Career Horoscope: ୨୦୨୫ରେ ଏହିସବୁ ରାଶି କ୍ୟାରିୟରରେ ସଫଳତା ପାଇବେ

Reporterspen

Career Horoscope: ଆଉ ଦିନ କେଇଟା ପରେ ଆରମ୍ଭ ହେବ ବର୍ଷ ୨୦୨୫ । କ୍ୟାରିୟର ଦୃଷ୍ଟିକୋଣରୁ ଆସନ୍ତା ବର୍ଷ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ। ନ୍ୟାୟର ଦେବତା ଶନିଦେବ ମାର୍ଚ୍ଚ ୨୯ ତାରିଖ ଦିନ କୁମ୍ଭ ରାଶି ଛାଡି ମୀନକୁ ଚଳନ କରିବେ। ଫଳରେ ଶଶ ରାଜଯୋଗ ଗଠନ ହେବ। ଶଶ ରାଜଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଭଲ ରହିବ। ଚାକିରି ଓ ବ୍ୟବସାୟରେ କିଛି ରାଶିର ବ୍ୟକ୍ତି ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ବାଣିଜ୍ୟ ବ୍ୟବସାୟ ମଧ୍ୟ ଭଲ ଲାଭ ହେବ। ତେବେ, ଆସନ୍ତୁ ଜାଣିବା ଆସନ୍ତାବର୍ଷ କେଉଁସବୁ ରାଶିଙ୍କ ଉପରେ ପ୍ରସନ୍ନ ରହିବେ ଶନିଦେବ…

 କୁମ୍ଭ : ଶନିଦେବଙ୍କ ଶୁଭଦୃଷ୍ଟି ଏହି ରାଶି ଉପରେ ରହିବ। ଶଶ ରାଜଯୋଗ ପ୍ରଭାବରୁ ଆର୍ଥିକ ସ୍ଥିତି ମଜବୁତ୍ ରହିବ। ଶନି-ଶାଢେ ସାତୀ ଶେଷ ହେବା ସହ କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ ।  ଦରମା ବଢିବା ସହ ଆୟରେ ବୃଦ୍ଧି ଘଟିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। କୌଣସି ସଂସ୍ଥାରୁ ଭଲ ଚାକିରି ଅଫର ନେଇ ଖୁସି ଖବର ମିଳିବ। ବ୍ୟବସାୟୀମାନଙ୍କର ଦିର୍ଘ ଦିନର ଆଶା ପୂରଣ ହେବ। ନୂଆ -ବାଣିଜ୍ୟ ବ୍ୟବସାୟ ଆରମ୍ଭ କରିବେ। ସ୍ବାସ୍ଥ୍ୟ ଭଲ ରହିବ।

ମିଥୁନ :  ଶନିଦେବଙ୍କ କୃପା ଏହି ରାଶିକୁ ଧନବାନ୍ କରାଇବ। ଶନିଙ୍କର ବିଶେଷ ଆର୍ଶିବାଦ ରହିବ। ଚାକିରି ଓ ବ୍ୟବସାୟରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ବ୍ୟବସାୟରେ ଚାଲିଥିବା ମାନ୍ଦାବସ୍ଥାରେ ସୁଧାର ଆସିବ। ବ୍ୟବସାୟରେ କାରବାର ବର୍ଷ ସାରା ଭଲ ହେବ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରଣ ହେବ। ବିଶେଷକରି, ଆଇଟି, ରିସର୍ଚ୍ଚ , ଡାକ୍ତରୀ ଓ ପ୍ରଶାସନିକ କ୍ଷେତ୍ରରେ ଜଡି଼ତ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଶୁଭ ରହିବ। କର୍ମକ୍ଷେତ୍ରରୁ ପଦୋନ୍ନତି ମିଳିବ। ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ।

ବୃଷ :   ଶନିଙ୍କ କୃପାରୁ କ୍ୟାରିୟର ଦୃଷ୍ଟିକୋଣରୁ ଆସନ୍ତା ବର୍ଷ ବେଶ୍ ଲାଭଦାୟୀ ରହିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଚାକିରିଆମାନେ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ଯେଉଁମାନେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନେ ଭଲ ରେଜଲ୍ଟ କରିବେ। ବ୍ୟବସାୟୀମାନଙ୍କ ପାଇଁ ବର୍ଷଟି ଅନୁକୂଳ ରହିବ। ବଡ଼ ଡିଲ୍ ଫାଇନାଲ୍ କରିବାରେ ସଫଳ ହେବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ନୂଆ ଘର କିମ୍ବା ଜମି କିଣିବାର ସ୍ବପ୍ନ ସାକାର ହେବ। ବିଦେଶରେ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଭଲ ରହିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ରାଜନୈତିକ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ଦଳ ପକ୍ଷରୁ ବଡ଼ ଦାୟିତ୍ବ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।

ମେଷ:  ଶନିଦେଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବ। ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। ଶନି ଏହି ରାଶିର ଦ୍ବିତୀୟ ଘରେ ଥିବାରୁ କ୍ୟାରିୟରରେ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଅଟକି ଥିବା ପଦୋନ୍ନତି ମିଳିବ। ସହକର୍ମୀଙ୍କ ସହ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ବରିଷ୍ଠ ଅଧିକାରୀଙ୍କର ପ୍ରିୟପାତ୍ର ହେବା ସହିତ ସମ୍ମାନୀତ ହେବେ। କଠିନ ପରିଶ୍ରମର ଫଳ ପାଇବେ। ଆୟରେ ବୃଦ୍ଧି ଘଟିବ। ନୂଆ କାର୍ କିଣିବାର ସ୍ବପ୍ନ ସାକାର ହେବ। ବିଦେଶ ଯିବାର ଯୋଜନା ଫଳବତୀ ହେବ। ବାଣିଜ୍ୟ-ବ୍ୟବସାୟରୁ ଭଲ ଦ୍ବି-ପଇସା ଲାଭ ବର୍ଷ ତମାମ୍ କମାଇବେ। ବ୍ୟବସାୟୀ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇବେ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ସେୟାର ବଜାରରୁ ଭଲ ରିଟର୍ଣ୍ଣ ପାଇବେ।

ବିଛା: ଶଶ ରାଜଯୋଗର ସୁ-ପ୍ରଭାବ ଏହି ରାଶି ଉପରେ ମଧ୍ୟ ରହିବ। ବିଶେଷକରି, କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ହାସଲ କରିବେ। ଶନିଙ୍କ କୃପାରୁ ଆର୍ଥିକ ସ୍ଥିତି ଭଲ ରହିବ। ରିୟଲି-ଇ-ଷ୍ଟେଟ୍ସ , ଅନଲାଇନ୍ କାରବାର କରୁଥିବା ଲୋକେ ବ୍ୟବସାୟରେ ଅଧିକ ଟଙ୍କା ରୋଜଗାର କରିବେ। ପରିବାର ସହ ଲାଗିରହିଥିବା ବିବାଦର ଅନ୍ତ ଘଟିବ। ପ୍ରେମୀଙ୍କ ପାଇଁ ସମୟ ଖାସ୍ ରହିବ। ପିତା-ମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)


Reporterspen