ଅସିତ୍ ପତି ହେଲେ ଓଡ଼ିଶା ଫୁଟ ବଲ ସଂଘ ଉପ-ସଭାପତି

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବରିଷ୍ଠ ସିନେ-ଅଭିନେତା ଅସିତ୍ ପତି ଓଡ଼ିଶା ଫୁଟ୍‌ବଲ ସଂଘର ଉପ-ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ସମୀର ଦେ’ ସଭାପତି ଓ ଆର୍ଶିବାଦ ବେହେରା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀପତି ଉପ-ସଭାପତି ଭାବେ ନିର୍ବାଚିତ ହେବା ପରେ ଫୁଲବଲ ପ୍ରେମୀଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।

ଶ୍ରୀପତି ଛାତ୍ର ଜୀବନରୁ ପୁଟ୍‌ବଲ ଖେଳ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ପରେ ସ୍କୁଲ ଠାରୁ ଖେଳ ଆରମ୍ଭ କରି ସନ୍ତୋଷ ଟ୍ରଫି ପର୍ଯ୍ୟନ୍ତ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ପରେ ମୟୁରଭଞ୍ଜ ଜିଲ୍ଲା ଫୁଟବଲ ସଂଘର ଜଣେ ଆଗଧାଡିର ସଦସ୍ୟ ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ । ପରେ ସେ ସିନେମା ଜଗତରେ ପ୍ରବେଶ କରିବା ପରେ ଖେଳ ପ୍ରତି ସମୟ ଦେଇପାରିନଥିଲେ । ହେଲେ ଫୁଟବଲକୁ ନିଜ ହୃଦୟରୁ କେବେ ବାହାର କରିପାରିନଥିଲେ । ଏବେ ଓଡ଼ିଶା ଫୁଟବଲ ସଂଘର ଉପ-ସଭାପତି ଭଳି ଏକ ଗୁରୁଦାୟିତ୍ୱ ମିଳିବା ପରେ ସେ ବେଶ ଖୁସି ପ୍ରକଟ କରିଛନ୍ତି ।

ଉଲ୍ଲେଖଥାଉ କି, ୯୦ ଦଶକ ବେଳେ ଶ୍ରୀପତି ଓଡ଼ିଶା ସିନେଜଗତର ଜଣେ ଜଣାଶୁଣା ଖଳ ଅଭିନେତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେ ୨୦୦ରୁ ଅଧିକ ସିନେମାରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । କେବଳ ଓଡ଼ିଶା ନୁହେଁ ବରଂ ବଙ୍ଗାଳୀ ଓ ହିନ୍ଦୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି ।


Reporterspen

Leave a Reply