Astrology: ୧୩ରେ ପଡୁଛି ୫ ରାଜଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ

Reporterspen

Astrology: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନିଦେବ ବର୍ତ୍ତମାନ ମୀନ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିରେ ସୂର୍ଯ୍ୟ, ବୁଧ,ଶୁକ୍ର ଓ ରାହୁ ମଧ୍ୟ ବିରାଜମାନ ଅଛନ୍ତି। ହେଲେ ଏପ୍ରିଲ୍ ୧୩ ତାରିଖ ସକାଳ ୭ଟା ୩୮ ମିନିଟ୍ ସମୟରେ ସେହି ରାଶିକୁ ଚନ୍ଦ୍ର ବିରାଜମାନ କରିବେ। ଗୋଟିଏ ରାଶିରେ ୬ ଗ୍ରହଙ୍କ ଶୁଭ ମିଳନ ବୁଦ୍ଧାଦିତ୍ୟ ରାଜଯୋଗ, ଶୁକ୍ରାଦିତ୍ୟ ଯୋଗ, ମାଲବ୍ୟ ଯୋଗ ସହ ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି କରୁଛି। ଏହି ୫ ରାଜଯୋଗ କିଛି ରାଶି ପାଇଁ ବେଶ୍ ବରଦାନ ପାଲଟିବ। ବିଶେଷକରି, ଆର୍ଥିକ, କ୍ୟାରିୟର ଓ ବ୍ୟବସାୟିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ଆଣିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ….

ବୃଷ:  ଏହି ୫ ରାଜଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଏହି ସମୟ ମଧ୍ୟରେ ଆୟରେ ବୃଦ୍ଧି ଘଟିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆଣିଥିବା ଧାର-କରଜ ଟଙ୍କା ସୁଝିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ସହ  ଦରମା ବଢିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବ। ଅନଲାଇନ୍ ମାର୍କେଟିଂ ଓ ସୋସିଆଲ୍ ମିଡିଆରେ ଜଡି଼ତ ଲୋକଙ୍କ ପାଇଁ ସମୟ ଶୁଭ ରହିଛି। ପରିବାର ସହ ହୋଇଥିବା ମତାନ୍ତର ଦୂର ହେବ। ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ।

କର୍କଟ:  ଏହି ୫ ରାଜଯୋଗ ଏହି ରାଶିର ଭାଗ୍ୟ ଉଦୟ କରିବ। ଦିର୍ଘ ଦିନର ଆଶା ପୂରଣ ହେବ। ନୂଆ ଘର ଓ ଗାଡି଼ କିଣିବାର ଆଶା ପୂରା ହେବ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। କଳା, ସାହିତ୍ୟ , ଶିକ୍ଷା ଓ ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। କୌଣସି ସଭା ସମିତିରେ ସମ୍ମାନୀତ ହେବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଚେଷ୍ଟା ଜାରି ରଖନ୍ତୁ , ସଫଳତା ହାସଲ କରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ବ୍ୟବସାୟୀମାନେ ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ସ୍ବାସ୍ଥ୍ୟ ଭଲ ରହିବ।  ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କନ୍ୟା: ଏହି ୫ ରାଜଯୋଗ କନ୍ୟା ରାଶି ପାଇଁ ବରଦାନ ପାଲଟିବ। ବିଶେଷକରି, ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ଏହି ସମୟରେ ନୂଆ ବାଣିଜ୍ୟ ବ୍ୟବସାୟ ଆରମ୍ଭ କଲେ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ପାର୍ଟନରସିପ୍ -ରେ ଚାଲିଥିବା ବ୍ୟବସାୟରୁ ଅଧିକ ଲାଭ ପାଇବେ। କୌଣସି କାର୍ଯ୍ୟ ପାଇଁ ବଡ଼ ବା ଧନୀ ଲୋକଙ୍କ ଠାରୁ ସହାୟତା ପାଇପାରନ୍ତି। ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବ।  ବୈବାହିକ ଜୀବନ ସୁଖମୟ ହେବ।  ଯେଉଁମାନେ ଦିର୍ଘ ଦିନ ହେବ ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ଆଶା ପୂରଣ ହେବ।

ବିଛା:  ଏହି ୫ ରାଜଯୋଗ କିଛି ରାଶି ପାଇଁ ବେଶ୍ ଶୁଭଦାୟୀ ପ୍ରମାଣିତ ହେବ। ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନେ କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଏହି ସମୟ ମଧ୍ୟରେ ନିଜ ପିଲାମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ଆଶାୟୀଙ୍କ ଆଶା ପୂରଣ ହେବ। ନିଜ ପାର୍ଟନରଙ୍କ ସହ ହୋଇଥିବା ଭୁଲ୍ ବୁଝାବଣା ଦୂର ହେବ। ପ୍ରେମ ଜୀବନ ଭଲ ରହିବ। କୌଣସି ରୋମାଞ୍ଚକର ଘଟଣା ଘଟିବ। ଯାହା ଆପଣଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମୀନ: ଏହି ୫ ରାଜଯୋଗ ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ଏ-ହି ସମୟ ମଧ୍ୟରେ କର୍ମକ୍ଷେତ୍ରରୁ ଏକ ବଡ଼ ଦାୟିତ୍ବ ମିଳିବ। ପ୍ରତ୍ୟକ କାର୍ଯ୍ୟ କରିବା ପାଇଁ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ସେୟାର ମାର୍କେଟ୍ ରୁ ଲାଭ ପାଇବେ। ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଖାସ୍ ରହିବ। ଏ-ହି ସମୟ ମଧ୍ୟରେ ନୂଆ ପ୍ରୋଜେକ୍ଟ ମିଳିବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ମିଳିବ। ପିତାମାତାଙ୍କ ସହ ହୋଇଥିବା ବିବାଦର ଅନ୍ତ ଘଟିବ। ଧାର୍ମିକ କାର୍ଯ୍ୟ-କଳାପ ପାଇଁ ଆଗ୍ରହ ବଢିବ। ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି।  ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)


Reporterspen
!-- afp header code starts here -->