ଡକ୍ୟୁମେଣ୍ଟ ୧୮୦ ଦିନରୁ ପୁରୁଣା ହୋଇ ନଥିବ।

UPI ନିୟମରେ ପରିବର୍ତ୍ତନ–: ଦୀର୍ଘ ସମୟ ଧରି ୟୁପିଆଇ ସେବା ଥିବା ମୋବାଇଲ ନମ୍ବର ବ୍ୟବହୃତ ହେଉନଥିଲେ ଏହି ସେବା ବନ୍ଦ ହେବ। ଏବେ ବ୍ୟାଙ୍କ ଓ ପେମେଣ୍ଟ ସର୍ଭିସ ପ୍ରୋଭାଇଡର (ପିଏସପି)କୁ ପ୍ରତି ସପ୍ତାହରେ ନିଜ ନମ୍ୱରକୁ ଅପଡେଟ୍‌ କରିବାକୁ ହେବ। ଏଥିରେ ସେହି ୟୁପିଆଇ ଆଇଡି ଯାହା ଦୀର୍ଘ ସମୟ ଯାଏ ଆକ୍ଟିଭ୍‌ ନାହିଁ, ତାକୁ ବନ୍ଦ କରାଯାଇ ପାରେ। ଏନସିପିଆଇର ଏହି ଗାଇଡଲାଇନ୍‌ର ପ୍ରୟାସ ଯେ, ଏଥିରେ ଏରର ଫ୍ରି ଟ୍ରାଜାକ୍ସନ କରାଯାଉ।

ଟିଡିଏସ୍‌ରେ ରିହାତି ମିଳିବ–:

ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସ୍‌ରେ ରିହାତି ମିଳିବ । ଘର ମାଲିକମାନଙ୍କୁ ଘରଭଡ଼ା ଉପରେ ଦେଉଥିବା ଟ୍ୟାକ୍ସ ଉପରେ ରିହାତି। ଭଡ଼ା ବାବଦରେ ପୂର୍ବରୁ ୨ ଲକ୍ଷ ୫୦ ହଜାରରୁ ଅଧିକ ହେଲେ ଟ୍ୟାକ୍ସ ଦେବାକୁ ପଡ଼ୁଥିଲା। ଏହାକୁ ବୃଦ୍ଧି କରି ୬ ଲକ୍ଷ ଟଙ୍କା କରିଛନ୍ତି ସରକାର ।

ବ୍ୟାଙ୍କ୍ ଆକାଉଣ୍ଟରେ ଥିବା ସର୍ବନିମ୍ନ ବାଲାନ୍ସ ଉପରେ ପରିବର୍ତ୍ତନ–: ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ଅଧିକାଂଶ ବ୍ୟାଙ୍କ୍‌ ଯେଉଁଥିରେ ଷ୍ଟାଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌, କାନାରା ବ୍ୟାଙ୍କ୍‌ ୧ଅପ୍ରେଲରୁ ସର୍ବନିମ୍ନ ବାଲାନ୍ସର ଲିମିଟ୍‌କୁ ବଦଳାଉଛି। ଏଥିରୁ କମ୍‌ ପଇସା ରଖିଲେ ଉକ୍ତ ବ୍ୟାଙ୍କ ଗୁଡ଼ିକର ଗ୍ରାହକଙ୍କୁ ପେନାଲ୍ଟି ଦେବାକୁ ହେବ।

୧୨ ଲକ୍ଷ ଟଙ୍କା ଯାଏ ଟ୍ୟାକ୍ସ ଫ୍ରି–:

ଏମିତି ଲୋକ ଯାହାର ଆୟ ୧୨ ଲକ୍ଷ ଟଙ୍କା ଯାଏ, ତାଙ୍କୁ ଆଗାମୀ ଆର୍ଥିକ ବର୍ଷରୁ କୌଣସି ଟାକ୍ସ ଦେବାକୁ ହେବ ନାହିଁ। ବେତନଭୋଗୀ କର୍ମଚାରୀଙ୍କୁ ୭୫୦୦୦ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମଧ୍ୟ ମିଳିବ। ଯେଉଁଥିପାଇଁ ନ୍ୟୁ ଟ୍ୟାକ୍ସ ରିଜିମ୍‌ରେ ୧୨.୭୫ ଲକ୍ଷ ଟଙ୍କା ଯାଏ ଟ୍ୟାକ୍ସ ଫ୍ରି ହୋଇଯିବ। ନ୍ୟୁ ଟ୍ୟାକ୍ସ ରିଜିମ୍‌ ଅନୁସାରେ ଟ୍ୟାକ୍ସ ସ୍ଲାବ୍‌ରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

ଗ୍ୟାସ୍ ଦର ହ୍ରାସ–: ତୈଳ ବିପଣନ କମ୍ପାନୀ ଗୁଡିକ ୧୯ କେଜି କୋଲୋଗ୍ରାମ୍ ବାଣିଜ୍ୟକ ଏଲପିଜି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ତର ମୂଲ୍ୟ ୪୧ ଟଙ୍କା ହ୍ରାସ କରିଛନ୍ତି। ଏବେ ଏହି ସିଲିଣ୍ତରକୁ ଗ୍ରାହକ ମାତ୍ର ୧୭୬୨ ଟଙ୍କା ଦେଇ କିଣିପାରିବେ। ଏହି ଖବର ବ୍ୟବସାୟୀମାନଙ୍କୁ ବିଶେଷକରି ଆଶ୍ବସ୍ତି ଦେଇଛି।


Reporterspen
!-- afp header code starts here -->