Astrology: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ବୃହସ୍ପତିଙ୍କୁ ପୂରା ରାଶି ଚକ୍ର ଅତିକ୍ରମ କରିବାକୁ ୧୨ ବର୍ଷ ସମୟ ଲାଗି ଥାଏ। ଏହିକ୍ରମରେ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ ମେ ୧୪ ତାରିଖ ଅପରାହ୍ନ ୨ଟା ୩୦ ମିନିଟ୍ ସମୟରେ ମିଥୁନ ରାଶିକୁ ଚଳନ କରିବେ। ଦିର୍ଘ ୧୨ ବର୍ଷ ପରେ ବୃହସ୍ପତିଙ୍କ ମିଥୁନ ରାଶିକୁ ଚଳନ ଏହି କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଅଗ୍ରଗତି କରିବା ସହିତ ସମସ୍ତ ସୁଖ-ସମୃଦ୍ଧି ଲାଭ କରିଥାଏ। ତେବେ, ଆସନ୍ତୁ ଜାଣିବା ବୃହସ୍ପତିଙ୍କ କୃପାରୁ କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଇଛି।….
ମେଷ: ବୃହସ୍ପତିଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି। ଦିର୍ଘ ଦିନର ଆଶା ପୂରଣ ହେବ। କ୍ୟାରିୟରରେ ଅଗ୍ରଗତି କରିବେ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ କୌଣସି କମ୍ପାନୀରୁ ଭଲ ଚାକିରି ନେଇ ସୁଯୋଗ ପାଇବେ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କୁ ପ୍ରଂଶାସା କରିବେ। ପଦୋନ୍ନତି ମିଳିବା ସହ ଦରମା ବଢିବ। ବ୍ୟବସାୟରେ ଅଗ୍ରଗତି କରିବେ। ପ୍ରେମୀ ମାନଙ୍କ ପାଇଁ ସମୟ ଖାସ୍ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ବୃଷ: ବୃହସ୍ପତିଙ୍କ କୃପାରୁ ଏହି ରାଶିର ଭାଗ୍ୟ ଉଦୟ ହେବାକୁ ଯାଉଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦିର୍ଘଦିନର ସ୍ବପ୍ନ ପୂରଣ ହେବ। ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ପୂରଣ ହେବ। ବ୍ୟବସାୟରେ ବାକି ପଡିଥିବା ଟଙ୍କା ମିଳିବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ହୋଇଥିବା ମତଭେଦ ଦୂର ହେବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଦାମ୍ପତ୍ୟ ଜୀବନରେ ହୋଇଥିବା ସମସ୍ୟାର ଅନ୍ତ ଘଟିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।
ମିଥୁନ: ବୃହସ୍ପତିଙ୍କ ଶୁଭ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସଙ୍କଟ ଦୂର ହେବ। ନିଜ ପିଲମାନଙ୍କ ଠାରୁ କୌଣସି ପ୍ରକାର ଶୁଭ ଖବର ପାଇବେ। ଯେଉଁମାନେ ପୁଞ୍ଜି ନିବେଶ ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଭଲ ରହିଛି। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ଲାଭ ପାଇବେ। ଘରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ଭଲ ରେଜଲ୍ଟ କରିବେ। ନିଜ ପିତମାତାଙ୍କ ସହ ଧାର୍ମିକ ସ୍ଥଳ ଯାତ୍ରା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ତୁଳା: ବୃହସ୍ପତିଙ୍କ ଶୁଭଦୃଷ୍ଟି ଏହି ରାଶିକୁ ମାଲମାଲ୍ କରିବ। ବ୍ୟକ୍ତିଗତ ଜୀବନରେ ଲାଗିରହିଥିବା ଅଶାନ୍ତି ଦୂର ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ନିଜ ବ୍ୟବସାୟୀ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇବାରେ ସଫଳ ହେବେ। ବିଦେଶରେ ଚାଲିଥିବା ବାଣିଜ୍ୟ-ବ୍ୟବସାୟରେ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ଲଟେରୀରୁ ଲାଭ ପାଇବେ। ପ୍ରେମ ବିବାହରେ ଆସୁଥିବା ବାଧା ବିଘ୍ନ ଦୂର ହେବ। ପ୍ରେମୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ସ୍ବାସ୍ଥ୍ୟ ଭଲ ରହିବ।
କୁମ୍ଭ: ବୃହସ୍ପତିଙ୍କ ଶୁଭ ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟ ମଧ୍ୟରେ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ନୂଆ ଘର ଓ ଗାଡି କିଣିବାର ସ୍ବପ୍ନ ସାକାର ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢିବ। ବ୍ୟାଙ୍କ୍ ବାଲାନ୍ସ ବଢିବ। ଯେଉଁମାନେ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ସ୍ଥାନରୁ ଭଲ ଚାକିରି ଅଫର ମିଳିବ। ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। ପୁରୁଣା ରୋଗରୁ ମୁକ୍ତି ମିଳିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।