Arun kumar sarangi: ଅରୁଣ ଷଢଙ୍ଗୀ ହେଲେ ଓପିଏସସି ଚେୟାରମ୍ୟାନ

Reporterspen

ଭୁବନେଶ୍ୱର(ରିପୋଟର୍ସପେନ୍‌) : (Arun kumar sarangi) ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରାଯାଇଛି । ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ ରାଜ୍ୟ ସରକାର ନିଯୁକ୍ତ କରରିଛନ୍ତି । ଏବେ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି ।

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ନେବା ପରେ ତାଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି । ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମିର ନିର୍ଦ୍ଦେଶକ ସହିତ ୨୦୨୩ ଡିସେମ୍ବର ୩୧ରେ ସେ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ ।

ପୋଲିସ ଡିଜି ଭାବେ ୭ମାସ ଦାୟିତ୍ୱ ଏହି ସମୟରେ ଓଡ଼ିଶା ପୋଲିସ ଅରୁଣ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସାଧାରଣ ନିର୍ବାଚନ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷରେ ସମାପନ କରିଥିଲା । ସେହିପରି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ମଧ୍ୟ ସୁରୁଖୁରୁରେ ଶେଷ ହୋଇଥିଲା । ବିଶେଷ କରି ୨୬ବର୍ଷ ପରେ ପ୍ରଥମଥର ପାଇଁ ଓଡ଼ିଶାରେ ନିର୍ବାଚନ ମାଓ ହିଂସାମୁକ୍ତ ହୋଇପାରିଥିଲା । ତେଣୁ ତାଙ୍କର ତ୍ୟାଗ, ନିଷ୍ଠା ଓ କାର୍ଯ୍ୟଦକ୍ଷତାକୁ ପାଥେୟ କରି ରାଜ୍ୟ ସରକାର ଏହି ନୂଆ ନିଯୁକ୍ତି ପ୍ରଦାନ କରିଥିବା ଜଣାପଡିଛି ।


Reporterspen